Bilawal Bhutto:ଭାରତକୁ ବିଲାୱଲ ଭୁଟ୍ଟୋଙ୍କ ଚେତାବନୀ: ସିନ୍ଧୁ ନଦୀ ଜଳ ରୋକିଲେ ପରମାଣୁ ମହାଯୁଦ୍ଧ

1 month ago 10
ARTICLE AD BOX

ଇସଲାମାବାଦ: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ସିନ୍ଧୁ ଜଳ ଚୁକ୍ତି ବିବାଦ ଏବେ ଗମ୍ଭୀର ମୋଡ଼ ନେଇଛି। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଏହି ପ୍ରସଙ୍ଗରେ ସିଧାସଳଖ ପରମାଣୁ ଯୁଦ୍ଧର ଆଶଙ୍କା ପ୍ରକଟ କରି ଭାରତକୁ ଚେତାବନୀ ଦେଇଛନ୍ତି। ପାକିସ୍ତାନର ସିନ୍ଧୁ ନଦୀ ଜଳକୁ ରୋକିବା ପାଇଁ କରାଯାଉଥିବା ଯେକୌଣସି ପ୍ରୟାସକୁ ଦେଶର ଜାତୀୟ ସୁରକ୍ଷା ଏବଂ ଅସ୍ତିତ୍ୱ ପ୍ରତି ଏକ ବଡ଼ ବିପଦ ଭାବେ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏଭଳି ସ୍ଥିତିରେ ପାକିସ୍ତାନ ନିଜର ଜଳ ଅଧିକାର ସୁରକ୍ଷା ପାଇଁ ପରମାଣୁ ଆକ୍ରମଣ ଭଳି ଚରମ ପଦକ୍ଷେପ ନେବାକୁ ପଛାଇବ ନାହିଁ ବୋଲି ବିଲାୱଲ ସ୍ପଷ୍ଟ କରିଛନ୍ତି।

ଆହୁରି ପଢନ୍ତୁ :Tamil Nadu goverment:ଗୋହତ୍ୟା ନିଷେଧ ପ୍ରସଙ୍ଗ: ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କଲେ ତାମିଲନାଡୁ ସରକାର

ସଲାମାବାଦରେ ଆୟୋଜିତ ଏକ ଅନ୍ତର୍ଜାତୀୟ ସେମିନାରରେ ଉଦ୍‌ବୋଧନ ଦେଇ ପିପିପି ଅଧ୍ୟକ୍ଷ କହିଛନ୍ତି ଯେ, ଏହି ବିବାଦକୁ କେବଳ ପରିବେଶ କିମ୍ବା କୂଟନୈତିକ ଦୃଷ୍ଟିକୋଣରୁ ଦେଖାଯିବା ଉଚିତ ନୁହେଁ। ଏହା ସିଧାସଳଖ ପାକିସ୍ତାନର ବଞ୍ଚିବା ଏବଂ ଅର୍ଥନୀତି ସହ ଜଡ଼ିତ। ପାକିସ୍ତାନର ପରମାଣୁ ନୀତିର ଉଦାହରଣ ଦେଇ ସେ କହିଛନ୍ତି ଯେ, ଯଦି କୌଣସି ପରିସ୍ଥିତିରେ ଦେଶର ଅର୍ଥନୀତିକୁ ସ୍ଥାଣୁ କରିବାକୁ ଚେଷ୍ଟା କରାଯାଏ କିମ୍ବା ଜଳପଥ ଅବରୋଧ କରାଯାଏ, ତେବେ ତାହା ପରମାଣୁ ପ୍ରତିକ୍ରିୟାକୁ ଆମନ୍ତ୍ରଣ କରିବ। ଭାରତର ‘ନୋ ଫାଷ୍ଟ ୟୁଜ୍‌’ (ପ୍ରଥମେ ପରମାଣୁ ଅସ୍ତ୍ର ବ୍ୟବହାର ନକରିବା) ନୀତି ଥିବାବେଳେ ପାକିସ୍ତାନର ଏଭଳି କୌଣସି ପ୍ରତିବଦ୍ଧତା ନାହିଁ। ଦେଶର ସୁରକ୍ଷା ପ୍ରତି ବଡ଼ ବିପଦ ଦେଖାଦେଲେ ପାକିସ୍ତାନ ପୂର୍ଣ-କ୍ଷମତା ବିଶିଷ୍ଟ ପରମାଣୁପ୍ରତିରୋଧକ ବ୍ୟବସ୍ଥା ଆଧାରରେ ପ୍ରଥମେ ଆକ୍ରମଣ କରିବାର ବିକଳ୍ପ ରଖିଛି ବୋଲି ସେ ପ୍ରକାଶ କରିଛନ୍ତି।

ଆହୁରି ପଢନ୍ତୁ :Tiger Skin Seized ଓଡ଼ିଶା-ଛତିଶଗଡ଼ ସୀମାନ୍ତ  ମହାବଳ ବାଘ ଛାଲ ଜବତ, ୨ ଗିରଫ


ଉଲ୍ଲେଖଯୋଗ୍ୟ, ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଗତ ବର୍ଷ ଭାରତ ୧୯୬୦ ମସିହାର ସିନ୍ଧୁ ଜଳଚୁକ୍ତିକୁ ସ୍ଥଗିତ ରଖିଥିଲା। ଭାରତର ଏହି ନିଷ୍ପତ୍ତି ପାକିସ୍ତାନ ପାଇଁ ଘାତକ ହୋଇଛି, କାରଣ ଦେଶର ପ୍ରାୟ ୮୦ ପ୍ରତିଶତ ଚାଷ ଜମି ସିନ୍ଧୁ ନଦୀ ଜଳ ଉପରେ ସମ୍ପୂର୍ଣ ନିର୍ଭର କରିଥାଏ। ଏହି କାରଣରୁ ପାକିସ୍ତାନ ଏବେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିବାକୁ ଏହି ସେମିନାର ଆୟୋଜନ କରିଥିଲା, ଯେଉଁଠାରେ ଭୁଟ୍ଟୋ ଭାରତ ଉପରେ ଜଳକୁ ଏକ ଚାପ ପ୍ରୟୋଗର ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି। ଭୁଟ୍ଟୋ ନିଜ ଭାଷଣରେ କହିଛନ୍ତି ଯେ ସିନ୍ଧୁ ନଦୀ କୌଣସି ବୁଝାମଣାର ମାଧ୍ୟମ ନୁହେଁ, ବରଂ ଏହା ପାକିସ୍ତାନର ଜୀବନରେଖା।

ଆହୁରି ପଢନ୍ତୁ :Tiger Skin Seized ଓଡ଼ିଶା-ଛତିଶଗଡ଼ ସୀମାନ୍ତ  ମହାବଳ ବାଘ ଛାଲ ଜବତ, ୨ ଗିରଫ

 ସେ ଚେତାବନୀ ଦେଇ କହିଛନ୍ତି, ଯଦି କେହି ଭାବୁଥାନ୍ତି ଯେ ପାକିସ୍ତାନନିଜର ଜଳ ଅଧିକାର ସମର୍ପଣ କରିଦେବ, ତେବେ ସେମାନେ ସିନ୍ଧ, ପଞ୍ଜାବ, ବଲୁଚିସ୍ତାନ, ଖାଇବର ପାଖ୍‌ତୁନଖ୍ୱା, କାଶ୍ମୀର କିମ୍ବା ଗିଲ୍‌ଗିଟ୍ ବାଲ୍‌ଟିସ୍ତାନର ଜନତାଙ୍କୁ ଚିହ୍ନିନାହାନ୍ତି। ପାକିସ୍ତାନ ନିଜର ଜଳ, ସାର୍ବଭୌମତ୍ୱ ଏବଂ ଭବିଷ୍ୟତର ସୁରକ୍ଷା ପାଇଁ ମିଳିତ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ସିନ୍ଧୁ ଜଳକୁ ନେଇ ପାକିସ୍ତାନର ଏଭଳି ପରମାଣୁ ଧମକ ପରେ ଭାରତ-ପାକିସ୍ତାନ ମଧ୍ୟରେ ସାମରିକ ତଥା କୂଟନୈତିକ ଉତ୍ତେଜନା ବୃଦ୍ଧି ପାଇବା ଆଶଙ୍କା ରହିଛି।

ଆହୁରି ପଢନ୍ତୁ :Tamil Nadu:୩୫ କୋଟି ଟଙ୍କାର ପ୍ରଲୋଭନ ଦେଇ ବିଜୟ ସରକାରକୁ ଭାଙ୍ଗିବାକୁ ଷଡ଼୍‌ଯନ୍ତ୍ର ଅଭିଯୋଗ, ୩ ଗିରଫ

ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୨୫ ଏପ୍ରିଲ ମାସରେ ଯେତେବେଳେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସାମୟିକ ଭାବେ ସ୍ଥଗିତ ରଖିଥିଲା, ସେତେବେଳେ ମଧ୍ୟ ଭୁଟ୍ଟୋ ଭାରତକୁ ଚେତାବନୀ ଦେଇଥିଲେ। ସେହି ସମୟରେ ସେ ଅତ୍ୟନ୍ତ ଆପତ୍ତିଜନକ ବୟାନ ଦେଇ କହିଥିଲେ ଯେ, ’ସିନ୍ଧୁ ନଦୀ ଆମର ଏବଂ ଆମର ହୋଇ ରହିବ; ଏଥିରେ ଆମ ପାଣି ବହିବ ନଚେତ୍ ସେମାନଙ୍କ ରକ୍ତ।’

Read Entire Article
LEFT SIDEBAR AD

Hidden in mobile, Best for skyscrapers.