ARTICLE AD BOX
ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲରେ ଭିତରୁ ଫୋନରେ ଧମକ ଦେବା ନେଇ ଜେଲରୁ ମୁକୁଳିଥିବା ବିଜେଡି ଜିଲ୍ଲା ସଭାପତି ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନାମରେ ଆଉ ଏକ ମାମଲା ରୁଜୁ ହୋଇଛି।
ଉକ୍ତ ହତ୍ୟା ମାମଲାର ସାକ୍ଷୀ ଲଳିତ ମୋହନ ମଙ୍ଗରାଜ ଏନେଇ ଗୋସାଣିନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଜେଲରେ ଭିତରୁ ସିସିଟିଭି ଫୁଟେଜ ଓ ଫୋନ କଲ ରେକର୍ଡ ସଂଗ୍ରହ ହୋଇଛି। ସେଥିରୁ ଅଭିଯୋଗର ଅନେକ ସତ୍ୟତା ଥିବା ତଥ୍ୟ ହସ୍ତଗତ ହୋଇଛି। ବିକ୍ରମ ପଣ୍ଡା, ଉକ୍ତ ହତ୍ୟା ମାମଲାରେ ବ୍ରହ୍ମପୁର ମଣ୍ଡଳକାରାଗାରରେ ବିଚରାଧୀନ ବନ୍ଦୀ ଥିବା ମଦନ ଦଳେଇ ଓ ଜେଲରେ କାର୍ଯ୍ୟରତ ଥିବା ଡାକ୍ତରଙ୍କ ମୋବାଇଲ ବ୍ୟବହାର କରି ସାକ୍ଷୀଙ୍କୁ ଗତ ଅଗଷ୍ଟ ୨୮ ତାରିଖରେ ଧମକ ଦେଇଥିବା ନେଇ ଅଭିଯୋଗରେ ଉଲ୍ଲେଖ ରହିଛି। ଅନ୍ୟପଟେ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
Bjd Leader Bikram Panda Arrested: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ବାନ୍ଧିଲା ପୁଲିସ୍
ଡାକ୍ତରଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜେଲରେ କାର୍ଯ୍ୟରତ ଡାକ୍ତରଙ୍କ ମୋବାଇଲ ବ୍ୟବହାର ହୋଇଥିବା ନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି ବୋଲି ଏସପି ଡା.ଶରବଣା ବିବେକ ଏମ ସୂଚନା ଦେଇଛନ୍ତି।

1 day ago
2


