Bike theft racket: ବାଇକ୍‌ ଚୋରି ରୢାକେଟ୍‌ର ପର୍ଦ୍ଦାଫାସ: ଗ୍ରାହକ ସାଜି କାବୁ କଲା ପୁଲିସ, ମାଷ୍ଟରମାଇଣ୍ଡ ସମେତ ୩ ଗିରଫ, ୨୨ ବାଇକ୍‌ ଜବତ

1 week ago 6
ARTICLE AD BOX

ରାୟଗଡ଼ା: ବହୁ ଦିନରୁ ପୁଲିସକୁ ନାକେଦମ କରିରଖିଥିଲା ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗ। ଆଖି ପିଛୁଳାକେ ବାଇକ୍‌ ଚୋରି କରି ଉଭାନ ହୋଇ ଯାଉଥିଲେ ଗ୍ୟାଙ୍ଗର ସଦସ୍ୟ। ଶେଷରେ ପୁଲିସ ଗ୍ରାହକ ସାଜି ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି। ମାଷ୍ଟରମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କରିଛି। ଚୋରି କରିଥିବା ୨୨ଟି ବାଇକ୍‌ ସହ ଚୋରି ପାଇଁ ବ୍ୟବହାର କରୁଥିବା ଗୋଟିଏ ଅଟୋରିକ୍ସା ଜବତ ହୋଇଛି ବୋଲି ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ରାଜପ୍ରସାଦ ସୂଚନା ଦେଇଛନ୍ତି।

Doctor: ଅନୁଗୋଳରେ ଅଧା ଡାକ୍ତର ପଦ ଫାଙ୍କା: ରେଫରାଲ୍‌ କେନ୍ଦ୍ର ପାଲଟିଛି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ରାୟଗଡ଼ା ସହର ସମେତ ଗୁଡ଼ାରୀ, ପଦ୍ମପୁର, ଗୁଣପୁର ଓ ପାର୍ବତୀପୁର ଅଞ୍ଚଳରୁ ବାଇକ୍‌ ଚୋରି ନେଇ ୮ଟି ଅଭିଯୋଗ ପୁଲିସ ନିକଟରେ ପହଞ୍ଚିଥିଲା। ବୃଦ୍ଧି ପାଉଥିବା ଚୋରିରେ ଅଙ୍କୁଶ ଲଗାଇବା ପାଇଁ ରାୟଗଡ଼ା ପୁଲିସ ସ୍ବତନ୍ତ୍ର ଟିମ୍‌ ଗଠନ କରି ଛାନ୍‌ଭିନ୍ ଆରମ୍ଭ କରିଥିଲା। ତଦନ୍ତ ସମୟରେ ସୀମାଞ୍ଚଳ ମହାନନ୍ଦିଆ, ରାଜେଶ୍ବର ନାଗବଂଶ ଓ ପ୍ରଦୀପ ଚଣ୍ଡିବଂଶର ଏଥିରେ ସଂପୃକ୍ତି ରହିଥିବା ପୁଲିସକୁ ପ୍ରମାଣ ମିଳିଥିଲା। ତେଣୁ ଚୋରି ବାଇକ୍‌ କିଣିବା ଆଳରେ ଗ୍ରାହକ ସାଜି ଏମାନଙ୍କୁ ଯୋଗାଯୋଗ କରିଥିଲା। ଏହା ପରେ ପୁଲିସ ଛଦ୍ମବେଶରେ ନିର୍ଦ୍ଦିଷ୍ଟ ଠିକଣାରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ କାବୁ କରିଥିଲା। ପଚରାଉଚୁରା ପରେ ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିବା ୨୨ ବାଇକ୍‌ ଜବତ କରାଯାଇଛି।

Pradhan Mantri Fasal Bima Yojana: ବାଲେଶ୍ବରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରହସନ: ୩ ବର୍ଷରେ ନେଲେ ୧୦୧କୋଟି, ଦେଲେ ୧୯କୋଟି

ଅଭିଯୁକ୍ତଙ୍କୁ ଜେରା ସମୟରେ ଗୋଟିଏ ଅଟୋରିକ୍ସାରେ ଏମାନେ ବିଭିନ୍ନ ଅଞ୍ଚଳ ବୁଲୁଥିଲେ ବୋଲି କହିଛନ୍ତି। କୌଣସି ବାଇକ୍‌କୁ ଚୋରି କରିବା ପୂର୍ବରୁ ସେଠାରେ ଅଟକି ପାରିପାର୍ଶ୍ବିକ ସ୍ଥିତିକୁ ପ୍ରଥମେ ଆକଳନ କରୁଥିଲେ। ବାଇକ୍‌ ମାଲିକଙ୍କ ପ୍ରତ୍ୟେକ ଗତିବିଧିକୁ ନିରୀକ୍ଷଣ କରିବା ପରେ ସୁଯୋଗ ମିଳିଲେ କିଛି ମିନିଟ୍‌ ମଧ୍ୟରେ ଚାବି ଭାଙ୍ଗି ଗାଡ଼ି ଧରି ଚମ୍ପଟ ମାରୁଥିଲେ। ଯଦି ଚାବି ଭାଙ୍ଗିବାରେ ବିଳମ୍ବ ହେଉଥିଲା ତେବେ ଅଟୋରିକ୍ସାରେ ଉକ୍ତ ବାଇକ୍‌କୁ ଚଢ଼ାଇ ଫେରାର ହୋଇଯାଉଥିଲେ। ଚୋରି ବାଇକ୍‌କୁ ନିଜ ଘର ପଛପଟେ କିମ୍ବା କୌଣସି ସ୍ଥାନରେ ଲୁଚାଇ ରଖୁଥିଲେ। ଗ୍ରାହକ ମିଳିଲେ ତାହାକୁ ବିକ୍ରି କରୁଥିଲେ ବୋଲି ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି। ଜବତ ହୋଇଥିବା ୨୨ ବାଇକ୍‌ ଚିହ୍ନଟ କରିବା ପରେ ପ୍ରକୃତ ମାଲିକଙ୍କୁ ଡାକି ହସ୍ତାନ୍ତର କରାଯିବ ବୋଲି ଏସ୍‌ପି କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାୟଗଡ଼ା ଏସ୍‌ଡିପିଓ ଗୌରହରି ସାହୁ, ରାୟଗଡ଼ା ଥାନା ଆଇଆଇସି କେଶବ ଷଡ଼ଙ୍ଗୀ ଓ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.