Bhubaneswar railway station: ଭୁବନେଶ୍ୱର ରେଳ ଷ୍ଟେସନ ପୁନର୍ବିକାଶ କାମର ସମୀକ୍ଷା: ଡିସେମ୍ବରକୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ କଣ୍ଟ

17 hours ago 2
ARTICLE AD BOX

ଭୁବନେଶ୍ୱର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ୍‌ ଭୁବନେଶ୍ବର ରେଳ ‌ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ମହାପ୍ରବନ୍ଧକ ଶ୍ରୀ ଫୁଙ୍କୱାଲ୍‌ ଷ୍ଟେସନର କନ୍‌କୋର୍ସ ଏରିଆ, ପ୍ଲାଟଫର୍ମ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଦର୍ଶନ କରି ଚାଲିଥିବା କାର୍ଯ୍ୟର ତଦାରଖ କରିଥିଲେ। କାର୍ଯ୍ୟାନ୍ୱୟନକାରୀ ସଂସ୍ଥାଗୁଡ଼ିକର ପ୍ରତିନିଧି ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। କାର୍ଯ୍ୟର ଗୁଣବତ୍ତା, ସୁରକ୍ଷା ଓ ସମୟସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁନର୍ବିକାଶ କାର୍ଯ୍ୟ ଚାଲିଥିବା ସମୟରେ ଯାତ୍ରୀଙ୍କୁ ଯେପରି କୌଣସି ଅସୁବିଧା ନହୁଏ ଏବଂ ଷ୍ଟେସନରେ ଯାତ୍ରୀଙ୍କ ଯାତାୟାତ ସୁଗମ ରୁହେ, ସେଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ଫୁଙ୍କୱାଲ୍‌ ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱର ରେଳ ଷ୍ଟେସନରେ ଇତିମଧ୍ୟରେ ଏୟାର୍‌ କନ୍‌କୋର୍ସ ଖୋଲିଛି। 

Vishwakarma: ଆଜି ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା

ଯାତ୍ରୀଙ୍କ ଚଳପ୍ରଚଳ କ୍ଷେତ୍ର, ପୃଥକ ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ, ଏସ୍କାଲେଟର୍‌, ବ୍ୟାଗେଜ୍‌ ସୁରକ୍ଷା ଯାଞ୍ଚ କ୍ଷେତ୍ର, ସୂଚନା କେନ୍ଦ୍ର, ଫୁଡ୍‌ ପ୍ଲାଜା, ପ୍ରତୀକ୍ଷା ଅଞ୍ଚଳ କାମ ଶେଷ ହୋଇଛି। ଅମୃତ ଷ୍ଟେସନ ଯୋଜନାରେ ହେଉଥିବା ଏହି ନବୀକରଣ କାମରେ ମୁଖ୍ୟ ପ୍ରବେଶପଥରେ ଥିବା କୋଠାର ତଳମହଲା ସହ ୪ ମହଲା ଏବଂ କଟକରୋଡ୍‌ ପାର୍ଶ୍ବର ତଳମହଲା ସହ ଦୁଇ ମହଲା ବିଲ୍‌ଡିଂ କାର୍ଯ୍ୟ ଶେଷ ହୋଇଛି। ଆଭ୍ୟନ୍ତରୀଣ ଡିଜାଇନ୍‌ କାର୍ଯ୍ୟ ଜାରି ରହିଛି। ଉଭୟ ପାର୍ଶ୍ବର ପ୍ଲାଟ୍‌ଫର୍ମ ଛାତ କାମ, ସମନ୍ବିତ ଯାତ୍ରୀ ପରିଚାଳନା ବ୍ୟବସ୍ଥା, ଫୁଟ୍‌ଓଭର ବ୍ରିଜ୍‌(ଏଫ୍‌ଓବି)ର ପାଖାପାଖି ଅଧା କାର୍ଯ୍ୟ ସରିଛି। ଚଳିତବର୍ଷ ଡିସେମ୍ବର ସୁଦ୍ଧା ପ୍ରଥମ ପର୍ଯ୍ୟାୟ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୧୦ ବର୍ଷ ହେଲା ଏହି ନବକଳେବର କାମ ଚାଲିଛି। ବିଶେଷକରି ଷ୍ଟେସନ ସମ୍ମୁଖ ଭାଗ ବିକାଶ କରିବାକୁ ବିଡିଏ ଯେଉଁ ଯୋଜନା କରିଥିଲା, ତାହା ବିଳମ୍ବ ହେଉଛି। ୨୦୨୫ରେ ଡିଜାଇନ୍‌ ପ୍ରସ୍ତୁତ ସରିଥିଲା। ମାତ୍ର ଆଜି ପର୍ଯ୍ୟନ୍ତ କାମ ଆଗେଇପାରିନାହିଁ।

Narendra Modi: ନରେନ୍ଦ୍ର ମୋଦୀ ଓ ନୂତନ ସମ୍ଭାବନାର ପିଢ଼ି

Read Entire Article
LEFT SIDEBAR AD

Hidden in mobile, Best for skyscrapers.