ARTICLE AD BOX
୧୫ ବର୍ଷର ବିରତି ପରେ ସେଲିନା ଜେଟଲୀ ଚଳଚ୍ଚିତ୍ର ଜଗତକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ରାମ କମଳ ମୁଖାର୍ଜୀଙ୍କ ନିର୍ଦେଶନାରେ ନିର୍ମିତ ହେବାକୁ ଥିବା ‘ସିଷ୍ଟର୍ ନିବେଦିତା’ ଶୀର୍ଷକ ବାୟୋପିକ୍ରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ନିର୍ଦେଶକ ରାମ କମଳଙ୍କ ମତରେ ଭଗିନୀ ନିବେଦିତା ଓ ସେଲିନାଙ୍କ ଜୀବନଯାତ୍ରା ମେଳ ଖାଉଥିବାରୁ ତାଙ୍କୁ ସେ ଚୟନ କରିଛନ୍ତି। ସେଲିନା ଉତ୍ସାହର ସହ ପ୍ରକାଶ କରିଛନ୍ତି ଯେ ଭଗିନୀ ନିବେଦିତାଙ୍କ ପରି ସେ ମଧ୍ୟ ୟୁରୋପରେ ଅନେକ ବର୍ଷ କାଟିବା ପରେ ଭାରତକୁ ଫେରିଥିଲେ। ଆରାମ କରିବା ଉଦ୍ଦେଶ୍ୟ ନ ଥିଲା, ଉଦ୍ଦେଶ୍ୟ ଥିଲା ନିଜକୁ ପୁଣି ଥରେ ଗଢ଼ିବା, ଜୀବନର ଲକ୍ଷ୍ୟ ପୁନଃସ୍ଥାପନ କରିବା ଏବଂ ନୂଆ ଜୀବନ ଆରମ୍ଭ କରିବା।
Neglect: ରଗଡ଼ା ପନାସିଆରେ ପାନୀୟଜଳ ସଂକଟ: ୨ ନଳକୂଅ ଉପରେ ନିର୍ଭର ୧୨୦ ପରିବାର
ଉଲ୍ଲେଖଯୋଗ୍ୟ ଯେ ଭଗିନୀ ନିବେଦିତା ଥିଲେ ଆଇରିସ୍ ମୂଳର ଜଣେ ଶିକ୍ଷାବିତ୍ ତଥା ସାମାଜିକ କର୍ମୀ। ତାଙ୍କର ମୂଳ ନାମ ଥିଲା ମାର୍ଗାରେଟ୍ ଏଲିଜାବେଥ୍ ନୋବେଲ୍। ଲଣ୍ଡନରେ ସ୍ବାମୀ ବିବେକାନନ୍ଦଙ୍କୁ ଭେଟିବା ପରେ ମାର୍ଗାରେଟ୍ ତାଙ୍କ ଶିକ୍ଷା ଦ୍ବାରା ଏତେ ପ୍ରଭାବିତ ହୋଇଥିଲେ ଯେ ସେ ୧୮୯୮ରେ କଲିକତା ଚାଲିଆସିଥିଲେ। ସେ ‘ନିବେଦିତା’ ନାମ ଗ୍ରହଣ କରି ଭାରତୀୟ ଝିଅମାନଙ୍କ ଶିକ୍ଷା ଓ ମହିଳାଙ୍କ ସଶକ୍ତୀକରଣ ଦିଗରେ ବହୁ ବର୍ଷ କାମ କରିଥିଲେ। ତାଙ୍କର ଅସାଧାରଣ ଜୀବନକୁ ପରଦାରେ ପ୍ରତିଫଳିତ କରିବା ପାଇଁ ରାମ କମଳ ଆୟର୍ଲାଣ୍ଡ୍ର ଘଟଣାବଳୀରୁ ଆରମ୍ଭ କରି ଭାରତରେ ତାଙ୍କର ଆଧ୍ୟାତ୍ମିକ ଯାତ୍ରାକୁ କାହାଣୀରେ ଅନ୍ତର୍ଭୁକ୍ତ କରିଛନ୍ତି। ଉଭୟ ଭାରତୀୟ ଓ ଅନ୍ତର୍ଜାତୀୟ ଦର୍ଶକଙ୍କୁ ଲକ୍ଷ୍ୟ ରଖି ଏହାକୁ ପ୍ରସ୍ତୁତ କରାଯାଉଛି। ମୁମ୍ବାଇ, କଲିକତା ଓ ଆୟର୍ଲାଣ୍ଡ୍ରେ ଏହାର ସୁଟ୍ କରାଯିବ। ଏଥିରେ ମୁଖ୍ୟ ଭାଷା ହିନ୍ଦୀ ରହିବ କିନ୍ତୁ କିଛି ସ୍ଥାନରେ ଇଂରେଜୀ ଓ ବଙ୍ଗାଳୀ ଭାଷା ମଧ୍ୟ ଶୁଣିବାକୁ ମିଳିବ।
Customs Duty: ଇଲେକ୍ଟ୍ରୋନିକ୍ସ, ବ୍ୟାଟେରି ଉପକରଣ ସୀମା ଶୁଳ୍କ ଛାଡ଼

3 weeks ago
13


