Bhadrak Block Chairperson: ଭଦ୍ରକ ବ୍ଲକ୍‌ ଅଧ୍ୟକ୍ଷାଙ୍କୁ ଦଳୀୟ କର୍ମୀଙ୍କ ବିରୋଧ: ରାସ୍ତାକୁ ଓହ୍ଲାଇ ପ୍ଲାକାର୍ଡ ଧରି ପ୍ରତିବାଦ

1 day ago 3
ARTICLE AD BOX

ଭଦ୍ରକ: ବିଜେଡି ଛାଡ଼ି ବିଜେପି‌ରେ ଯୋଗଦେଇଥିବା ଭଦ୍ରକ ବ୍ଲକ୍‌ ଅଧ୍ୟକ୍ଷା ଊର୍ମିଳା ନାୟକ ଆଜି ଦଳୀୟ କର୍ମୀଙ୍କ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି। ବିକାଶମୂଳକ କାର୍ଯ୍ୟକୁ ଅଣଦେଖା କରୁଥିବା ଅଭିଯୋଗରେ ବ୍ଲକ୍‌ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଶହ ଶହ ଦଳୀୟ ନେତା ଓ କର୍ମୀ ହାତରେ ପ୍ଲାକାର୍ଡ ଧରି ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ନାରା ଦେବା ସହିତ ତାଙ୍କୁ ଦଳରୁ ନିଲମ୍ବନ କରିବାପାଇଁ ଦାବି କରିଛନ୍ତି। ଏହାକୁ ନେଇ ଦିନତମାମ ଭଦ୍ରକରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି।  

Elephant: ଦନ୍ତାର ଆତଙ୍କ; ହାତୀ ସଂପର୍କିତ ସୂଚନା ଦେବାକୁ ବନ ବିଭାଗର ନିବେଦନ

ଭଦ୍ରକ ବ୍ଲକ୍‌ ଅଧ୍ୟକ୍ଷା ଊର୍ମିଳା ନାୟକ ପୂର୍ବରୁ ବିଜେଡିରେ ଥିଲେ। ଗତବର୍ଷ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ତାଙ୍କୁ ଅଣଦେଖା କରିବାରୁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ, ହାଇକୋର୍ଟ ‘ବିକଶିତ ଗାଁ ବିକଶିତ ଓଡ଼ିଶା (ବିଜିବିଓ) ଯୋଜନା’ ଉପରେ ରହିତାଦେଶ ଜାରି କରିଛନ୍ତି। ଫଳରେ, ଭଦ୍ରକ ବ୍ଲକରେ ‘ବିଜିବିଓ’ କାର୍ଯ୍ୟ ଆଗେଇ ପାରିବ ନାହିଁ। ଏହାର ପ୍ରତିବାଦରେ ଆଜି ଦିନ ପ୍ରାୟ ୧୧ଟା ସମୟରେ ଶହ ଶହ ବିଜେପି ନେତା ଓ କର୍ମୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଉ ବୋଲି ଦାବି କରିଥିଲେ। 

ଅଧ୍ୟକ୍ଷାଙ୍କ ଅଫିସରେ ତାଲା ପକାଇଲେ ବିଜେପି କର୍ମୀ
ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର ଦାବି
ବିକାଶମୂଳକ କାମ କରାଇଦେଲେ ନାହିଁ : ଊର୍ମିଳା

ଏହି ଘଟଣାକୁ ନେଇ ଆଜି ଦିନତମାମ ଭଦ୍ରକ ବ୍ଲକ ପରିସରରେ ଉତ୍ତେଜନା ଲାଗି ରହିଥିଲା। ବିଜେପି ନେତା ଅଭିଯୋଗ କରିଛନ୍ତି, ଊର୍ମିଳାଙ୍କ କାର୍ଯ୍ୟକାଳ ସମୟରେ ଭଦ୍ରକ ବ୍ଲକରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ଖୋଳତାଡ଼ ହେଲେ ଅନେକ ତଥ୍ୟ ପଦାକୁ ଆସିବ। ତାଙ୍କ ସମୟରେ ଭଦ୍ରକ ବ୍ଲକରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇନାହିଁ। ଏବେ ବ୍ଲକ ଅଧ୍ୟକ୍ଷା ମାମଲା ରୁଜୁ କରି ‘ବିଜିବିଓ’ ଯୋଜନାକୁ ଅଟକାଇବା ବିଧାୟକ ସିତାଂଶୁ ମହାପାତ୍ର ଓ ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ବୋଲି କହିଛନ୍ତି। ତାଙ୍କ ବି‌ରୋଧରେ କୌଣସି ପଦକ୍ଷେପ ଗ୍ରହଣ ନକଲେ ସେମାନେ ଶହଶହ ସଂଖ୍ୟାରେ ଦଳ ଛାଡ଼ିବେ ବୋଲି ଚେତାବନୀ ଦେଇଛନ୍ତି।

Odisha Flood: ତିନି ଦିନ ଜଳବନ୍ଦୀ ଗ୍ରାମବାସୀଙ୍କୁ ଖାଦ୍ୟ, ପାନୀୟ ଜଳ ଓ ଔଷଧ ଯୋଗାଇ ଚର୍ଚ୍ଚାରେ ଯୁବକ ସଂଘ

ଅନ୍ୟପକ୍ଷରେ ବ୍ଲକ୍‌ ଅଧ୍ୟକ୍ଷା ଊର୍ମିଳା କହିଛନ୍ତି,  ବିକାଶମୂଳକ କାମ କରିବା ପାଇଁ ବିଜେଡି ଛାଡ଼ି ବିଜେପିରେ ମିଶିଥିଲି। ମାତ୍ର, ଏବେ ମୋତେ କାମ କରାଇ ଦିଆଯାଉନାହିଁ। ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକେ ଅଗଣତାନ୍ତ୍ରିକ ଉପାୟରେ ବିକାଶମୂଳକ କାମ କରୁଛନ୍ତି। ମୋତେ  ଦଳରୁ  ନିଲମ୍ବିତ କରିବାକୁ ସେମାନେ କିଏ? ଦଳ ବହିଷ୍କାର କଲେ ପରବର୍ତ୍ତୀ ପଦକ୍ଷେପ ପାଇଁ ଚିନ୍ତା କରିବି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.