Bengaluru: ବେଙ୍ଗାଲୁରୁରେ ପଥର ଖଣିରେ ପଥର ଖସି ୭ ଜଣଙ୍କ ମୃତ୍ୟୁ ଆଶଙ୍କା

1 month ago 14
ARTICLE AD BOX

ବେଙ୍ଗାଲୁରୁ: ଦକ୍ଷିଣ ବେଙ୍ଗାଲୁରୁରେ ଗୁରୁବାର ଏକ ପଥର ଖଣିରେ ପଥର ଖସି ପଡ଼ିବା ଫଳରେ ଅନେକ ମୃତାହତ ହୋଇଥିବା ସୂଚନା ମିଳିଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଥିବାବେଳେ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଅନେକ ଶ୍ରମିକ ଖଣି ତ‌ଳେ ପୋତି ହୋଇ ରହିଛନ୍ତି। ତେବେ ମୃତ୍ୟୁ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ।

ଅନେକ ଶ୍ରମିକ ଫସି ରହିଥିବା ଆଶଙ୍କା

ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ଯେ, ବେଙ୍ଗାଲୁରୁ ଦକ୍ଷିଣ ତାଲୁକର ମାଦାପାଟନା ଗାଁ ନିକଟରେ ସକାଳ ୬ଟା ୩୦ ମିନିଟରେ କାଭେରୀ କମ୍ପାନି କ୍ରସର ଖଣିରେ ପଥର ଧସିବା ଯୋଗୁ ଏହି ଦୁର୍ଘଟଣା ଘଟିଥିଲା। ଅଧିକାରୀଙ୍କ ସୂଚନା ଅନୁଯାୟୀ,ଶ୍ରମିକମାନେ କାମ କରୁଥିବା ସମୟରେ ପ୍ରାୟ ୪୦ ଫୁଟ ଉପରୁ ଏକ ବିଶାଳକାୟ ପଥର ସେମାନଙ୍କ ଉପରକୁ ଖସି ପଡ଼ିଥିଲା। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ପଥରଟି ଖସିବା ସମୟରେ ପଥର ଖଣିର ଉପର ଭାଗରେ ଖଣି କାର୍ଯ୍ୟ ଚାଲୁଥିଲା। ପଥର ଖସି ପଡ଼ିବା ଫଳରେ ପଥର ତଳେ ଖଣି କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ପୋତି ହୋଇଯାଇଥିଲେ। ଖନନକାରୀ ପର୍ଶୁରାମଙ୍କ ସୂଚନା ଅନୁଯାୟୀ, ପଥର ଖଣି ତଳେ ୧୪ ଜଣ ଶ୍ରମିକ କାମ କରୁଥି‌ଲେ। ୪ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟମାନେ ପଥର ତଳେ ଚାପି ହୋଇ ରହିଛନ୍ତି। ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଲାସି କାର୍ଯ୍ୟ ଜାରି ରଖିଛନ୍ତି। ପଥର ତଳେ ଆହୁରି ଅନେକ ଶ୍ରମିକ ଫସି ରହିଥିବା ଆଶଙ୍କା ମଧ୍ୟରେ ଉଦ୍ଧାରକାରୀ ଦଳଗୁଡ଼ିକ ଭଗ୍ନାବଶେଷ ହଟାଇବା ଜାରି ରଖିଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ ଅତି କମରେ ଆଉ ସାତ ଜଣ ଏବେବି ପୋତି ହୋଇ ରହିପାରନ୍ତି, କେତେକ ଗୁରୁତର ଆହତ ହୋଇଥିବା ଆଶଙ୍କା କରାଯାଉଛି।

Russia Ukraine War: ରୁଷ-ୟୁକ୍ରେନ ଯୁଦ୍ଧରେ ୨୦ ଲକ୍ଷରୁ ଅଧିକ ସୈନିକ ମୃତାହତ: ରୁଷ ସହିଛି ଅଧିକ କ୍ଷତି

Read Entire Article
LEFT SIDEBAR AD

Hidden in mobile, Best for skyscrapers.