Belgium VS Senegal: ରୋମାଞ୍ଚକର ମ୍ୟାଚ୍‌ରେ ସେନେଗାଲ୍‌କୁ ପରାସ୍ତ କଲା ବେଲ୍‌ଜିୟମ୍‌

1 month ago 16
ARTICLE AD BOX

ସିଆଟଲ୍‌: ଗୁରୁବାର ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚ୍‌ରେ ସେନେଗାଲ୍‌କୁ ୨-୩ରେ ପରାସ୍ତ କରିଛି ବେଲ୍‌ଜିୟମ। ମ୍ୟାଚ୍‌ର ନିୟମିତ ସମୟ ପର୍ଯ୍ୟନ୍ତ ସ୍ଥିତି ୨-୨ରେ ବରାବର ରହିବା ପରେ ଅତିରିକ୍ତ ସମୟରେ ୟୁରି ତିଏଲେମାନ୍ସ ଏକ ପେନାଲ୍ଟିକୁ ଗୋଲ୍‌ରେ ପରିବର୍ତ୍ତନ କରି ଦଳ ପାଇଁ ବିଜୟ ଆଣିଦେଇଥିଲେ। ଏହା ସହିତ ବେଲ୍‌ଜିୟମ ‘ରାଉଣ୍ଡ ଅଫ ୧୬’ରେ ପ୍ରବେଶ କରିଛି।

FIFA World Cup: ପ୍ରିକ୍ବାର୍ଟରରେ ଆମେରିକା: ବୋସନିଆକୁ ୨-୦ରେ ହରାଇଲା

ମୋରି ଡିଆଓ ଚମତ୍କାର ପ୍ରଦର୍ଶନ

ମ୍ୟାଚ୍‌ ଆରମ୍ଭରୁ ଉଭୟ ଦଳ ଆକ୍ରମଣାତ୍ମକ ଫୁଟବଲ୍‌ ଖେଳିଥିଲେ। ତେବେ ୨୪ତମ ମିନିଟ୍‌ରେ ଇସ୍ମାଇଲା ସାର୍‌ଙ୍କ ହେଡର୍‌ ପୋଷ୍ଟରେ ବାଜି ଫେରି ଆସୁଥିବାବେଳେ ହବିବ୍‌ ଦିଆରା ରିବାଉଣ୍ଡ ବଲ୍‌କୁ ଗୋଲ୍‌ରେ ପରିଣତ କରି ସେନେଗାଲକୁ ୧-୦ରେ ଆଗୁଆ କରିଥିଲେ। ଏହାପରେ ବେଲଜିୟମ ଗୋଲ୍‌ କରି ସ୍ଥିତି ବରାବର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେନେଗାଲର ଗୋଲରକ୍ଷକ ମୋରି ଡିଆଓ ଚମତ୍କାର ପ୍ରଦର୍ଶନ କରିଥିଲେ। ମ୍ୟାଚ୍‌ ମଧ୍ୟରେ ତିନିଜଣ ଦର୍ଶକ ପଡ଼ିଆକୁ ପ୍ରବେଶ କରିବାରୁ କିଛି ସମୟ ଖେଳ ବନ୍ଦ ରହିଥିଲା। ଦ୍ୱିତୀୟାର୍ଦ୍ଧ ଆରମ୍ଭର କିଛି ମିନିଟ୍‌ ମଧ୍ୟରେ ଇସ୍ମାଇଲା ସାର୍‌ ଗୋଲ୍‌ କରି ସେନେଗାଲର ଅଗ୍ରଣୀକୁ ୨-୦କୁ ବଢ଼ାଇଥିଲେ। ଏହାପରେ ବେଲଜିୟମ ରୋମେଲୁ ଲୁକାକୁ, ଡୋଡି ଲୁକେବାକିଓ ଓ ଡିଏଗୋ ମୋରେରାଙ୍କୁ ପଡ଼ିଆକୁ ଓହ୍ଲାଇ ଆକ୍ରମଣକୁ ଶାଣିତ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ସେନେଗାଲର ସଂଗଠିତ ରକ୍ଷଣଭାଗ ବେଲଜିୟମକୁ ଗୋଲ୍‌ ସୁଯୋଗ ଦେଇନଥିଲା। ତେବେ ମ୍ୟାଚ୍‌ର ଶେଷ କିଛି ମିନିଟ୍‌ ମଧ୍ୟରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା ବେଲ୍‌ଜିୟମ୍‌। ୮୬ତମ ମିନିଟ୍‌ରେ ରୋମେଲିଓ ଲୁକାକୁ ବେଲ୍‌ଜିୟମ୍‌ ପକ୍ଷରୁ ପ୍ରଥମ ଗୋଲ୍‌ କରି ସ୍ଥିତିକୁ ୧-୨କୁ ଆଣିଥିଲେ। ମାତ୍ର ୩ ମିନିଟ୍‌ପରେ ଅର୍ଥାତ୍‌ ୮୯ତମ ମନିଟ୍‌ରେ ୟୁରି ତିଏଲେମାନ୍ସ ଆଉ ଏକ ଗୋଲ୍‌ କରି ସ୍ଥିତି ୨-୨କୁ ଆଣିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.