Bee Attack: ମହୁମାଛି ଆକ୍ରମଣରେ ପାଞ୍ଚ ଗୁରୁତର

1 day ago 1
ARTICLE AD BOX

ଠାକୁରମୁଣ୍ଡା (ଯୋଗେନ୍ଦ୍ର ପାତ୍ର): ମୟୂରଭଞ୍ଜଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଭରାଣ୍ଡିଆ ଗ୍ରାମ ପଞ୍ଚାୟତ ଵାରପଉଟିଆ ଗ୍ରାମରେ ମହୁମାଛି ଆକ୍ରମଣରେ ପାଞ୍ଚ ଜଣ ଆହତ ହୋଇ ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତିହୋଇଛନ୍ତି। ଘଟଣାରୁ ପ୍ରକାଶ ଵାରପଉଟିଆ ଗ୍ରାମର ଟିଵୁ ହେମ୍ବ୍ରମ (୨୨) ଙ୍କ ପରିବାର ବିଲରେ ଘାସ ବାଛୁଥିଵା ବେଳେ ହଠାତ୍ ଜଙ୍ଗଲରୁ ବାଘୁଆ ମହୁମାଛିଆକ୍ରମଣ କରିଥିଲେ। ସମସ୍ତେ ପ୍ରାଣ ବିକଳରେ ଧାଉଁଥିବା ବେଳେ ମହୁମାଛି ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ। 

ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ

ଟିବୁ ହେମ୍ବ୍ରମଙ୍କ ସ୍ତ୍ରୀ ସିତା ହେମ୍ବ୍ରମ (୨୨), ପୁଅ ସାଗର ହେମ୍ବ୍ରମ (୧୮ମାସ),ଵଡ଼ମା ଚୁଡା ହେମ୍ବ୍ରମ (୬୫) ସାନ ରଇମତ ହେମ୍ବ୍ରମ (୬୦) ଗୁରୁତର ଆହତ ହୋଇଥିଲେ। ଖବର ପାଇ ପରିବାର ଲୋକେ ଏବଂ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଛି।

Old Dispute: ଦୁଇ ସାହି ମଧ୍ୟରେ ପୁରୁଣା ବିବାଦକୁ ନେଇ ସଂଘବଦ୍ଧ ଆକ୍ରମଣ: ବାପା ମୃତ; ପୁଅ ଗୁରୁତର

Read Entire Article
LEFT SIDEBAR AD

Hidden in mobile, Best for skyscrapers.