BCCI: ବିସିସିଆଇର ଆଭିମୁଖ୍ୟକୁ ଦଳର ସମର୍ଥନ: ମଜୁମଦାର

3 days ago 6
ARTICLE AD BOX

ନୂଆଦିଲ୍ଲୀ: ଏସୀୟ କ୍ରିକେଟ ପରିଷଦ ଅଧ୍ୟକ୍ଷ ମୋହସିନ ନକଭୀଙ୍କଠାରୁ ଏସିଆ କପ୍‌ ଟ୍ରଫି ଗ୍ରହଣ ନକରିବା ନେଇ ବିସିସିଆଇର ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ସମର୍ଥନ କରିଛି ଭାରତୀୟ ମହିଳା କ୍ରିକେଟ୍‌ ଦଳ। ଦଳର ମୁଖ୍ୟ ପ୍ରଶିକ୍ଷକ ଅମୋଲ ମଜୁମଦାର କହିଛନ୍ତି ଯେ, ଏସିଆ କପ୍‌ ଜିତିବା ହିଁ ଖେଳାଳିଙ୍କ ପାଇଁ ସବୁଠାରୁ ବଡ଼ ସଫଳତା ଏବଂ ଟ୍ରଫି ଗ୍ରହଣ କରିବା ନେଇ ଦଳର କୌଣସି ଅବଶୋଷ ନାହିଁ।

ଅଷ୍ଟମ ଥର ପାଇଁ ଏସିଆ କପ୍‌ ଚାମ୍ପିୟନ

ରବିବାର ଅନୁଷ୍ଠିତ ଫାଇନାଲରେ ଶ୍ରୀଲଙ୍କାକୁ ୭୨ ରନ୍‌ରେ ପରାସ୍ତ କରି ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତ ରେକର୍ଡ ଅଷ୍ଟମ ଥର ପାଇଁ ଏସିଆ କପ୍‌ ଚାମ୍ପିୟନ ହୋଇଛି। ତେବେ ପୁରସ୍କାର ବିତରଣୀ ସମାରୋହରେ ନକଭୀଙ୍କଠାରୁ ଭାରତ ଟ୍ରଫି ଗ୍ରହଣ କରିନଥିଲା। ନକଭୀ ପାକିସ୍ତାନର ଗୃହମନ୍ତ୍ରୀ ହେବା ସହ ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ମ୍ୟାଚ୍‌ ପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମଜୁମଦାର କହିଥିଲେ, “ଏହି ନିଷ୍ପତ୍ତି ବିସିସିଆଇ ନେଇଛି ଏବଂ ଆମେ ଏହା ସହିତ ଅଛୁ। ଆମ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଶେଷ ହୋଇଛି। ଆମେ ଚାମ୍ପିୟନ ହୋଇଛୁ, ଏହା ହିଁ ଆମ ପାଇଁ ଯଥେଷ୍ଟ।” ସେ ଆହୁରି କହିଥିଲେ, “ପଡ଼ିଆର ବଡ଼ ପରଦାରେ ଭାରତକୁ ୨୦୨୬ ଏସିଆ କପ୍‌ ଚାମ୍ପିୟନ ଭାବେ ଦର୍ଶାଯାଇଥିଲା। ଆମ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଆନୁଷ୍ଠାନିକ ଭାବେ ଶେଷ। ଆମେ ଚାମ୍ପିୟନ ହୋଇଥିବାରୁ ଖୁସି। ଏବେ ଆମର ନଜର ଏସୀୟ କ୍ରୀଡ଼ା ଉପରେ।”

US Open Trophy: ୟୁଏସ୍ ଓପନ୍ ଜିତିଲେ ଭେରଭ୍‌: ନିଜ ମା’ଙ୍କୁ ଉତ୍ସର୍ଗ କଲେ ଟ୍ରଫି

୨୦୨୫ ପୁରୁଷ ଏସିଆ କପ୍‌ରେ ବି ଭାରତୀୟ ଦଳ ସମାନ ଆଭିମୁଖ୍ୟ ଗ୍ରହଣ କରିଥିଲା। ଏହାକୁ ନେଇ ସେତେବେଳେ ବଡ଼ ବିବାଦ ଦେଖାଦେଇଥିଲା ଓ ଏପର୍ଯ୍ୟନ୍ତ ଭାରତ ହାତକୁ ଟ୍ରଫି ଆସି ନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.