Bank unions announce strikes: ଆସନ୍ତା ୧୧ ତାରିଖରେ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟକୁ ଓହ୍ଲାଇବେ

2 weeks ago 8
ARTICLE AD BOX

ନୂଆଦିଲ୍ଲୀ: ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ ସହିତ ଅନ୍ୟାନ୍ୟ ଦାବି ନେଇ ଦେଶରେ ବ୍ୟାଙ୍କ କର୍ମଚାରୀମାନେ ଆସନ୍ତା ୧୧ ତାରିଖରେ ଧର୍ମଘଟକୁ ଓହ୍ଲାଇବେ। ୟୁନାଇଟେଡ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ (ୟୁଏଫ୍‌ବିୟୁ) ପକ୍ଷରୁ ଆଜି ଏହା କୁହାଯାଇଛି। ୧୧ ତାରିଖରେ ଦିନିକିଆ ଧର୍ମଘଟ ପରେ ଆସନ୍ତା ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ୩ ଦିନିଆ ଧର୍ମଘଟ କରାଯିବ। ଯଦି ସେମାନଙ୍କ ଦାବି ପୂରଣ ନହେବ ତାହେଲେ କର୍ମଚାରୀମାନେ ଆସନ୍ତା ଅକ୍ଟୋବର ୨୬ରୁ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ କରିବେ ବୋଲି ଚେତାବନୀ ଦେଇଛନ୍ତି। 

ଉଲ୍ଲେଖଯୋଗ୍ୟ, ୟୁଏଫ୍‌ବିୟୁରେ ବ୍ୟାଙ୍କ କର୍ମଚାରୀ ଓ ଅଫିସରମାନଙ୍କର ୭ଟି ସଂଘ ଯଥା ଏଆଇବିଇଏ, ଏଆଇବିଓସି, ଏନ୍‌ସିବିଇ, ଏଆଇବିଓଏ, ବିଇଏଫ୍‌ଆଇ, ଆଇଏନ୍‌ବିଓସି ଏବଂ ଆଇଏନ୍‌ବିଇଏଫ୍‌ ରହିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଠାରୁ ଆରମ୍ଭ କରି ଘରୋଇ ବ୍ୟାଙ୍କ, ବିଦେଶୀ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କଗୁଡ଼ିକର କର୍ମଚାରୀ ଓ ଅଧିକାରୀମାନେ ଏସବୁ ସଂଘରେ ରହିଛନ୍ତି। କର୍ମଚାରୀମାନେ ମୁଖ୍ୟତଃ ୪ଟି ଦାବି ଉଠାଇଛନ୍ତି। ସେଗୁଡ଼ିକ ହେଲା ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ, ସରକାରଙ୍କ ପ୍ରଦର୍ଶନ ସଂଯୋଜିତ ପ୍ରୋତ୍ସାହନ ଯୋଜନାକୁ ପ୍ରତ୍ୟାହାର କରିବା, ଦ୍ବିପାକ୍ଷିକ ଆଲୋଚନା ଜରିଆରେ ପ୍ରୋତ୍ସାହନ ଯୋଜନାରେ ସଂ‌ଶୋଧନ ଆଣିବା ଏବଂ ପଡ଼ି ରହିଥିବା ବିଷୟର ସମାଧାନ କରିବା।

ଇରାକକୁ ୮୦୦ ନିୟୁତ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ବିକ୍ରି କରିବ ଆମେରିକା

Read Entire Article
LEFT SIDEBAR AD

Hidden in mobile, Best for skyscrapers.