Bank of Baroda: ବ୍ୟାଙ୍କ ଅଫ୍‌ ବରୋଦା ଓଡ଼ିଶାରେ ୧୦୦ ଲୋକାଲ୍‌ ଅଫିସର ନିଯୁକ୍ତ କରିବ

2 weeks ago 7
ARTICLE AD BOX

ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍‌ ବରୋଦା ଓଡ଼ିଶାରେ ୧୦୦ ଲୋକାଲ ବ୍ୟାଙ୍କ ଅଫିସର ନିଯୁକ୍ତି ଦେବ। ବ୍ୟାଙ୍କିଂ କାରବାର ବଢ଼ାଇବା ଏବଂ ସ୍ଥାନୀୟ ନିଯୁକ୍ତି ସୁଯୋଗକୁ ସୁଦୃଢ଼ କରିବା ଲାଗି ବ୍ୟାଙ୍କ ଏହି ଅଧିକାରୀମାନେ ନିଯୁକ୍ତ ହେବେ। ଦେଶର ୨୦ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ବ୍ୟାଙ୍କ ମୋଟ ୨୪୮୨ ଜଣଙ୍କୁ ଲୋକାଲ୍‌ ବ୍ୟାଙ୍କ ଅଫିସର ପଦରେ ନିଯୁକ୍ତି ଦେବ। ସେଥିରୁ ଓଡ଼ିଶା ପାଇଁ ୧୦୦ ଜଣ ରହିବେ। ଚୟନିତ ପ୍ରାର୍ଥମାନେ ଯେଉଁ ରାଜ୍ୟ ପାଇଁ ଆବେଦନ କରିଥିବେ ସେମାନେ ସେଠାରେ ପ୍ରଥମ ୧୨ ବର୍ଷ କିମ୍ବା ଏସ୍‌ଏମ୍‌ଜିଏସ୍‌-୪ ଗ୍ରେଡ୍‌କୁ ପଦୋନ୍ନତି ପାଇବା ପର୍ଯ୍ୟନ୍ତ (ଯେଉଁଟି ଆଗ) କାର୍ଯ୍ୟ କରିବେ।

ଆହୁରି ପଢନ୍ତୁ: Accident: ହରିୟାଣା ଏକ୍ସପ୍ରେସ୍‌ୱେରେ ଟ୍ରକ୍‌ ଉପରକୁ ମାଡ଼ିଗଲା ପିକ୍‌ଅପ୍‌, ୬ ମୃତ

ଏଭଳି ନିଯୁକ୍ତି ଦ୍ବାରା ଗ୍ରାହକମାନଙ୍କ ପ୍ରଭାବୀ ଢଙ୍ଗରେ ସେବା ଯୋଗାଇ ଦିଆଯାଇ ପାରିବ ‌ବୋଲି ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଲାଲ ସିଂହ କହିଛନ୍ତି। ଚଳିତବର୍ଷ ଅଗଷ୍ଟ ପହିଲା ସୁଦ୍ଧା ୨୧ରୁ ୩୦ ବର୍ଷ ବୟସ ହୋଇଥିବା ସ୍ନାତକମାନେ ଏଥିପାଇଁ ଆବେଦନ କରିପାରିବେ। ତେବେ ରିଜର୍ଭ ବ୍ୟାଙ୍କର ଦ୍ବିତୀୟ ସିଡ୍ୟୁଲରେ ତାଲିକାଭୁକ୍ତ ହୋଇଥିବା ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକରେ ୧ ବର୍ଷର କାର୍ଯ୍ୟ ଅଭିଜ୍ଞତା ସେମାନଙ୍କର ଥିବା ଆବଶ୍ୟକ। ସଂପୃକ୍ତ ରାଜ୍ୟର ଭାଷା ଉପରେ ଦକ୍ଷତା ଥିବା ଆବଶ୍ୟକ। ‌ଯୋଗ୍ୟ ପ୍ରାର୍ଥୀମାନେ ବ୍ୟାଙ୍କ ଅଫ୍‌ ବରୋଦାର ୱେବସାଇଟ୍‌ ଜରିଆରେ ଏଥିପାଇଁ ସେପ୍ଟେମ୍ବର ୭ ତାରିଖ ଯାଏଁ ଆବେଦନ କରିବା ସୁଯୋଗ ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.