ARTICLE AD BOX
ବୈଶିଙ୍ଗା: ମୟୂରଭଞ୍ଜଜିଲ୍ଲା ବେତନଟୀ ବ୍ଲକ୍ ଅଧୀନ କଷିପଦା ଗ୍ରାମରୁ ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ପାରାଟିର ଗୋଡ଼ରେ ଥିବା ନୀଳରଙ୍ଗର ପିତ୍ତଳ ରିଂରେ ‘ବିଏଏନ୍-୨୦୨୪’ ଓ ‘୭୦୧୮୩୧’ ଲେଖାଥିବାରୁ ଏହାକୁ ନେଇ କୌତୂହଳ ସୃଷ୍ଟି ହୋଇଛି। ଆଜି ଅପରାହ୍ଣରେ ଗ୍ରାମର ହରୀଶ ଚନ୍ଦ୍ର ପୁହାଣଙ୍କ ଘର ନିକଟରେ ପାରାଟି ବୁଲୁଥିବା ବେଳେ ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲା।
Paddhati: କ୍ୟାରିୟର ବାଛିବାରେ ଆଉ ନୁହେଁ ଦ୍ୱନ୍ଦ୍ୱ, ଦିଗ ଦେଖାଇବ ‘ପଦ୍ଧତି’
ଗୋଡ଼ରେ ରହିଛି ପିତ୍ତଳ ରିଂ
ଲେଖାଅଛି ‘ବିଏଏନ୍-୨୦୨୪ ଓ ୭୦୧୮୩୧’
ଗୋଡ଼ରେ ଥିବା ରିଂରେ ଉକ୍ତ କୋଡ୍ ଲେଖାଥିବା ଜଣାପଡ଼ିବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ତେବେ ପରେ ହରୀଶଙ୍କ ପୁଅ ଶ୍ରୀକାଶ ପାରାଟିକୁ ଉଦ୍ଧାର କରି ବୈଶିଙ୍ଗା ଥାନାର ଜିମା ଦେଇଥିଲେ। ବେତନଟୀ ଏସ୍ଡିପିଓ ମିନତି ବିଶ୍ୱାଳ ଓ ଥାନା ଅଧିକାରୀ ବାବାଶଙ୍କର ସରାଫ ରିଂରେ ଥିବା କୋଡ୍ ନମ୍ବର ଯାଞ୍ଚ କରିଥିଲେ। ପ୍ରାଥମିକ ତଦନ୍ତରୁ ପାରାଟି ବାଂଲାଦେଶରୁ ଆସିଥିବା ସନ୍ଦେହ କରାଯାଉଛି।
AI: କେବଳ ଧନୀଙ୍କ ପାଇଁ ନୁହେଁ ଏଆଇ, ଭାରତରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ: ବିଲ୍ ଗେଟ୍ସ

1 day ago
1


