ARTICLE AD BOX
ବାଲିକୁଦା: ବନ୍ଦର ସାମୁଦ୍ରିକ ଥାନା ଅନ୍ତର୍ଗତ ମରିଚପୁର ଗ୍ରାମରେ ଘଟିଥିବା ସିରିଜ ଚୋରି ଘଟଣା ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତ ରାତିରେ ଦୁର୍ବୃତ୍ତମାନେ ଗ୍ରାମର ଏକାଧିକ ଘରକୁ ଟାର୍ଗେଟ କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ କିଛି ନଗଦ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି।
ଆହୁରି ପଢନ୍ତୁ:PM Modi: ‘କେବଳ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ବିବାଦର ସମାଧାନ ହୋଇପାରିବ’
ଚୋରଙ୍କ ଶିକାର ହୋଇଥିବା ପରିବାରମାନଙ୍କ ମଧ୍ୟରେ ଲକ୍ଷ୍ମୀଧର ମୁଦୁଲି, ପ୍ରକାଶ ବିଶ୍ୱାଳ, ରଘୁନାଥ ବିଶ୍ୱାଳ, ରାଜେନ୍ଦ୍ର ବିଶ୍ୱାଳ ଏବଂ ରବୀନ୍ଦ୍ର ସ୍ୱାଇଁଙ୍କ ପରିବାର ରହିଛନ୍ତି। ସେମାନଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ କିଛି ନଗଦ ଟଙ୍କା ଚୋରି ହୋଇଥିବା ନେଇ ବନ୍ଦର ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଛି।
ଆହୁରି ପଢନ୍ତୁ:Rapecase:୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ,ଥାନାରେ ଏତଲା
ଅଭିଯୋଗ ପାଇବା ପରେ ବନ୍ଦର ସାମୁଦ୍ରିକ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତଆରମ୍ଭ କରିଛି। ଚୋରମାନଙ୍କୁ ଠାବ କରିବା ପାଇଁ ସନ୍ଧାନୀ କୁକୁରର ସହାୟତା ନିଆଯିବ ବୋଲି ପୋଲିସ ସୂଚନା ଦେଇଛି।
ଘଟଣାସ୍ଥଳରୁ ଚୋରମାନେ ବ୍ୟବହାର କରିଥିବା ବୋଲି ସନ୍ଦେହ କରାଯାଉଥିବା ଏକ ଧାରୁଆ ମରଣାସ୍ତ୍ର ଜବତ ହୋଇଛି। ଏହା ଆଧାରରେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି।
ଏକାସାଙ୍ଗରେ ପାଞ୍ଚଟି ଘରେ ଚୋରି ଘଟଣା ପରେ ମରିଚପୁର ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ରାତ୍ରିକାଳୀନ ପୋଲିସ ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରିବା ସହ ଚୋରମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

3 weeks ago
14


