ARTICLE AD BOX
ବାଲିଅନ୍ତା: ବାଲିଅନ୍ତା ବ୍ଲକ ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବାଲିଅନ୍ତା ବ୍ଲକ୍ରେ ଥିବା ୪ଟି ବାତ୍ୟା ଆଶ୍ରୟସ୍ଥଳୀକୁ ମିଶାଇ ବିଦ୍ୟାଳୟ ଏବଂ କୋଠଘର ଭଳି ଅନ୍ୟ ୧୪ଟି ସ୍ଥାନରେ ପ୍ରାୟ ୫ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବାଲିଅନ୍ତା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିତା ନାଥ କହିଛନ୍ତି। ରାତିରେ ଆଶ୍ରୟସ୍ଥଳୀକୁ ଆସିଥିବା ବିପନ୍ନ ପରିବାର ଲୋକଙ୍କ ଲାଗି ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି।
Weather: ଦୀଘା ନିକଟରେ ଛୁଇଁବ ଗଭୀର ଅବପାତ: ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ
ଉଦ୍ଧାର କାର୍ଯ୍ୟ ଲାଗି ପଞ୍ଚାୟତ ସମିତି ପରିସରରେ୩୦ ଜଣ ଏନ୍ଡିଆର୍ଏଫ୍ ଟିମ ଏବଂ ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି। ୨ଟି ବୋଟ ସହ ଚାଳକଙ୍କୁ ପ୍ରସ୍ତୁତ କରି ରଖାଯାଇଛି। ବାଲିଅନ୍ତା ଇଟାଭାଟି, ପ୍ରତାପ ଶାସନ ଅଞ୍ଚଳରେ ଥିବା ଇଟାଭାଟି ଶ୍ରମିକମାନଙ୍କୁ ସ୍ଥାନାନ୍ତର କରାଯାଇଛି। ଆଶ୍ରୟସ୍ଥଳୀ ନୋଡାଲ ଅଧିକାରୀ ଭାବେ ଶିକ୍ଷକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଯନ୍ତ୍ରୀ ନିୟୋଜିତ ହୋଇଛନ୍ତି। ଭୁବନେଶ୍ୱର ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ ଏବଂ ବାଲିଅନ୍ତା ତହସିଲଦାର ଲିଲନ ପ୍ରସାଦଙ୍କ ସମେତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ନାଥ ବନ୍ୟା ପରିସ୍ଥିତି ତଦାରଖ ଦାୟିତ୍ୱରେ ଅଛନ୍ତି।

3 days ago
1


