ARTICLE AD BOX
ବଡ଼ଚଣା: ଛତିଆ ଅଂଚଳରେ ପୁଲିସ ଚଢ଼ାଉ କରି ୫୦ କିଲୋଗ୍ରାମ୍ରୁ ଊର୍ଦ୍ଧ୍ବ ନକଲି ଜର୍ଦ୍ଦା ଜବତ କରିଛି। ଏହି ମାମଲାରେ ଜଣକୁ ଗିରଫ କରାଯାଇଛି।
ଭଦ୍ରକରେ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ: ୬୦ ଲକ୍ଷ ଟଙ୍କାର ଜର୍ଦ୍ଦା ସହ ନାମୀଦାମୀ କମ୍ପାନିର ଲୋଗୋ ଜବତ
ସୂଚନା ମୁତାବକ ଗତକାଲି (ଶୁକ୍ରବାର) ଅପରାହ୍ନରେ ବୈରୀ ଥାନା ଅଧୀନ ନେଳିଆ ପଂଚାୟତ ବିଦ୍ୟାଧରପୁର ଗାଁର ଆଲୋକ କୁମାର ନାୟକ(୩୬) ନିଜ ସ୍କଟିରେ ନକଲି ଜର୍ଦ୍ଦା ନେଇ ବିକ୍ରି କରିବାକୁ ଛତିଆ ବଜ଼ାର ଯାଉଥିଲେ। ଗୁଇନ୍ଦା ସୂଚନା ପାଇ ଛତିଆ ଫାଣ୍ଡି ଅଧିକାରୀ ସରୋଜ କୁମାର ବେହେରା ସଦଳବଳେ ରାସ୍ତାରେ ଯାଞ୍ଚ କରିଥିଲେ। ତାଙ୍କ ପାଖରୁ ୧୦୦ ପକେଟ ନକଲି ଜର୍ଦ୍ଦା ଯାହାର ଓଜନ ପ୍ରାୟ ୫୦ କିଗ୍ରା ମିଳିଥିଲା।
ନକଲି ଜର୍ଦ୍ଦା କାରଖାନା ଉପରେ ଚଢ଼ାଉ: ଲୋଗୋ-ଷ୍ଟିକର-ଯନ୍ତ୍ରାଂଶ ଜବତ, ୨ ଗିରଫ
ଏନେଇ ବୈରୀ ଥାନାରେ ନଂ ୨୨୨/୨୬ରେ ଏକ ମାମଲା ରୁଜୁ କରିଛନ୍ତି। ଆଜି (ଶନିବାର) ଆବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷଣ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏଏସଆଇ ପଣ୍ଡା ବାବୁଙ୍କୁ ମାମଲାର ତଦନ୍ତ ଭାର ଦିଆଯାଇଛି l

24 minutes ago
1


