Australia: ଇଂଲଣ୍ଡକୁ ୭ ୱିକେଟ୍‌ରେ ହରାଇଲା ଅଷ୍ଟ୍ରେଲିଆ

1 hour ago 2
ARTICLE AD BOX

ପର୍ଥ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଯୁବ ଦ୍ରୁତ ବୋଲର ମାହଲି ବିୟର୍ଡମାନ୍‌ ଚମତ୍କାର ପଦାର୍ପଣ ବଳରେ ଅଷ୍ଟ୍ରେଲିଆ ୭ ୱିକେଟ୍‌ ବିଜୟୀ ହୋଇଛି। ୨୧ ବର୍ଷୀୟ ବିୟର୍ଡମାନ୍‌ଙ୍କ ୭.୪-୧-୨୪-୬ ବୋଲିଂ ସଫଳତା ପଦାର୍ପଣରେ ଅଷ୍ଟ୍ରେଲିଆ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ। ତାଙ୍କର ଏହି ଘାତକ ବୋଲିଂରେ ଭ୍ରମଣକାରୀ ଇଂଲଣ୍ଡ ୩୩.୪ ଓଭରରେ ୧୩୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ଦ୍ବାଦଶ ଓଭରରେ ବୋଲିଂକୁ ଆସିଥିବା ବିୟର୍ଡମାନ୍‌ ନିଜର ପ୍ରଥମ ସ୍ପେଲ୍‌ରେ ଅଧିନାୟକ ହ୍ୟାରି ବ୍ରୁକ୍‌ ଓ ୨୦୦ତମ ଦିନିକିଆ ଖେଳୁଥିବା ଜୋ ରୁଟ୍‌ଙ୍କ ସହ ଜୋର୍ଡାନ କକ୍ସ, ସାମ କରନ୍‌, ଲିୟମ ଡସନ୍‌ଙ୍କୁ ଆଉଟ କରି ଦେବାରୁ ଇଂଲଣ୍ଡ ୧୭.୪ ଓଭରରେ ୬୦/୭ରେ ସଂଘର୍ଷ କରିଥିଲା। ତେବେ ନବମ ୱିକେଟ୍‌ରେ ୱିଲ୍‌ ଜାକ୍ସ (୨୫)ଙ୍କ ସହ ୩୭ ଏବଂ ଦଶମ ୱିକେଟ୍‌ରେ ଜୋଫ୍ରା ଆର୍ଚରଙ୍କ ସହ ଗସ୍‌ ଆଟ୍‌କିନସନ୍‌ (୨୯*) ୨୯ ରନ୍‌ ଯୋଡ଼ିବାରୁ ଦଳ ୧୩୧ ରନ୍‌ କରି ପାରିଥିଲା। ଜବାବରେ ଅଷ୍ଟ୍ରେଲିଆ ମିଚେଲ ମାର୍ସ (୫୦)ଙ୍କ ଅର୍ଦ୍ଧଶତକ, କୁପର କନୋଲି ୨୭, ମ୍ୟାଟ୍‌ ରେନ୍‌ସ ୨୬* ଓ ଜୋସ୍‌ ଇଂଲିସ୍‌ ୨୩* ରନ୍‌ ବଳରେ ୨୩.୩ ଓଭରରେ ୩ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ବିୟର୍ଡମାନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ପୁରୀର ହୋଟେଲ୍‌ରେ ଭୟଙ୍କର ବିସ୍ଫୋରଣ, ୩ଜଣ ଆହତ

https://www.youtube.com/watch?v=RkKHD_GjvPY

Read Entire Article
LEFT SIDEBAR AD

Hidden in mobile, Best for skyscrapers.