ARTICLE AD BOX
ମୁମ୍ବାଇ:ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଶୃଙ୍ଖଳାରୁ ଯସପ୍ରୀତ ବୁମରା ବାଦ୍ ପଡ଼ିବା ପରେ ତାଙ୍କ ସ୍ଥାନରେ ଜମ୍ମୁ ଓ କଶ୍ମୀର ବୋଲର୍ ଆକ୍ବିବ ନବିଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି। ଯଦି ତାଙ୍କୁ ଦଳରେ ସାମିଲ କରାଯାଏ, ତେବେ ପର୍ବେଜ ରସୁଲ ଓ ଉମ୍ରାନ ମଲ୍ଲିକଙ୍କ ପରେ ସେ ତୃତୀୟ ଜମ୍ମୁ ଓ କଶ୍ମୀର ଖେଳାଳିଭାବେ ଅନ୍ତର୍ଜାତୀୟ ଖେଳିବେ।
ଗତ ରଣଜୀ ଟ୍ରଫି ୧୦୦ରୁ ଅଧିକ ଉଇକେଟ୍ ହାସଲ: ନବି
ଗତ ରଣଜୀ ଟ୍ରଫି ଋତୁରେ ସେ ୧୦୦ରୁ ଅଧିକ ଉଇକେଟ୍ ହାସଲ କରି ଜମ୍ମୁ ଓ କଶ୍ମୀରକୁ ଚାମ୍ପିଅନ୍ କରିବାରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିଲେ। ବୋଲିଂ ସହ ସେ ଆବଶ୍ୟକତା ପଡ଼ିଲେ ଦଳ ପାଇଁ ଉପଯୋଗୀ ବ୍ୟାଟିଂ ମଧ୍ୟ କରିପାରନ୍ତି। ଗତ ଆଫଗାନିସ୍ତାନ ଓ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇ ନଥିବାରୁ କେତେକ ପୂର୍ବତନ କ୍ରିକେଟର ଚୟନକର୍ତ୍ତାମାନଙ୍କୁ ସମାଲୋଚନା କରିଥିଲେ। ଏପରିକି ତାଙ୍କୁ ଚୟନ ନ କରି ଆମେ ଘରୋଇ କ୍ରିକେଟରମାନଙ୍କୁ କି ବାର୍ତ୍ତା ଦେଉଛୁ ବୋଲି ସେ ପ୍ରଶ୍ନ କରିଥିଲେ ପୂର୍ବତନ ଅଲ୍ରାଉଣ୍ଡର ଇର୍ଫାନ ପଠାନ।

13 hours ago
2


