ARTICLE AD BOX
ଝିଟିପିଟି ନ ଥିବା ଘର ବୋଧହୁଏ ବହୁତ କମ୍ ଥିବ। ଏମାନେ ଘର କାନ୍ଥ ଓ ଛାତରେ ଚୁପ୍ଚାପ୍ ଲାଖି ରହିଥାନ୍ତି। ଦୁଇଟି କାରଣ ପାଇଁ ଝିଟିପିଟି ଘରେ ପଶନ୍ତି। ଗୋଟିଏ ହେଉଛି ଆକସ୍ମିକ ବା କୌଣସି କାରଣ ନ ଥାଇ ଝିଟିପିଟିଟିଏ ଘରେ ପଶିଯାଏ। ଅନ୍ୟଟି ହେଉଛି ଘରେ ଝିଟିପିଟି ପାଇଁ ଖାଦ୍ୟ ଓ ଲୁଚି ରହିବାର ସୁବିଧା। ଝିଟିପିଟିମାନେ କୀଟପତଙ୍ଗ ଖାଆନ୍ତି। ଯେଉଁ ଘରକୁ ଯେତେ କୀଟପତଙ୍ଗ ଆସନ୍ତି ସେ ଘରକୁ ସେତେ ଝିଟିପିଟି ପଶନ୍ତି।
VAML Coal Mines: ଭିଏଏମ୍ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ
ଘରେ ବା ବାଲ୍କନିରେ ଜଳୁଥିବା ଆଲୁଆ ଚାରିପଟେ କୀଟପତଙ୍ଗ ରୁଣ୍ଡ ହୁଅନ୍ତି। ସେମାନଙ୍କୁ ଖାଇବା ପାଇଁ ଝିଟିପିଟି ଆସନ୍ତି। ତେଣୁ ଦରକାର ନ ଥିଲେ ବାହାରେ ଜଳୁଥିବା ଆଲୁଆ ଲିଭାଇ ଦିଅନ୍ତୁ। ଝରକା ନିବୁଜ କଲାପରି ପରଦା ଟାଣନ୍ତୁ। ସବୁଦିନ ଡଷ୍ଟ୍ବିନ୍ରୁ ଅଇଁଠା ଭଳି ଆବର୍ଜନା ଫୋପାଡ଼ିବା ଦରକାର। ନହେଲେ ମାଛି ଓ ଅନ୍ୟ କୀଟପତଙ୍ଗ ଅଇଁଠା ଖାଇବାକୁ ଘରେ ପଶିବେ। କୀଟପତଙ୍ଗଙ୍କୁ ଖାଇବା ପାଇଁ ଆସିବେ ଝିଟିପିଟି। ତେଣୁ, ଡଷ୍ଟ୍ବିନ୍ରେ ଢାଙ୍କୁଣି ଦେଇ ରଖନ୍ତୁ।
DMFକୁ ୩ ହଜାର କୋଟି ଟଙ୍କା ଦେଇଥିବା ରାସ୍ତା ମରଣ ଯନ୍ତା; ୪୫ କିଲୋମିଟର ସଡ଼କରେ ହଜାର ଖାଲ
ଘର ଝରକା ଓ କବାଟ ବନ୍ଧ ଚାରିପଟେ ଥିବା ଛୋଟ ଫାଙ୍କ, ପାଇପ୍ ଓ ଭେଣ୍ଟିଲେସନ୍ ପାଇଁ ଖୋଲା ଜାଗା ବାଟେ ମଧ୍ୟ କୀଟପତଙ୍ଗ ଓ ଝିଟିପିଟି ପଶି ଆସନ୍ତି। ସେସବୁ ଫାଙ୍କ ଯାଞ୍ଚ କରି ମେସ୍ ସ୍କ୍ରିନ୍ ବା ୱେଦର୍ଷ୍ଟ୍ରାଇପିଙ୍ଗ୍ ଲଗାଇ ଦିଅନ୍ତୁ।
ଅଯଥାରେ ଘରେ ପେଟି ଓ ଖୋଳ ପଡ଼ିରହି ଥାଏ। ଏଥିରେ କୀଟପତଙ୍ଗ ଲୁଚନ୍ତି। ସେମାନଙ୍କୁ ଖାଇବା ପାଇଁ ଝିଟିପିଟି ସେଠାକୁ ଯାଆନ୍ତି। ତେଣୁ, ଅଦରକାରୀ ପେଟି ଓ ଖୋଳ ଫିଙ୍ଗି ଦିଅନ୍ତୁ। ଆଲମାରି ପଛ ବି ଝଡ଼ାଝଡ଼ି କରନ୍ତୁ।କୀଟପତଙ୍ଗ ପାଇଁ ସୁବିଧା ଜାଗା ହେଉଛି ସନ୍ତସନ୍ତିଆ ବାଥ୍ରୁମ୍, ବାଲ୍କୋନି, ଅନାବନା ଜିନିଷପତ୍ର ରଖାଯାଇଥିବା ଜାଗା, ରୋଷେଇଘର ବେସିନ୍ ଇତ୍ୟାଦି। ସେମାନଙ୍କୁ ଖାଇବାକୁ ଝିଟିପିଟି ସେଠାକୁ ବି ଯାଆନ୍ତି। ତେଣୁ, ଏସବୁ ଜାଗା ପରିଷ୍କାର ଓ ଶୁଖିଲା ରଖିବା ପାଇଁ ଚେଷ୍ଟା କରନ୍ତୁ।

58 minutes ago
1


