Athletes: କ୍ରୀଡ଼ାବିତ୍‌ଙ୍କୁ ମିଳୁନି ଆବଶ୍ୟକ ସରଞ୍ଜାମ: ଭଙ୍ଗା ଷ୍ଟିକ୍‌, ବିନା ଜୋତାରେ ହକି ଅଭ୍ୟାସ

1 day ago 1
ARTICLE AD BOX

ରାୟଗଡ଼ା (ଶିବ ପ୍ରସାଦ ଦୋରା): ଦେଶ ପାଇଁ ଖେଳିବାକୁ ଳକ୍ଷ୍ୟ ରଖିଛନ୍ତି। ଦୈନିକ ପଡ଼ିଆକୁ ଆସି ଅଭ୍ୟାସ କରୁଛନ୍ତି। କୋଚ୍‌ଙ୍କ ତତ୍ତ୍ବାବଧାନରେ ଚାଲିଛି ପ୍ରଶିକ୍ଷଣ। ହେଲେ କ୍ରୀଡ଼ାଭ୍ୟାସ ପାଇଁ ଜୋତା ନାହିଁ କି ଆବଶ୍ୟକ ସରଞ୍ଜାମ ମଧ୍ୟ ନାହିଁ। ମିଳିଥିବା ଏକ ହଳ ଜୋତା ନଷ୍ଟ ହେବାକୁ ବସିଥିବାରୁ ଖାଲି ପାଦରେ ହକି ଅଭ୍ୟାସ କରୁଛନ୍ତି ରାୟଗଡ଼ାର କ୍ରୀଡ଼ାବିତ୍‌। ହକିର ବିକାଶ ଲାଗି ରାୟଗଡ଼ା ଜିଲ୍ଲାରେ ୨ଟି ଗ୍ରାସରୁଟ୍ ସେଣ୍ଟର ଆରମ୍ଭ କରିଛନ୍ତି ସରକାର। ଗୋଟିଏ ଜିସିଡି ଉଚ୍ଚବିଦ୍ୟାଳୟରେ ଏବଂ ଅନ୍ୟଟି ବାଳିକା ଉଚ୍ଚବିଦ୍ୟାଳୟରେ ଚାଲିଛି। ଉଭୟ ଗ୍ରାସରୁଟ୍ ସେଣ୍ଟରରେ ୮୦ରୁ ୧୦୦ କ୍ରୀଡ଼ାବିତ୍‌ ଅଭ୍ୟାସ ଜାରି ରଖିଛନ୍ତି।

Sex Racket Busted: ଲାଗିଥିଲା ଅବସରପ୍ରାପ୍ତ ପୁଲିସ ଇନ୍‌ସପେକ୍ଟର ନାମଫଳକ, ଚାଲିଥିଲା ଦେହ ବ୍ୟବସାୟ

ନାହିଁ ସ୍ବତନ୍ତ୍ର ପଡ଼ିଆ କି ଗୋଲ୍‌ ପୋଷ୍ଟ
ରାଜ୍ୟସ୍ତରରେ ଖେଳୁଛନ୍ତି ୧୬ କ୍ରୀଡ଼ାବିତ୍‌

ପ୍ରଥମ ବର୍ଷ କ୍ରୀଡ଼ା ଅଭ୍ୟାସ କରୁଥିବା ନବମ ଶ୍ରେଣୀର ଛାତ୍ର ରାହୁଲ ତାଡିଙ୍ଗି ଓ ସପ୍ତମ ଶ୍ରେଣୀର ଛାତ୍ର ସୁଶାନ୍ତ ଜାଗରାଙ୍ଗା କହିଛନ୍ତି, ହକି ଖେଳିବା ପାଇଁ ପ୍ରବଳ ଆଗ୍ରହ ରହିଛି। କିନ୍ତୁ ଆମ ପାଖରେ ଆବଶ୍ୟକ ସରଞ୍ଜାମ ନାହିଁ। ଅଭ୍ୟାସ ପାଇଁ ଜୋତା ନ ଥିବାରୁ ପାଦରେ ଆଘାତ ଲାଗୁଛି। ତଥାପି ଦେଶ ପାଇଁ ଖେଳିବାର ସ୍ବପ୍ନ ନେଇ ସବୁଦିନ ଅଭ୍ୟାସ ଜାରି ରଖିଛୁ। ଅଭ୍ୟାସ କରୁଥିବା ୧୬ରୁ 
ଊର୍ଧ୍ବ କ୍ରୀଡ଼ାବିତ୍‌ ଇତିମଧ୍ୟରେ ରାଜ୍ୟସ୍ତରରେ ସବ୍‌ଜୁନିୟର ଓ ଜୁନିୟର ବର୍ଗରେ ରାୟଗଡ଼ା ଜିଲ୍ଲାରୁ ପ୍ରତିନିଧିତ୍ବ କରୁଛନ୍ତି। ରାଜ୍ୟସ୍ତରରେ ଖେଳିବା ସମୟରେ ଆବଶ୍ୟକ ସରଞ୍ଜାମ ନଥିଲେ ପରିଚାଳନା କର୍ତ୍ତୃପକ୍ଷ ମ୍ୟାଚ୍‌ ଖେଳିବାର ସୁଯୋଗ ଦେଇନଥାନ୍ତି। ଯେଉଁଥି ପାଇଁ ପୂର୍ବରୁ ମିଳିଥିବା ଜୋତାକୁ କ୍ରୀଡ଼ାବିତ୍‌ ବଡ଼ ପ୍ରତିଯୋଗିତା ପାଇଁ ସଂରକ୍ଷିତ କରି ରଖିଥିବା ସୂଚନା ଦେଇଛନ୍ତି।

AI: କେବଳ ଧନୀଙ୍କ ପାଇଁ ନୁହେଁ ଏଆଇ, ଭାରତରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ: ବିଲ୍‌ ଗେଟ୍ସ

ଜିସିଡି ଉଚ୍ଚବିଦ୍ୟାଳୟ କେନ୍ଦ୍ରରେ ତାଲିମ ଦେଉଥିବା କୋଚ୍‌ ଅମିତ ଟପ୍ନୋ କହିଛନ୍ତି, କିଛି ବର୍ଷ ପୂର୍ବେ ଯେଉଁ ସରଞ୍ଜାମ ଯୋଗାଇ ଦିଆଯାଇଥିଲା ତାକୁ ନେଇ କ୍ରୀଡ଼ାବିତ୍‌ ଖେଳୁଛନ୍ତି। ସେମାନଙ୍କୁ ଆବଶ୍ୟକ ସୁବିଧା ମିଳିଲେ ଜାତୀୟସ୍ତରରେ ମଧ୍ୟ ଖେଳିପାରିବେ। ସରଞ୍ଜାମର ଅଭାବ ସାଙ୍ଗକୁ କ୍ରୀଡ଼ାବିତ୍‌ଙ୍କ ଅଭ୍ୟାସ ପାଇଁ ସ୍ବତନ୍ତ୍ର ପଡ଼ିଆ କି ଗୋଲ୍‌ ପୋଷ୍ଟ ମଧ୍ୟ ନାହିଁ। ହକି ଷ୍ଟିକ୍‌ଗୁଡ଼ିକ ଭାଙ୍ଗିଗଲାଣି। ସାମାଜିକ କର୍ମୀ ଗୋପୀନାଥ ଗୌଡ଼ ଅଭିଯୋଗ କରିଛନ୍ତି, ଆବଶ୍ୟକ ସୁରକ୍ଷା ଓ ସରଞ୍ଜାମ ବିନା ହକି ଅଭ୍ୟାସ ଚାଲିଥିବାରୁ କ୍ରୀଡ଼ାବିତ୍‌ ଆହତ ହେବାର ଆଶଙ୍କା ରହିଛି। ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ଉଚିତ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.