Atal Kumar murder case ପତି ହତ୍ୟା ମାମଲାରେ ପୂର୍ବତନ ବିଜେପି ନେତ୍ରୀଙ୍କୁ ଆଜୀବନ କାରାଦଣ୍ଡ

1 week ago 6
ARTICLE AD BOX

ଦଶରଥପୁର(ଚନ୍ଦ୍ରଶେଖର ସାହୁ):  ଯାଜପୁର ଜିଲ୍ଲାର ବହୁଚର୍ଚ୍ଚିତ ଅଟଳ କୁଅଁର ଓରଫ ସୁବାସଙ୍କ ହତ୍ୟା ମାମଲାର ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସୁବାସଙ୍କୁ ହତ୍ୟା କରିଥିବା ପତ୍ନୀ ତଥା ଅଞ୍ଚଳର ଜଣାଶୁଣା ବିଜେପି ନେତ୍ରୀ ମମତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିବା ବେଳେ ମାମଲାର ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ  ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟ ଖଲାସ କରିଛନ୍ତି। 

murder2ଏହି ଘରେ ହୋଇଥିଲା ହତ୍ୟା

ମାମଲାର ବିବରଣୀ ଅନୁସାରେ, ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ପ୍ରଗତିବିହାର କଲୋନୀର ଏକ ଘରେ ଭଡ଼ା ନେଇ ସୁବାସ ସପରିବାର ରହୁଥିଲେ। ତେବେ ପତ୍ନୀ ମମତାଙ୍କ ସହ ଅନ୍ୟ ଏକ ଯୁବକ ଅଜୟଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଏହାକୁ ନେଇ ସୁବାସ ଓ ମମତାଙ୍କ ମଧ୍ୟରେ ସବୁବେଳେ ବିବାଦ ଲାଗିରହୁଥିଲା। ଅନୈତିକ ପ୍ରେମ ରାସ୍ତାରେ ପତି ସୁବାସ କଣ୍ଟା ସାଜିଥିବାରୁ ପତ୍ନୀ ମମତା ତାଙ୍କୁ ସବୁଦିନ ପାଇଁ ହଟାଇବାକୁ ଯୋଜନା କରିଥିଲେ। 

ଫେଲ୍‌ ମାରିଲେ: ୧୪ ବର୍ଷ ବିତିଲା, ସଂଗୀତ ମହାବିଦ୍ୟାଳୟ ପ୍ରଫେସର ଦମ୍ପତି ହତ୍ୟା ମାମଲା

ଅଭିଯୁକ୍ତ ପତ୍ନୀ ମମତା ଏବଂ ୨ ଜଣ ସହଯୋଗୀ ସହିତ ମିଶି ସ୍ୱାମୀ ଅଟଳଙ୍କୁ ଶୋଇଥିବା ସମୟରେ ତକିଆ ଓ ମୋବାଇଲ ଚାର୍ଜର କର୍ଡ ସାହାଯ୍ୟରେ ଗଳାଚାପି ହତ୍ୟା କରିଥିଲା । ଏ ନେଇ ମୃତକଙ୍କ ଭାଇ  ରଞ୍ଜନ କୁମାର କୁଅଁର ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ ପତ୍ନୀ ମମତାଙ୍କ ସହ ଅନ୍ୟ ସହଯୋଗୀ ଅଜୟ ସାମଲ, କୃଷ୍ଣ ସେଠୀଙ୍କୁ  ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ । 

murder1ସୁବାସଙ୍କ ହତ୍ୟାର ନିରପେକ୍ଷ ତଦନ୍ତ ପାଇଁ ଥାନା ଘେରାଉ: ଫାଇଲ୍‌ ଫଟୋ

ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ ଏହି ମାମଲାର ଶୁଣାଣି କରିଥିଲେ। ୧୫ ଜଣ ସାକ୍ଷୀ, ପ୍ରମାଣ ଓ ୩୬ ଗୋଟି ଦସ୍ତାବିଜକୁ ଆଧାର କରି ପତ୍ନୀ ମମତାଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜରିମାନା ପାଇଁ ରାୟ ଶୁଣାଇଛନ୍ତି । ଜରିମାନା ଅନାଦୟରେ ଅତିରିକ୍ତ ୧୨ ମାସ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ବିଚାରପତି ବିଶେଶ୍ୱର ବିଶ୍ଵ ପ୍ରକାଶ ରାୟ। ଏଥିସହ ପ୍ରମାଣ ଅଭାବରୁ ଏହି ଘଟଣାରେ ଅନ୍ୟ ଦୁଇଜଣ ଅଭିଯୁକ୍ତ ଅଜୟ ସାମଲ, କୃଷ୍ଣ ସେଠୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।  ଏହି ମାମଲା ଟିକୁ ସରକାରୀ ଓକିଲ କୁଳମଣି ନାୟକ, ଅତିରିକ୍ତ ସରକାରୀ ଓକିଲ ବିପ୍ଳବ କୁମାର ମୁଦୁଲି ପରିଚାଳନା କରିଥିଲେ। ଶୁଣାଣି ପରେ ଅଭିଯୋଗକାରୀ ତଥା ଅଟଳର ବଡ଼ ଭାଇ ରଞ୍ଜନ କୁଅଁର ସତ୍ୟର ଜୟ ହୋଇଛି ବୋଲି କହିଛନ୍ତି। ବିଚାରପତିଙ୍କୁ ଧନ୍ୟବାଦ ଜଣାଇବା ସହ ଆଜି ଅଟଳର ଆତ୍ମାକୁ ଶାନ୍ତି ମିଳିଥିବ ବୋଲି କହିଛନ୍ତି।

ବରିଷ୍ଠ ନାଗରିକ ଦମ୍ପତି ହତ୍ୟା ମାମଲା: ୧୨ ବର୍ଷ ପରେ ଆସିବ ରାୟ, ବିବିଏ ଛାତ୍ର ସମେତ ୪ ଖେଳିଥିଲେ ରକ୍ତର ହୋଲି

ସୂଚନାଯୋଗ୍ୟ, ମମତା ୨୦୧୭ରେ ବିଜେପି ପକ୍ଷରୁ ୬ ନମ୍ବର ଜୋନରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚନ ଲଢ଼ିଥିଲେ। ସ୍ଥାନୀୟ ଅଞ୍ଚଳରେ ବିଜେପିର ନେତୃତ୍ୱ ନେଉଥିଲେ। ସ୍ୱାମୀ ସୁବାସଙ୍କ ହତ୍ୟା ପରେ ଏହି ଘଟଣାରେ ଅନ୍ୟତମ ଅଭିଯୁକ୍ତ ତଥା ପ୍ରେମିକ ଅଜୟ ସାମଲଙ୍କୁ ବିବାହ କରି ଯାଜପୁର ଟାଉନରେ ରହୁଥିଲେ।  

ଘଟଣାବଳୀ 

୧୯/୭/୨୦୨୧ ବିଳମ୍ବିତ ରାତି- ସୁବାସ ଓରଫ ଅଟଳଙ୍କୁ ହତ୍ୟା 
୨୦-୭-୨୧- ହତ୍ୟା ଅଭିଯୋଗ ଆଣିଲେ ସୁବାସଙ୍କ ଭାଇ ରଂଜନ କୁଅଁର 
୨୦-୭-୨୧-  ସୁବାସଙ୍କ ପତ୍ନୀ ମମତା ଥାନାରେ ଅଟକ
୨୦-୭-୨୧ - ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମର ତଦନ୍ତ
୨୨-୭-୨୧- ମମତାକୁ କୋର୍ଟ ଚାଲାଣ
୨୪-୭-୨୧-  ଏସ୍‌ପିଙ୍କୁ ଭେଟି ପୁଲିସର ତଦନ୍ତ ଉପରେ କ୍ଷୋଭପ୍ରକାଶ କରିଥିଲେ ମୃତ ସୁବାସଙ୍କ ଭାଇ ରଂଜନ 
୨୫-୭-୨୧-  ମମତା ବିଜେପି ଦଳରୁ ବହିଷ୍କୃତ
୨୭-୭-୨୧- କ୍ରାଇମବ୍ରାଞ୍ଚ ତଦନ୍ତ ଦାବୀ କଲେ ରଂଜନ 
୩୦-୭-୨୧- ମମତାର ସହଯୋଗୀମାନଙ୍କୁ ଧରିବାକୁ ବିଜେପି ପକ୍ଷରୁ ଥାନାରେ ଦାବିପତ୍ର 
୩୧-୭-୨୧- ବ୍ୟବଚ୍ଛେଦ ରିପୋର୍ଟରେ ଅଟଳ ମଦ୍ୟପାନ କରିନଥିବା ସ୍ପଷ୍ଟ
୨-୮-୨୧- ରାଉରକେଲାରୁ ଅଜୟ ସାମଲ ଗିରଫ
୩-୮-୨୧- ୨ ଦିନିଆ ରିମାଣ୍ଡରେ ଆସିଲେ ମମତା 
୪-୮-୨୧- ସିନ ରିକ୍ରିୟସନ କଲା ପୁଲିସ, ଏସ୍‌ପି କଲେ ତଦନ୍ତ 
୧୪-୮-୨୧- ମୃତ ଅଟଳଙ୍କ ଭାଇ ରଂଜନଙ୍କ ସମେତ ସମାଜସେବୀ ସରୋଜ ବିଶ୍ୱାଳ ୪ ଦିନ ଧାରଣାରେ ବସିଲେ 
୧୪-୮-୨୧- ହତ୍ୟାରେ ଅନ୍ୟ ସହଯୋଗୀକୁ ଧରିବା ଏବଂ ସେକ୍ସ ରାକେଟ୍‌ ଧରିବାକୁ ବ୍ଲକ କଂଗ୍ରେସ ପକ୍ଷରୁ ଥାନା ଘେରାଉ
୨୭-୮-୨୧- ଅଜୟ ଓ କୃଷ୍ଣ ଥାନାରେ ଅଟକ
୩୦-୮-୨୧- ଅଜୟ ଓ କୃଷ୍ଣଙ୍କୁ କୋର୍ଟ ଚାଲାଣ 

Read Entire Article
LEFT SIDEBAR AD

Hidden in mobile, Best for skyscrapers.