NAAC: ଓଡ଼ିଶାର ୭ ବିଶ୍ୱବିଦ୍ୟାଳୟର NAAC ମାନ୍ୟତା ନବୀକରଣ ନେଇ ଉଚ୍ଚଶିକ୍ଷା ବିଭାଗ ଲେଖିଲା ଚିଠି

3 minutes ago 1
ARTICLE AD BOX

ଭୁବନେଶ୍ୱର: ରାଜ୍ୟର ୭ଟି ବିଶ୍ୱବିଦ୍ୟାଳୟର NAAC ମାନ୍ୟତା ନବୀକରଣ ହୋଇନାହିଁ । ଏହାକୁ ନେଇ ଚିନ୍ତା ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ। ମାନ୍ୟତା ନବୀକରଣ ପାଇଁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଚିଠି ଲେଖାଯାଇଛି । ଏହି ତାଲିକାରେ ରହିଛି ଓଡ଼ିଆ ବିଶ୍ୱବିଦ୍ୟାଳୟ, ମାଆ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ । ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ଯଥାଶୀଘ୍ର NAAC ମାନ୍ୟତା ନବୀକରଣ କରିବାକୁ କୁହାଯାଇଛି । ଏହି ପ୍ରକ୍ରିୟାରେ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ।

ଆହୁରି ପଢନ୍ତୁ: Ranji Trophy: ରଣଜୀ ଟ୍ରଫିରେ ବଡ଼ ବିପର୍ଯ୍ୟୟ: ପୂର୍ବ ବିଜେତା ସୌରାଷ୍ଟ୍ରକୁ ହରାଇଲା ତ୍ରିପୁରା

ଏଥିସହ UGC ସହ ମଧ୍ୟ ଯୋଗାଯୋଗରେ ରହିଛି ଉଚ୍ଚଶିକ୍ଷା ବିଭାଗ । ଏନେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି । ଏବେ ୧୪୦୦ରୁ ଅଧିକ ପ୍ରାଧ୍ୟାପକ, ସହଯୋଗୀ ପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକ ପଦ ପୂରଣ ପାଇଁ ସାକ୍ଷାତକାର ଚାଲିଛି । ଆସନ୍ତା ଦୁଇ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ ମଧ୍ୟ ସାକ୍ଷାତକାର ପ୍ରକ୍ରିୟା ଶେଷ ହୋଇଛି। ଏନ୍‌ଆଇଆର୍‌ଏଫ୍‌ ରାଙ୍କିଂ ସମେତ ଅନ୍ୟ ଜାତୀୟ ରାଙ୍କିଂରେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକ ଭଲ ସ୍ଥାନ ହାସଲ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.