Asian Games: ଏମ୍‌ଏମ୍‌ଏ ପଦାର୍ପଣରେ ଐତିହାସିକ ପଦକ ପକ୍କା କଲେ ସୁଚିକା

34 minutes ago 2
ARTICLE AD BOX

ଆଇଚି-ନାଗୋୟା ଏସୀୟ କ୍ରୀଡ଼ାରେ ପଦାର୍ପଣ କରିଥିବା ପାରମ୍ପରିକ ମିଶ୍ରିତ ସମରକଳା (ଏମ୍‌ଏମ୍‌ଏ)ରେ ପଦକ ପକ୍କା କରି ଭାରତର ସୁଚିକା ତାରିୟାଲ ଦେଶ ପାଇଁ ଐତିହାସିକ ସଫଳତା ଆଣିଛନ୍ତି। ମହିଳା ୬୦ କିଲୋଗ୍ରାମ୍‌ କ୍ବାର୍ଟରଫାଇନାଲ୍‌ରେ ୩୬ ବର୍ଷୀୟା ସୁଚିକା ୨-୦ରେ ୟୁରୋସିଆରେ ୯୨ତମ ସ୍ଥାନରେ ଥିବା ମଙ୍ଗୋଲିଆର ଅଲ୍‌ଟାଞ୍ଚିମେଗ ବାଇଗାଲମାଙ୍କୁ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେମିଫାଇନାଲ୍‌ ପରାଜିତ ଖେଳାଳିଙ୍କ ପାଇଁ କାଂସ୍ୟ ପଦକ ନିଶ୍ଚିତ ରହିଛି। 

ସେମିଫାଇନାଲ୍‌ ପରାଜିତ ଖେଳାଳିଙ୍କ ପାଇଁ କାଂସ୍ୟ ପଦକ

ତେଣୁ ସୋମବାର ସେମିଫାଇନାଲ୍‌ ଖେଳିବା ପୂର୍ବରୁ ତାଙ୍କର ଅତିକମ୍‌ରେ କାଂସ୍ୟ ପଦକ ପକ୍କା ହୋଇଛି। ସୁଚିକାଙ୍କ ଏହି ସଫଳତା ତାଙ୍କର ବିଭିନ୍ନ ଯୁଦ୍ଧ କ୍ରୀଡ଼ା ଯାତ୍ରାରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି। ୨୦୨୪ ଜି-ଜିତ୍‌ସୁ ବିଶ୍ବ ବିଜୟିନୀ ସୁଚିକା ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଜୁଡ଼ୋ ଏବଂ ୨୦୨୩ ଏସୀୟ କ୍ରୀଡ଼ାରେ କୁରାଶ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହା ପରେ କିଛି ଦିନ ବିରତି ପରେ ସାଙ୍ଗମାନଙ୍କ ପ୍ରୋତ୍ସାହନରେ ପୁଣି ଥରେ କ୍ରୀଡ଼ା ପ୍ରତିଯୋଗିତାକୁ ଫେରି ଏମ୍‌ଏମ୍‌ଏକୁ ବାଛିଥିଲେ। ଏଥିରେ ଆଣ୍ଠୁ ଆଘାତ ସହିତ ଅନେକ ଆହ୍ବାନର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏସୀୟ କ୍ରୀଡ଼ା ଦଳରେ ସ୍ଥାନ ପାଇବାକୁ ସକ୍ଷମ ହୋଇଥିଲେ।

ଭାରତୀୟ ମହିଳା ହକି ଦଳର ବିଜୟ ଅଭିଯାନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.