ARTICLE AD BOX
ନିଶିନ: ଚଳିତ ଏସୀୟ କ୍ରୀଡ଼ା କ୍ରିକେଟ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ଶେଷ ଦଳ ଭାବେ ଭାରତ ପ୍ରବେଶ କରିଛି। ଶୁକ୍ରବାର କ୍ବାର୍ଟରଫାଇନାଲ୍ରେ ଅଲ୍ରାଉଣ୍ଡ ପ୍ରଦର୍ଶନ ବଳରେ ବିଜେତା ଭାରତ ୮ ୱିକେଟ୍ରେ ଜାପାନକୁ ପରାସ୍ତ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଜାପାନ ୧୯.୫ ଓଭରରେ ମାତ୍ର ୫୭ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା।
୧୩ ରନ୍ ବିନିମୟରେ ୨ ୱିକେଟ୍
ଶ୍ରୀ ଚରଣୀ ୪-୨-୧୦-୪ ବୋଲିଂ ସଫଳତା ପାଇଥିଲା ବେଳେ ଶେଫାଳି ବର୍ମା ୧୩ ରନ୍ ବିନିମୟରେ ୨ ୱିକେଟ୍ ନେଇଥିଲେ। ଜାପାନ ପକ୍ଷରୁ ସର୍ବାଧିକ ରନ୍ ଆୟାକା କାଟୋ-ଷ୍ଟାଫୋର୍ଡ (୪୭ ବଲ୍ରୁ ୨୫) କରିଥିଲେ। ଜବାବରେ ଶେଫାଳିଙ୍କ ୧୫ ବଲ୍ରୁ ୪୦* ରନ୍ (୬ ଚୌକା, ୨ ଛକା) ବଳରେ ଦଳ ୫ ଓଭରରେ ୨ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଗୁନାଲାନ କମଳିନୀ (୦) ଓ ଭାରତୀ ଫୁଲମାଳି (୬) ବିଫଳ ହୋଇଥିଲା ବେଳେ ଶେଫାଳିଙ୍କ ସହ ରିଚା ଘୋଷ (୬ ବଲ୍ରୁ ୧୨*) ଅପରାଜିତ ରହି ଦଳକୁ ୯୦ ବଲ୍ ପୂର୍ବରୁ ବିଜୟ ଭେଟି ଦେଇଥିଲେ। ଜାପାନର ନୋନୋହା ୟାସୁମୋତୋ ଓ ଆୟାକା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ରବିବାର ଭାରତ ଦ୍ବିତୀୟ ସେମିଫାଇନାଲ୍ରେ ବାଂଲାଦେଶକୁ ଭେଟିବ। ସେହିପରି ପ୍ରଥମ ସେମିଫାଇନାଲ୍ରେ ପାକିସ୍ତାନ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବେ। ଶୁକ୍ରବାରର ପ୍ରଥମ କ୍ବାର୍ଟରଫାଇନାଲ୍ରେ ଶ୍ରୀଲଙ୍କା ୮୬ ରନ୍ରେ ମାଲେସିଆକୁ ପରାସ୍ତ କରି ସେମିଫାଇନାଲ୍ ସ୍ଥାନ ନିଶ୍ଚିତ କରିଥିଲା।

19 minutes ago
1


