ARTICLE AD BOX
କନ୍ନୁର: ପାୟନ୍ନୁର ନିକଟସ୍ଥ ଏଜିମାଲାସ୍ଥିତ ଭାରତୀୟ ନୌସେନା ଏକାଡେମୀ (ଆଇଏନ୍ଏ)ରେ ଅସ୍ଥାୟୀ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ଜଣେ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଏହାକୁ ମିଶାଇ ଗତ ଚାରି ଦିନ ମଧ୍ୟରେ କନ୍ନୁରରୁ ୬ ଜଣ ବାଂଲାଦେଶୀ ନାଗରିକଙ୍କ ଗିରଫ କରାଗଲାଣି। ଅଭିଯୁକ୍ତ ୩୨ ବର୍ଷୀୟ ବିପ୍ଳବ ସୋରେନ ପ୍ରାୟ ଗୋଟିଏ ବର୍ଷ ହେଲା ନୌସେନା ଏକାଡେମୀରେ କାମ କରୁଥିଲା। ବିପ୍ଳବ ସୋରେନ ତା’ର ପ୍ରକୃତ ନାମ କି ନୁହେଁ ତାହା ତଦନ୍ତ କରାଯିବ। ଆଇଏନ୍ଏରେ ସୋରେନଙ୍କ କ’ଣ କାମ କରୁଥିଲା କିମ୍ବା ସେ ସେଠାରେ କିପରି ନିଯୁକ୍ତି ପାଇଲା ତାହା ପୁଲିସ ପ୍ରକାଶ କରିନାହିଁ। ଗତ ଚାରି ଦିନ ମଧ୍ୟରେ କନ୍ନୁର ପୁଲିସ ଜିଲ୍ଲାରେ ପାଞ୍ଚ ଜଣ ବାଂଲାଦେଶୀ ମହିଳାଙ୍କୁ ବୈଧ କାଗଜପତ୍ର ବିନା ଭାରତରେ ରହିବା ପାଇଁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ଗୁରୁବାର କନ୍ନୁରରେ ଅବୈଧ ଭାବରେ ରହିବା ଓ ସହରର ଏକ ସ୍ପାରେ କାମ କରିବା ପାଇଁ ଗିରଫ କରିଥିଲା। ପୁଲିସ ମଙ୍ଗଳବାର ପଞ୍ଚମ ବାଂଲାଦେଶୀ ମହିଳାଙ୍କୁ ଅବୈଧ ଭାବରେ ଭାରତରେ ରହିବା ପାଇଁ ଗିରଫ କରିଥିଲା।
ନକଲି ଭାରତୀୟ ପରିଚୟ ପତ୍ର ଜବତ
ଚାରି ଜଣ ମହିଳା ହେଲେ ନଜମା ଅକ୍ତର (୪୦), ତସଲିମା ଖାତୁନ (୨୫), ମୋୟନା ଖାତୁନ (୨୯) ଓ ନାସରି ଭିବି (୨୮)। ପୁଲିସର ସୂଚନା ଅନୁଯାୟୀ, ଓଡେନପାରାମ୍ବୁରେ ଏକ ଭଡା ଘରେ ଅବୈଧ ଭାବେ ପ୍ରବାସୀ ରହୁଥିବା ସୂଚନା ପାଇଥିଲା। ଅଧିକାରୀମାନେ କହିଛନ୍ତି ଯେ, ତଲାସି ସମୟରେ ପୁଲିସ ମହିଳାମାନଙ୍କଠାରୁ ବାଂଲାଦେଶ ଦ୍ୱାରା ଜାରି କରାଯାଇଥିବା ପରିଚୟପତ୍ର ଓ ନକଲି ଭାରତୀୟ ପରିଚୟ ପତ୍ର ଜବତ କରିଛି। ପୁଲିସ କହିଛି ଯେ, ମହିଳାମାନେ ଗତ କିଛି ମାସ ଧରି କନ୍ନୁର ସହରର ଏକ ସ୍ପାରେ କାମ କରୁଥିଲେ। ପଚରାଉଚରା ସମୟରେ ଅଭିଯୁକ୍ତମାନେ ପୁଲିସକୁ କହିଥିଲେ ଯେ, କାମ ପାଇଁ କେରଳ ଆସିବା ପୂର୍ବରୁ ଆସାମରୁ ନକଲି କାଗଜପତ୍ର ପାଇଥିଲେ। ପୁଲିସ ବୁଧବାର ସେମାନଙ୍କ ବିରୋଧରେ ପ୍ରବାସ ଓ ବିଦେଶୀ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରି ଚାରି ମହିଳାଙ୍କୁ ଗିରଫ କରିଛି। ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
Arrested: ପୁରୁଣା ନୋଟ୍ ବଦଳାଇ ଠକେଇ ଉଦ୍ୟମ: କାଜିପେଟରୁ ୧.୩୮ କୋଟି ଟଙ୍କାର ଅଚଳ ନୋଟ୍ ସହ ୮ ଗିରଫ

17 minutes ago
1


