ARTICLE AD BOX
ଢାକା / ଚଟ୍ଟଗ୍ରାମ: ବାଂଲାଦେଶର ଜଣାଶୁଣା ହିନ୍ଦୁ ଧାର୍ମିକ ନେତା ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀ ଦୀର୍ଘ ଦିନ ହେବ ଜେଲ୍ରେ ବନ୍ଦୀ ଅଛନ୍ତି। ନଭେମ୍ବର ୨୦୨୪ରେ ତାଙ୍କ ଗିରଫଦାରୀ ପରେ ବାଂଲାଦେଶରେ ପ୍ରବଳ ବିରୋଧ ପ୍ରଦର୍ଶନ ଏବଂ ହିଂସା ଦେଖାଦେଇଥିଲା। ବର୍ତ୍ତମାନ ଚାରୋଟି ମାମଲାରେ ହାଇକୋର୍ଟରୁ ଜାମିନ ମିଳିଥିଲେ ସୁଦ୍ଧା ସେ ଜେଲରୁ ମୁକୁଳି ପାରିନାହାନ୍ତି।
ଆହୁରି ପଢନ୍ତୁ :Delhi Sir: ଦିଲ୍ଲୀ ଏସ୍ଆଇଆର୍ ବିବାଦ: ସେପ୍ଟେମ୍ବର ୨୧ରେ ୪୭ ଲକ୍ଷ ଭୋଟରଙ୍କ ନାଁ ବାଦ୍ ଦିଆଯିବା ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ
କିଏ ଏହି ଚିନ୍ମୟ କୃଷ୍ଣ ଦାସ?
ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀ ବାଂଲାଦେଶର ଚଟ୍ଟଗ୍ରାମ ଅଞ୍ଚଳର ଜଣେ ପ୍ରମୁଖ ହିନ୍ଦୁ ଧାର୍ମିକ ନେତା। ସେ ପୂର୍ବରୁ ଇସ୍କନ୍ (ISKCON) ସହିତ ଜଡ଼ିତ ଥିଲେ। ପରବର୍ତ୍ତୀ ସମୟରେ ସେ 'ବାଂଲାଦେଶ ସମ୍ମିଳିତ ସନାତନୀ ଜାଗରଣ ମଂଚ'ର ମୁଖପାତ୍ର ଭାବେ ସାମ୍ନାକୁ ଆସିଥିଲେ। ଏହି ସଂଗଠନ ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ଓ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଆସୁଛି।
ଆହୁରି ପଢନ୍ତୁ :Exim Bank BDO Recruitment: ଏକ୍ସିମ୍ ବ୍ୟାଙ୍କରେ ବିଡିଓ ନିଯୁକ୍ତି, ଦରମା ୧୪.୬୮ ଲକ୍ଷ ଟଙ୍କା
ଗିରଫଦାରୀର ମୁଖ୍ୟ କାରଣ
ଚିନ୍ମୟ କୃଷ୍ଣ ଦାସଙ୍କୁ ମୁଖ୍ୟତଃ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଥିଲା। ମିଳିଥିବା ସୂଚନା ମୁତାବକ ୨୫ ଅକ୍ଟୋବର ୨୦୨୪ରେ ଚଟ୍ଟଗ୍ରାମରେ ଅନୁଷ୍ଠିତ ଏକ ରାଲି ସମୟରେ ବାଂଲାଦେଶର ଜାତୀୟ ପତାକାକୁ ଅବମାନନା କରାଯାଇଥିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ମୋଟ ୧୯ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ୨୫ ନଭେମ୍ବର ୨୦୨୪ରେ ଢାକା ବିମାନବନ୍ଦରରୁ ତାଙ୍କୁ ପୋଲିସ ଗିରଫ କରିଥିଲା। ପରଦିନ ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଥିଲା।
ଆହୁରି ପଢନ୍ତୁ :Tax Cut: ପେଟ୍ରୋଲ, ଡିଜେଲ, ବିମାନ ଇନ୍ଧନ ରପ୍ତାନି ଟିକସ ହ୍ରାସ
ଅଦାଲତରେ ହାଜର ସମୟରେ ତାଙ୍କ ସମର୍ଥକ ଏବଂ ସୁରକ୍ଷା ବଳଙ୍କ ମଧ୍ୟରେ ଚଟ୍ଟଗ୍ରାମରେ ହିଂସାତ୍ମକ ସଂଘର୍ଷଘଟିଥିଲା। ଏହି ସମୟରେ ସରକାରୀ ଓକିଲ ସୈଫୁଲ ଇସଲାମ ଆଲିଫଙ୍କ ମୃତ୍ୟୁ ଘଟିଥିଲା। ଏହି ହତ୍ୟାକାଣ୍ଡ ମାମଲାରେ ଚିନ୍ମୟ ଦାସଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ତାଙ୍କ ନାମରେ ମୋଟ ୬ଟି ଅପରାଧିକ ମାମଲା ରହିଛି।
ଆହୁରି ପଢନ୍ତୁ :US-Houthi deal: ଲୋହିତ ସାଗରରେ ଫସିଲା ସାଉଦି ଆରବ: ହୁତି ବିଦ୍ରୋହୀଙ୍କ ସହ ଆମେରିକାର ଗୁପ୍ତ ଚୁକ୍ତି ନେଇ ଚର୍ଚ୍ଚା
ଜାମିନ ମିଳିବା ପରେ ବି କାହିଁକି ମୁକୁଳି ପାରୁନାହାନ୍ତି?
ବାଂଲାଦେଶ ହାଇକୋର୍ଟରୁ ତାଙ୍କୁ ଚାରୋଟି ମାମଲାରେ ଜାମିନ ମିଳିସାରିଛି। ହେଲେ ମୂଳ ଦେଶଦ୍ରୋହ ମାମଲାରେ ଏପର୍ଯ୍ୟନ୍ତ ଜାମିନ ମିଳିନଥିବାରୁ ଏବଂ ହତ୍ୟା ମାମଲାର ବିଚାର ଚାଲୁଥିବାରୁ ସେ ଜେଲରୁ ବାହାରି ପାରିନାହାନ୍ତି।ସୂଚନାଯୋଗ୍ୟ ଯେ, ନିକଟରେ ତାଙ୍କର କର୍କଟ ପୀଡ଼ିତା ମା’ ସନ୍ଧ୍ୟା ରାଣୀଙ୍କ ପରଲୋକ ଘଟିଥିଲା। ମା’ଙ୍କ ଶେଷକୃତ୍ୟରେ ଯୋଗଦେବା ପାଇଁ ଅଦାଲତ ତାଙ୍କୁ ମାତ୍ର ୫ ଘଣ୍ଟା ପାଇଁ ଜେଲରୁ ବାହାରକୁ ଆସିବାକୁ ଅନୁମତି ଦେଇଥିଲେ।

9 hours ago
2


