ARTICLE AD BOX
ବନ୍ତ (ରମେଶ ଚନ୍ଦ୍ର ପତି): ଗତକାଲି (ସୋମବାର) ରାତିରେ ଭଦ୍ରକଜିଲ୍ଲା ବନ୍ତ ବ୍ଲକ୍ ଗଣିଜାଙ୍ଗ ପଞ୍ଚାୟତ ତାରିଣୀ ଛକରେ ଏକ ବଡ଼ ଧରଣର ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଘରେ ପଶି ଘରମାଲିକଙ୍କ ପୁଅ ମୁଣ୍ଡରେ ବନ୍ଧୁକ ରଖି ଘରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସୁନାଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି।
Arrest: ଲୁଟ୍ ଯୋଜନା ବିଫଳ; ୩ ଆନ୍ତଃରାଜ୍ୟ ଡକାୟତ ଗିରଫ
ପଞ୍ଚାନାନ ପ୍ରଧାନଙ୍କ ଅଭିଯୋଗ ଅନୁସାରେ, ରାତି ପ୍ରାୟ ୮.୪୫ ମିନିଟରେ ୮ଜଣ ମୁଖାଧାରୀ ଦୁର୍ବୃତ୍ତମାନେ ତାଙ୍କ ଘରେ ପଶିଥିଲେ। ସେମାନଙ୍କୁ ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ପରିବାରର ସମସ୍ତ ଲୋକଙ୍କୁ ଗୋଟେ ଘରେ ବନ୍ଦ କରିଦେଇଥିଲେ। ଏହାପରେ ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ପଳାଇଥିଲେ। ଗଲାବେଳେ ତାଙ୍କ ଘରେ ଲାଗିଥିବା ସିସି କ୍ୟାମେରାର ହାର୍ଡଡିସ୍କ ନେଇଯାଇଛନ୍ତି।
Loot case ଠିକାଦାରଙ୍କୁ ମାଡ଼ ମାରି କାର୍ ଲୁଟ୍ ମାମଲା: ୩ ନାବାଳକ ସମେତ ୬ ଗିରଫ
ପରିବାର ଲୋକଙ୍କ କହିବା ଅନୁଯାୟୀ, ଟଙ୍କା ଓ ସୁନା ମିଶିକି ପ୍ରାୟ ୧ କୋଟି ଟଙ୍କା ହେବ । ଦୁର୍ବୃତ୍ତମାନଙ୍କ ଏଭଳି ଦୁଃସାହସିକ କାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏ ସମ୍ପର୍କରେ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

2 weeks ago
9


