ARTICLE AD BOX
ପାକିସ୍ତାନକୁ ଭସ୍ମାସୁର ରାଷ୍ଟ୍ର କହି ଜାତିସଂଘରେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି ଭାରତୀୟ ମହିଳା ଅନୁପମା ସିଂହ। ତେବେ କିଏ ସେହି ମହିଳା ? ଆସନ୍ତୁ ଜାଣିବା ।
ଜଣେ ନାରୀ କ’ଣ ବା କରିପାରିବ? ଏହି ଚିନ୍ତାଧାରା ଆଜିବି ଅନେକଙ୍କ ମନରେ କେଉଁଠି ନା କେଉଁଠି ରହିଛି। ନାରୀଶକ୍ତିର ଅସଂଖ୍ୟ ଉଦାହରଣ ଥିବା ସତ୍ତ୍ୱେ ସମାଜ ଆଜିବି ନାରୀଙ୍କୁ ଅବହେଳାର ଦୃଷ୍ଟିରେ ଦେଖେ। କିନ୍ତୁ ପଙ୍କରେ ପଦ୍ମ ଫୁଟିବା ପରି କିଛି ମହାନ ନାରୀ ମାନେ ତାଙ୍କ ବ୍ୟକ୍ତିତ୍ୱ, କର୍ମ ଏବଂ ପ୍ରତିଭାରେ ଏହି ଧାରଣାକୁ ଭୁଲ ପ୍ରମାଣିତ କରିଦିଅନ୍ତି। ଆଉ ସେହିପରି ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଅନୁପମା ସିଂହ। ଜାତିସଂଘରେ ନିଜର ଶାଣିତ ଓ ଦୃଢ଼ ସ୍ୱରରେ ସେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି । ଜେନେଭାରେ ଆୟୋଜିତ ଜାତିସଂଘ ମାନବାଧିକାର ପରିଷଦର ୬୨ତମ ଅଧିବେଶନରେ ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ଅନୁପମା ସିଂହ ପାକିସ୍ତାନ ଉପରେ କଡ଼ା ପ୍ରହାର କରିଥିଲେ। କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ପ୍ରତ୍ୟେକ ଅଭିଯୋଗର ସେ ଦୃଢ଼ ଯୁକ୍ତି ଉପସ୍ଥାପନା କରି ବୈଠକରେ ସେ ଇସଲାମାବାଦକୁ ଭସ୍ମାସୁର ରାଷ୍ଟ୍ର ବୋଲି କହିଥିଲେ। କାଶ୍ମୀର ପ୍ରସଙ୍ଗ ଉଠାଇ ସେ ସିଧାସଳଖ ପାକିସ୍ତାନକୁ ଟାର୍ଗେଟ କରିଥିଲେ। ତାଙ୍କ ଯୁକ୍ତିରେ ପାକିସ୍ତାନୀ ପ୍ରତିନିଧିମାନଙ୍କ ପାଟି ପୂରା ଚୁପ ହୋଇଯାଇଥିଲା। ତେବେ କିଏ ଏହି ଅନୁପମା ସିଂହ ? କେତେ ସେ ଦରମା ପାଆନ୍ତି? ଆସନ୍ତୁ ଜାଣିବା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 weeks ago
10


