Anti-smart city: କିମାଶ୍ଚର୍ଯ୍ୟମ୍‌: ଭୁଟାନର ‘ଆଣ୍ଟି-ସ୍ମାର୍ଟ ସିଟି’

14 hours ago 1
ARTICLE AD BOX

ବିଶେଷ କରି ବିକାଶଶୀଳ ଦେଶମାନଙ୍କରେ ସ୍ମାର୍ଟ ସିଟି ଗଢ଼ିବା ନେଇ ଅତିଶୟ ଆଗ୍ରହ ପରିଲକ୍ଷିତ ହେଉଥିବା ବେଳେ ଭୁଟାନ ବିପରୀତ ଦିଗରେ ଯାଇ ଅଧିବାସୀଙ୍କୁ ଶାନ୍ତିପୂର୍ଣ୍ଣ ଜୀବନଯାପନର ସୁବିଧା ଦେବାକୁ ଏକ ଅଭିନବ ସହର ଗଢୁଛି। ଏହି ସହରର ନାମ ଗେଲେଫୁ ମାଇଣ୍ଡ୍‌ଫୁଲ୍‌ନେସ୍‌ ସିଟି (ଜିଏମ୍‌ସି)। ବୈଶ୍ବିକ ଅନିଶ୍ଚିତତା ଓ ଭୂରଣନୈତିକ ଆହ୍ବାନ ବୃଦ୍ଧି ପାଉଥିବାର ଲକ୍ଷ୍ୟ କରି ଭୁଟାନର ରାଜା ଜିଗ୍‌ମେ ଖେସାର ଵାଙ୍ଗ୍‌ଚୁକ୍‌ ମନୋଯୋଗ ଓ ପ୍ରଗତିର ଏକ ନୂଆ ସ୍ଥଳୀର ସ୍ବପ୍ନ ଦେଖିଥିଲେ। ୨୦୨୪ରେ ଏକ ସ୍ବତନ୍ତ୍ର ସ୍ବୟଂଶାସିତ ଅଞ୍ଚଳ ଭାବେ ୨୫୦୦ ବର୍ଗକିଲୋମିଟର୍‌ କ୍ଷେତ୍ରଫଳର ଏହି ସହର ପ୍ରତିଷ୍ଠା କରାଯାଇଥିଲା। ଏହାକୁ ଏକ ଅର୍ଥନୈତିକ ହବ୍‌ ଭାବରେ ବିକଶିତ କରାଯାଉଥିଲେ ହେଁ ଆଧ୍ୟାତ୍ମିକ କଲ୍ୟାଣ, ସାଂସ୍କୃତିକ ସଂରକ୍ଷଣ, ସୁଶାସନ, ପରିବେଶ ସୁରକ୍ଷା ଆଦି ଉପରେ ସର୍ବାଧିକ ଗୁରୁତ୍ବ ପ୍ରଦାନ କରାଯାଉଛି।

Health: ସ୍ବାସ୍ଥ୍ୟ ଓ ଆଇନବିଭାଗ ଭିତ୍ତିଭୂମି ପାଇଁ ମିଳୁନି ଜାଗା

ପୃଥିବୀର ବଡ଼ବଡ଼ ସହରରେ କଂକ୍ରିଟ୍‌ କୋଠାର ଘନତ୍ବ ବୃଦ୍ଧି ତଥା ସଦ୍ୟତମ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ ଗେଲେଫୁ ସହରରେ କୋଠାର ଉଚ୍ଚତା ଗଛଠାରୁ ଅଧିକ ହୋଇପାରିବ ନାହିଁ। ସହରଟିକୁ ଏଭଳି ଡିଜାଇନ୍‌ କରାଯାଉଛି ଯେ ଭିତ୍ତିଭୂମି ବଢ଼ିଲେ ବି ପାରିପାର୍ଶ୍ବିକ ଜଙ୍ଗଲ ସଂପୂର୍ଣ୍ଣ ଅକ୍ଷତ ରହିବ। ଏଠାକୁ କେବଳ ପ୍ରକୃତି ଅନୁକୂଳ ଓ ସବୁଜ ଶିଳ୍ପମାନଙ୍କୁ ବ୍ୟବସାୟ କରିବା ଲାଗି ଆମନ୍ତ୍ରଣ କରାଯାଉଛି। ଏହିସବୁ କାରଣରୁ ଏହାକୁ ପୃଥିବୀର ସର୍ବପ୍ରଥମ ‘ଆଣ୍ଟି-ସ୍ମାର୍ଟ ସିଟି’ ବୋଲି କୁହାଯାଉଛି। ଏହି ସହର ଆସାମ ସଂଲଗ୍ନ ସୀମା ନିକଟରେ ଗଢ଼ାଯାଉଥିବା ବେଳେ ଭାରତୀୟ ପର୍ଯ୍ୟଟକମାନେ ଅନାୟାସରେ ୨୪ ଘଣ୍ଟା ଲାଗି ଏହି ସହର ବୁଲିପାରିବେ। 

War: ଇରାନ ଉପରେ ଆକ୍ରମଣ ସ୍ଥଗିତ ରଖିଲେ ଟ୍ରମ୍ପ-ନେତାନ୍ୟାହୁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.