Annual celebration: ଶ୍ରୀନୀଳାଚଳ ତତ୍ତ୍ବ ସନ୍ଧାନ ପରିଷଦର ବାର୍ଷିକୋତ୍ସବ: ‘ଶ୍ରୀଜଗନ୍ନାଥ ଆମ ଓଡ଼ିଆ ଅସ୍ମିତାର ପ୍ରଥମ ପ୍ରମାଣ’

1 week ago 5
ARTICLE AD BOX

ପୁରୀ: ଓଡ଼ିଶା ବାହାରେ ‘ଓଡ଼ିଶା’ ପରିବର୍ତ୍ତେ ‘ଶ୍ରୀଜଗନ୍ନାଥ ଧାମ’ ନାମରେ ଆମର ଅଧିକ ପରିଚିତି ରହିଛି। ଶ୍ରୀଜଗନ୍ନାଥ ହିଁ ଆମ ଓଡ଼ିଆ ଅସ୍ମିତାର ପ୍ରଥମ ଓ ସର୍ବଶ୍ରେଷ୍ଠ ପ୍ରମାଣ ବୋଲି କହିଛନ୍ତି ‘ସମ୍ବାଦ’ର ପ୍ରତିଷ୍ଠାତା ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ। ଶ୍ରୀନୀଳାଚଳ ତତ୍ତ୍ବ ସନ୍ଧାନ ପରିଷଦର ତ୍ରୟୋବିଂଶତିତମ ବାର୍ଷିକ ଉତ୍ସବରେ ଉଦ୍‌ଘାଟକ ଭାବେ ଯୋଗ ଦେଇ ସେ କହିଲେ ଯେ ଏବେ ଅନେକ ଅତୀତକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହନ୍ତି। ଏହି ପରିଷଦ ନିଜ ବୌଦ୍ଧିକତାକୁ ଉତ୍ତରପିଢ଼ିକୁ ବାଣ୍ଟି ଗଣତନ୍ତ୍ରକୁ ସମୃଦ୍ଧ କରିପାରିବ ବୋଲି ସେ କହିଥିଲେ। 

Plane crash: ଆମେରିକାରେ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ, ୫ ଜଣଙ୍କର ମୃତ୍ୟୁ, ୨୫୦ ଉଡ଼ାଣ ପ୍ରଭାବିତ

ଓଡ଼ିଆ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋ ଗଦେଇ କହିଲେ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମହାପ୍ରଭୁ ସମସ୍ତଙ୍କର ଦେବତା। ଶ୍ରୀଜଗନ୍ନାଥ ଭକ୍ତି ଧାରାରେ ସର୍ବଧର୍ମ ସମନ୍ବୟର ବାର୍ତ୍ତା ପ୍ରସାରିତ। ଶ୍ରୀଜଗନ୍ନାଥ ଭକ୍ତି ଧାରାକୁ ପଞ୍ଚସଖା ଓ ଅନ୍ୟ କବିମାନେ ନିଜ ଢଙ୍ଗରେ ବିଶ୍ବ ପ୍ରସାରୀ କରିଛନ୍ତି। ପ୍ରଫେସର ଗୋପାଳକୃଷ୍ଣ ଦାଶ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ, ସଂସାରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଏକମାତ୍ର ବ୍ରହ୍ମ ପଦବାଚ୍ୟ। ସେ ପ୍ରକୃତ ବ୍ରହ୍ମ ଓ ଅଣାକାର। କିଛି ବିଶିଷ୍ଟ ସ୍ରଷ୍ଟା ମହାପ୍ରଭୁଙ୍କୁ ଅଣାକାର ତଥା ବ୍ରହ୍ମ ରୂପରେ ପ୍ରତିପାଦିତ କରିଛନ୍ତି ବୋଲି ସେ କହିଥିଲେ। ଡ. ଶ୍ରୀନିବାସ ଆଚାର୍ଯ୍ୟ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପରିଷଦର ମୁଖପତ୍ର ‘ତତ୍ତ୍ବଦର୍ଶୀ’ ଏବଂ ଇଂ.କେଶବ ଚନ୍ଦ୍ର ପାତ୍ରଙ୍କ ‘ଜଗବନ୍ଧୁ ହେ ଗୋସାଇଁ’ ପୁସ୍ତକ ଅତିଥିମାନେ ଉନ୍ମୋଚନ କରିଥିଲେ। ଉତ୍ସବରେ ପଣ୍ଡିତ ଗଣେଶ୍ବର ଦାଶଙ୍କ ସ୍ମୃତିରେ ଡ. ପୀତବାସ ରାଉତରାୟଙ୍କୁ ‘ତତ୍ତ୍ବଦର୍ଶୀ ସାହିତ୍ୟିକ ସମ୍ମାନ’, ଗବେଷକ ଜଗବନ୍ଧୁ ପାଢ଼ୀଙ୍କ ସ୍ମୃତିରେ ଡ. କାଦମ୍ବିନୀ ଦାଶଙ୍କୁ ‘ତତ୍ତ୍ବଦର୍ଶୀ ପ୍ରାବନ୍ଧିକ ସମ୍ମାନ’ ଏବଂ ଜ୍ୟୋତିଷ ଶାସ୍ତ୍ରୀୟ ଗବେଷଣାରେ ଅବଦାନ ପାଇଁ ଅନାମ ଚନ୍ଦ୍ର ସାହୁଙ୍କୁ ‘ତତ୍ତ୍ବଦର୍ଶୀ ଗବେଷକ ସମ୍ମାନ’ ପ୍ରଦାନ କରାଯାଇଥିଲା। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ଭାସ୍କର ମିଶ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ସଦସ୍ୟ ଶ୍ୟାମପ୍ରକାଶ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ। 

Education: ପୁଣି ସାମ୍ନାକୁ ଆସିଲା ଆବାସିକ ବିଦ୍ୟାଳୟରେ ରାଗିଙ୍ଗ ଘଟଣା

କାର୍ଯ୍ୟକ୍ରମର ପ୍ରଥମ ସତ୍ରରେ ‘ଭକ୍ତିଧାରାରେ ଶ୍ରୀଜଗନ୍ନାଥ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରାଧ୍ୟାପକ ଡ. ଉମେଶ ଚନ୍ଦ୍ର ଚିନ୍ନରାଙ୍କ ଅଧ୍ୟକ୍ଷତାରେ ଏବଂ ଡ. କଲ୍ୟାଣୀ ଶତପଥୀଙ୍କ ସଂଯୋଜନାରେ ଡ. ନୃସିଂହ ଚରଣ ସାହୁ, ପ୍ରାଧ୍ୟାପିକା ବାସନ୍ତୀ ଦେବୀ, ପ୍ରଫେସର ପ୍ୟାରୀମୋହନ ପଟ୍ଟନାୟକ, ଡ. ନରେଶ ଚନ୍ଦ୍ର ଦାଶ, ସତ୍ୟନାରାୟଣ ମିଶ୍ର, ଡ. ଭାସ୍କର ମିଶ୍ର, ଡ. ପ୍ରମୋଦ କୁମାର ଦଳାଇ, ପୂର୍ଣ୍ଣଚନ୍ଦ୍ର ଗୋଛିକାର, ଲକ୍ଷ୍ମୀପ୍ରିୟା ମହାନ୍ତି, ଡ. ଜୟକୃଷ୍ଣ ଦାଶ ପ୍ରମୁଖ ପ୍ରବନ୍ଧ ପାଠ କରିଥିଲେ। ଆଲୋଚନାରେ ଅଂଶଗ୍ରହଣ କରିଥିବା ପ୍ରାବନ୍ଧିକଙ୍କୁ ପ୍ରଶଂସାପତ୍ର ପ୍ରଦାନ ସହ ସମ୍ମାନିତ କରାଯାଇଥିଲା। ବିଶ୍ବମ୍ଭର ସାହୁ, ବାସନ୍ତୀ ଦେବୀ ଓ କ୍ରିଷ୍ଣା ମହାପାତ୍ର ମାନପତ୍ର ପାଠ କରିଥିଲେ। ଡ. ଶଙ୍କର୍ଷଣ ପ୍ରଧାନଙ୍କ ସହ ଅନ୍ୟ ସଭ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.