ARTICLE AD BOX
ଭୁବନେଶ୍ୱର: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କର ଓଡ଼ିଶା ଗସ୍ତ ବାତିଲ ହୋଇଥିବା ଜଣାଯାଇଛି। ଏନେଇ ବରଗଡ଼ ଲୋକସଭା ସଦସ୍ୟ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖରାପ ପାଗ ଯୋଗୁ ଏହି ଗସ୍ତକୁ ବାତିଲ କରାଯାଇଛି। ଆସନ୍ତାକାଲି ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଥାନ୍ତେ।
Sand Artist: ତାଇୱାନରେ ବାଲୁକା କଳା ପ୍ରଦର୍ଶନୀରେ ଭାଗନେବେ ଓମ ପ୍ରକାଶ
ବୃହତ୍ ଶିଳ୍ପର ଶିଳାନ୍ୟାସ କରିଥାନ୍ତେ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶାକୁ ଅନେକ ପ୍ରକଳ୍ପ ଭେଟିଦେଇଥାନ୍ତେ। ଏଥିଲାଗି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା। ସେ ବରଗଡ଼ରେ ଏକ ବୃହତ୍ ଶିଳ୍ପର ଶିଳାନ୍ୟାସ କରିଥାନ୍ତେ। ଏହାଛଡ଼ା ବଡ଼ମ୍ବା ଚିନିକଳ ସମେତ ବଲାଙ୍ଗୀର ଓ ନୟାଗଡ଼ ଚିନି କଳର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ପାଇଁ ଶିଳାନ୍ୟାସ କରିବେ। ଏହାସହ ଭୁବନେଶ୍ୱରରେ ତ୍ରିଭୁବନ ସମବାୟ ବିଶ୍ୱବିଦ୍ୟାଳୟର ଏକ ସ୍କୁଲ ପ୍ରତିଷ୍ଠାର ଭିତ୍ତିପ୍ରସ୍ତର କରିବେ। ହୀରାକୁଦରେ ୧୦୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ପୂର୍ବ ଭାରତର ପ୍ରଥମ ସମନ୍ୱିତ ଆକ୍ୱା ପାର୍କ, ବାଲେଶ୍ୱରର ବସ୍ତାଠାରେ ୭୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଅତ୍ୟାଧୁନିକ ମତ୍ସ୍ୟ ବଜାର ଓ ଭୁବନେଶ୍ୱରର ପାଣ୍ଡରାଠାରେ ୫୯ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ମତ୍ସ୍ୟ ବଜାରର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ଥିଲା।

1 month ago
12


