ARTICLE AD BOX
ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଡେମୋକ୍ରାଟିକ୍ ପ୍ରାର୍ଥୀ ପିୟା ଡାଣ୍ଡିଆ ଫ୍ଲୋରିଡାର ୨୨ତମ କଂଗ୍ରେସସିଆଲ ଜିଲ୍ଲାର ନିର୍ବାଚନରେ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନରେ ସେ ରିପବ୍ଲିକାନ୍ ପ୍ରାର୍ଥୀ କେସି ଆସ୍କରଙ୍କୁ ପରାସ୍ତ କରିଛନ୍ତି। ଦକ୍ଷିଣ ଫ୍ଲୋରିଡାରେ ୨୦୨୬ ମସିହାର ଆମେରିକୀୟ ମଧ୍ୟବର୍ତ୍ତୀ ନିର୍ବାଚନରେ ପିୟା ଡାଣ୍ଡିଆ ଓ କେସି ଆସ୍କରଙ୍କ ମଧ୍ୟରେ ହୋଇଥିବା ଲଢ଼େଇ ସବୁଠାରୁ ଚର୍ଚ୍ଚିତ ନିର୍ବାଚନ ମଧ୍ୟରୁ ଅନ୍ୟତମ ଥିଲା।
ମଙ୍ଗଳବାର, ନଭେମ୍ବର ୩ରେ ଘୋଷିତ ଫଳାଫଳ ଅନୁଯାୟୀ, ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ଡାଣ୍ଡିଆ ୫୧.୯ ପ୍ରତିଶତ ଭୋଟ୍ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଆସ୍କର ୪୯.୧ ପ୍ରତିଶତ ଭୋଟ୍ ପାଇଛନ୍ତି।
ଭାରତୀୟ-ଆମେରିକୀୟ ସମୁଦାୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଜୟ
ରିପୋର୍ଟ ଅନୁଯାୟୀ, ପିୟା ଡାଣ୍ଡିଆଙ୍କ ବିଜୟ ଭାରତୀୟ-ଆମେରିକୀୟ ସମୁଦାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ସେ ଫ୍ଲୋରିଡାରୁ ଆମେରିକାର ପ୍ରତିନିଧି ସଭାକୁ ନିର୍ବାଚିତ ହେବାରେ ପ୍ରଥମ ଭାରତୀୟ-ଆମେରିକୀୟ ହୋଇଛନ୍ତି। ସେହିପରି ଆମେରିକୀୟ କଂଗ୍ରେସକୁ ନିର୍ବାଚିତ ହେବାରେ ସେ ଦଶମ ଭାରତୀୟ ବଂଶୋଦ୍ଭବ। ପିୟାଙ୍କ ନିର୍ବାଚନ ପ୍ରଚାରରେ ଶିକ୍ଷା, ସୁଲଭ ଜୀବନଯାପନ ଏବଂ ଆର୍ଥିକ ସୁଯୋଗ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ବିଜୟ ପରେ ସେ ଫ୍ଲୋରିଡାର ପୁନଃନିର୍ଦ୍ଧାରିତ ୨୨ତମ କଂଗ୍ରେସସିଆଲ ଜିଲ୍ଲାର ପ୍ରତିନିଧିତ୍ୱ କରିବେ।
ଜୟପୁର ସହ ରହିଛି ପିୟା ଡାଣ୍ଡିଆଙ୍କ ସମ୍ପର୍କ
ପିୟା ଡାଣ୍ଡିଆଙ୍କ ଜନ୍ମ ଓ ପିଲାଦିନ ଫ୍ଲୋରିଡାର ପାମ୍ ବିଚ୍ କାଉଣ୍ଟିରେ କଟିଥିଲା। ସେ ପ୍ରଥମ ପିଢ଼ିର ଭାରତୀୟ-ଆମେରିକୀୟ। ତାଙ୍କ ମାତାପିତା ୧୯୮୦ ମସିହାରେ ରାଜସ୍ଥାନର ଜୟପୁରରୁ ଆସି ଆମେରିକାରେ ବସବାସ କରିଥିଲେ।ଭାରତୀୟ ବଂଶୋଦ୍ଭବ ପିୟା ପୂର୍ବରୁ ଶିକ୍ଷୟିତ୍ରୀ ଥିଲେ। ସେ ନ୍ୟୁୟର୍କର ହାର୍ଲେମ୍ରେ ଏକ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଏହା ବ୍ୟତୀତ ସେ ‘ହ୍ୱାଇଟ୍ ହାଉସ୍ ଫେଲୋ’ ଭାବେ କାମ କରିବା ସହ ଆପଲ୍ କମ୍ପାନିରେ ମଧ୍ୟ ନିଜର ସେବା ଦେଇଛନ୍ତି।

58 minutes ago
2


