ARTICLE AD BOX
ମଣିଷଙ୍କ ସମେତ ପ୍ରାଣୀଙ୍କ ପାଇଁ ଆମ୍ବୁଲାନ୍ସ ସେବା ବିଷୟରେ ଆମେ ଜାଣୁ। କିନ୍ତୁ, ଜାପାନରେ ରୋବଟ୍ଙ୍କ ଲାଗି ଆମ୍ବୁଲାନ୍ସ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଏହି ଆମ୍ବୁଲାନ୍ସରେ ଯିବେ ଇଞ୍ଜିନିଅର୍ ଏବଂ ମରାମତି ଲାଗି ଦରକାରୀ ଯନ୍ତ୍ରପାତି, ସ୍ପେୟାର୍ ପାର୍ଟସ୍ ଓ କମ୍ପ୍ୟୁଟର୍। କାରଖାନାରେ ଅଚଳ ହୋଇଯାଇଥିବା ମାନବ ଆକୃତିର ରୋବଟ୍ ଜାଗାରେ କାମ କରିବା ପାଇଁ ନୂଆ ରୋବଟ୍ ମଧ୍ୟ ଏହି ଆମ୍ବୁଲାନ୍ସରେ ଯିବ। ଜିଏମ୍ଓ ଇଣ୍ଟର୍ନେଟ୍ ଗ୍ରୁପ୍ ଏହି ଆମ୍ବୁଲାନ୍ସ ପ୍ରସ୍ତୁତ କରାଇଛି। ଜାପାନର ଟୋକିଓ ସହରରେ ପ୍ରଥମକରି ଏଭଳି ରୋବଟ୍ ଆମ୍ବୁଲାନ୍ସ ତିଆରି କରାଯାଇଛି। ଏହି ଆମ୍ବୁଲାନ୍ସ ଚଳନ୍ତା ମରାମତି କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଯେଉଁଠାରେ ମାନବ ଆକୃତିର ରୋବଟ୍ ଖରାପ ହୋଇଯିବ ଇଞ୍ଜିନିଅର୍ମାନେ ଏହି ଗାଡ଼ିରେ ସେଠାକୁ ଯିବେ। ସେମାନେ ସାଥିରେ ମରାମତି କରିବା ଲାଗି ଯନ୍ତ୍ରପାତି ଓ କିଛି ପାର୍ଟସ୍ ବି ନେଇଥିବେ। ସେମାନେ ଅଚଳ ମେସିନ୍କୁ ପ୍ରଥମେ ଯାଞ୍ଚ କରିବେ। ଯଦି ଶୀଘ୍ର ମରାମତି ସମ୍ଭବ ନ ହୁଏ ତା’ହେଲେ ସେମାନେ ନୂଆ ରୋବଟ୍ ସେଠାରେ କାମ କରିବାକୁ ଛାଡ଼ିଦେବେ ଏବଂ ଅଚଳ ହୋଇଯାଇଥିବା ରୋବଟ୍କୁ ଆମ୍ବୁଲାନ୍ସରେ ଫେରାଇ ଆଣିବେ।
Paddhati: କ୍ୟାରିୟର ବାଛିବାରେ ଆଉ ନୁହେଁ ଦ୍ୱନ୍ଦ୍ୱ, ଦିଗ ଦେଖାଇବ ‘ପଦ୍ଧତି’
ଜାପାନର ଟୋକିଓ ସହରରେ ପ୍ରଥମକରି ଏଭଳି ରୋବଟ୍ ଆମ୍ବୁଲାନ୍ସ ତିଆରି କରାଯାଇଛି। ଏହି ଆମ୍ବୁଲାନ୍ସ ଚଳନ୍ତା ମରାମତି କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଯେଉଁଠାରେ ମାନବ ଆକୃତିର ରୋବଟ୍ ଖରାପ ହୋଇଯିବ ଇଞ୍ଜିନିଅର୍ମାନେ ଏହି ଗାଡ଼ିରେ ସେଠାକୁ ଯିବେ
ଏବେ କଳକାରଖାନା, େଗାଦାମଘର, ହୋଟେଲ୍ ଓ ଅନ୍ୟାନ୍ୟ ବାଣିଜ୍ୟ ବ୍ୟବସାୟ କେନ୍ଦ୍ରରେ ଅଧିକରୁ ଅଧିକ ମାନବ ଆକୃତିର ରୋବଟ୍ ବ୍ୟବହାର କରାଯାଉଛି। ତେଣୁ ରୋବଟ୍ ସଂଖ୍ୟା ଯେତେ ଅଧିକ ହେବ, ସେଗୁଡ଼ିକ ଅଚଳ ହେବାର ଆଶଙ୍କା ବି ସେତେ ବଢ଼ିବ। ଅଚଳ ରୋବଟ୍କୁ ସର୍ଭିସ୍ ସେଣ୍ଟର୍କୁ ପଠାଇଲେ ସଜଡ଼ା ହୋଇ ଆସିବାକୁ ବିଳମ୍ବ ହେଉଥିବାରୁ ରୋବଟ୍ ଆମ୍ବୁଲାନ୍ସ ଦ୍ବାରା ସେହି ସମସ୍ୟାର ସମାଧାନ କରାଯାଇପାରିବ।
AI: କେବଳ ଧନୀଙ୍କ ପାଇଁ ନୁହେଁ ଏଆଇ, ଭାରତରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ: ବିଲ୍ ଗେଟ୍ସ

1 day ago
1


