Alpha: ଭାରତରେ ଯାଦୁ ଦେଖାଇପାରିଲାନି ଆଲିଆଙ୍କ 'ଆଲଫା'

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ ଫିଲ୍ମ "ଆଲଫା"ର ମୁକ୍ତିଲାଭକୁ ନେଇ ସିନେପ୍ରେମୀ ବହୁତ ଆଶା କରିଥିଲେ। ତଥାପି, ଶିବ ରାୱୈଲଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ସେତିକି ସଫଳ ହୋଇପାରିନାହିଁ | ଏହି ଚଳଚ୍ଚିତ୍ରକୁ ନେଇ ଯେତିକି ଆଶା କରାଯାଉଥିଲା, ସେଭଳି ପରିଣାମ ଆସିନାହିଁ | 

କୋଇମୋଇର ରିପୋର୍ଟ ଅନୁଯାୟୀ, "ଆଲଫା" ଭାରତୀୟ ବକ୍ସ ଅଫିସରେ ₹୫୯.୨୯ କୋଟି ରୋଜଗାର କରିଥିଲା। ଫିଲ୍ମଟି ପୂରା ଏକ ମାସ ପାଇଁ ଥିଏଟରରେ ଚାଲିଥିଲା। ଏହି ସ୍ପାଏ ଆକ୍ସନ୍ ଥ୍ରୀଲର "ପତି, ପତ୍ନୀ ଔର ୱୋ ୨" ର ରେକର୍ଡ ଭାଙ୍ଗିବାକୁ ଲକ୍ଷ୍ୟ ରଖିଥିଲା | ଯାହା ଏହାର ସମ୍ପୂର୍ଣ୍ଣ ପ୍ରଦର୍ଶନ ସମୟରେ ₹୫୯.୨୯ କୋଟି ରୋଜଗାର କରିଥିଲା। "ଆଲଫା" ଶେଷରେ ଏହି ମାଇଲଖୁଣ୍ଟ ହାସଲ କରିଛି, ୨୦୨୬ର ୧୦ମ ସର୍ବାଧିକ ଆୟକାରୀ ବଲିଉଡ୍ ଫିଲ୍ମ ହୋଇପାରିଛି । ଏସବୁ ସତ୍ତ୍ୱେ ବି ଏହି ଫିଲ୍ମ କ୍ଷତି ସହିଛି | କାରଣ "ଆଲଫା" ₹୧୦୦ କୋଟି ଖର୍ଚ୍ଚରେ ନିର୍ମିତ ହୋଇଥିଲା। ତେବେ ମୁକ୍ତିଲାଭ ପରେ ଆଲିଆ ଭଟ୍ଟଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ଏହାର ଆନୁମାନିକ ବଜେଟର କେବଳ ୫୯% ଆଦାୟ କରିପାରିଥିଲା। ଦୁର୍ଭାଗ୍ୟବଶତଃ, ଘରୋଇ ବକ୍ସ ଅଫିସରେ ଫିଲ୍ମଟି କ୍ଷତି ସହିଥିଲା।

ଆହୁରି ପଢନ୍ତୁ: FCRA Amendment Bill: ଭାରତର ଏଫସିଆରଏ ବିଲ୍ ଉପରେ ଅସନ୍ତୋଷ ପ୍ରକାଶ କଲେ ଟ୍ରମ୍ପଙ୍କ ସାଂସଦ

"ଆଲଫା" ବିଦେଶୀ ବକ୍ସ ଅଫିସରେ ₹୨୯.୦୯ କୋଟି ରୋଜଗାର କରିଥିଲା। ଉଲ୍ଲେଖ ଥାଉ କି ଫିଲ୍ମରେ ଦୁଇଜଣ ପ୍ରଶିକ୍ଷିତ ମହିଳା ଗୁପ୍ତଚର ଦେଶ ଓ ବିଶ୍ୱ ସୁରକ୍ଷା ସହିତ ଜଡିତ ଏକ ବଡ଼ ଷଡଯନ୍ତ୍ର ଓ ବିପଦର ସାମ୍ନା କରୁଛନ୍ତି । ଏଥିରେ ଆଲିଆଙ୍କ ସମେତ ବବି ଦେଓଲ ଓ ଅନୀଲ କାପୁର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ |

Read Entire Article
LEFT SIDEBAR AD

Hidden in mobile, Best for skyscrapers.