Alligation: ଅନଧିକାର ଭାବେ ୨୪ ଆକ୍‌ବର ରୋଡ୍‌ ମୁଖ୍ୟାଳୟ ରଖିଛି କଂଗ୍ରେସ: ଆର୍‌ଟିଆଇ

3 weeks ago 14
ARTICLE AD BOX

ନୂଆଦିଲ୍ଲୀ: କଂଗ୍ରେସ ଦଳ ୨୪, ଆକବର୍‌ ରୋଡ୍‌ରେ ଥିବା ଏହାର ପୂର୍ବ ମୁଖ୍ୟାଳୟକୁ ୨୦୧୩ ଜୁନ୍‌ ୨୬ ତାରିଖଠାରୁ ଅନଧିକାର ଭାବେ ବଜାୟ ରଖିଛି। ଏହି ସମୟ ମଧ୍ୟରେ ସରକାର ମଧ୍ୟ ଏହି ବଙ୍ଗଳା ପାଇଁ କୌଣସି ଭଡ଼ା ଗ୍ରହଣ କରିନାହାନ୍ତି। ରାଇଟ୍‌ ଟୁ ରିପ୍ଲାଏ୍ (ଆର୍‌ଟିଆଇ) ଜବାବରେ ମିଳିଥିବା ସୂଚନାରୁ ଏହା ଜଣାପଡ଼ିଛି। 

କେନ୍ଦ୍ର ସରକାର ମଧ୍ୟ କହିଛନ୍ତି ଯେ ଦଳର ବକେୟା ଭଡ଼ାକୁ ସମୀକ୍ଷା କରାଯାଉଛି ଏବଂ ଏହା ଏପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇନି। ଡାଇରେକ୍ଟୋରେଟ୍‌ ଅଫ ଇଷ୍ଟେଟ୍‌ ଦ୍ବାରା ଏହି ଆର୍‌ଟିଆଇ ଜବାବ ଦିଆଯାଇଥିଲା ଯାହା କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଆସୁଛି। ଏଥିରେ କୁହାଯାଇଛି ଯେ ଦିଲ୍ଲୀର ଲୁଟେନ୍ସରେ ଅବସ୍ଥିତ ଆକବର ରୋଡ୍‌ର ବଙ୍ଗଳା ନମ୍ବର ୨୪, ୧୯୯୨ ଅଗଷ୍ଟ ୭ ତାରିଖରେ କଂଗ୍ରେସ ଦଳକୁ ଦିଆଯାଇଥିଲା। କିନ୍ତୁ ୨୦୧୩ ଜୁନ୍‌ ୨୬ ତାରିଖରେ ଦଳକୁ ଦିଆଯାଇଥିବା ଏହି ହୋଇଥିବା ଏହି ବଙ୍ଗଳା ବାତିଲ କରାଯାଇଥିଲା। 

ସେବେଠାରୁ ଏହି ବଙ୍ଗଳା ଦଳ ପାଖରେ ଅନଧିକାର ଭାବେ ରହି ଆସିଛି। ଆର୍‌ଟିଆଇ ଆବେଦନର ଜବାବ ରଖି ଇଷ୍ଟେଟ୍‌ ନିର୍ଦ୍ଦେଶାଳୟ କହିଛି ଯେ ୨୦୧୩ ଜୁନ୍‌ ୨୬ରୁ ୨୪, ଆକ୍‌ବର ରୋଡ୍‌ ପାଇଁ କୌଣସି ବି ଭଡ଼ା ଗ୍ରହଣ ହୋଇନି। ତେବେ ବଙ୍ଗଳା ଛାଡ଼ିବାପାଇଁ କଂଗ୍ରେସ ଦଳକୁ କୌଣସି ନୋଟିସ୍‌ ଜାରି ହୋଇଛି କି ଏବଂ ଯଦି ନୋଟିସ୍‌ ଜାରି ହୋଇଥାଏ ତା’ର ଏକ କପି ଦେବାପାଇଁ ଆର୍‌ଟିଆଇ ଆବେଦନକାରୀ ମାଗିଥିବାବେଳେ ଇଷ୍ଟେଟ୍‌ ନିର୍ଦ୍ଦେଶାଳୟ ଏହି ସୂଚନା ପ୍ରଦାନ କରିନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.