Ajit Doval: ‘ମୋ କ୍ୟାରିୟର ଶେଷ ହୋଇଯାଇଥିଲା’ ସିକିମ୍ ମିସନ ଅଭିଜ୍ଞତା ମନେପକାଇଲେ ଏନ୍‌ଏସ୍‌ଏ ଅଜିତ ଡୋଭାଲ

21 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଜାତୀୟ ନିରାପତ୍ତା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ଶନିବାର ଆଇଆଇଟି ରୁର୍‌କିର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ନିଜ ଗୁଇନ୍ଦା କ୍ୟାରିୟରର ପ୍ରାରମ୍ଭିକ ଦିନର ଏକ ସଂବେଦନଶୀଳ ଅଭିଜ୍ଞତା ବାଣ୍ଟିଛନ୍ତି। ୧୯୭୦ ଦଶକରେ ସିକିମ୍‌ ଭାରତ ସହ ମିଶ୍ରଣ ହେବା ସମୟରେ ଚୀନ୍‌ ସୀମା ନିକଟରେ ଆରମ୍ଭ ହୋଇଥିବା ଏକ ଗୁପ୍ତ ମିସନ ବିଫଳ ହେବା ଯୋଗୁଁ ତାଙ୍କ କ୍ୟାରିୟର ଶେଷ ହୋଇଯିବା ନେଇ ସେ ଆଶଙ୍କା କରିଥିଲେ ବୋଲି ପ୍ରକାଶ କରିଛନ୍ତି।

ଆହୁରି ପଢନ୍ତୁ: Rahul Gandhi: ଇନ୍ଦୋରରେ ‘ଛାତ୍ରୋଁ କୀ ଗୁଞ୍ଜ’ କାର୍ଯ୍ୟକ୍ରମ: ଛାତ୍ରସମାଜ ସୁରକ୍ଷିତ ଭବିଷ୍ୟତ ଦେଖିପାରୁ ନାହାନ୍ତି କହିଲେ ରାହୁଲ ଗାନ୍ଧୀ

ସିକିମ୍‌ ଗୋଇନ୍ଦା ବିଭାଗର ପ୍ରମୁଖ ଦାୟିତ୍ୱରେ ଥିବା ବେଳେ ୨୦ ବର୍ଷୀୟ ଡୋଭାଲ ଚୀନ୍‌ର ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍‌ଏ)ର ଗତିବିଧି ଉପରେ ନଜର ରଖିବାକୁ ଏକ ଟିମ୍‌ ପଠାଇଥିଲେ। ୮ ଦିନ ମଧ୍ୟରେ ଫେରିବାକୁ ଥିବା ଏହି ଟିମ୍‌ ୧୫ ଦିନ ପର୍ଯ୍ୟନ୍ତ ନଫେରିବାରୁ ଚିନ୍ତା ବଢ଼ିଥିଲା। ପରବର୍ତ୍ତୀ ସମୟରେ ଚୀନ୍‌ ସେନା ଭାରତୀୟ ଏଜେଣ୍ଟମାନଙ୍କୁ ଧରି ନେଇ ଜେରା କରିବା ପରେ ଛାଡ଼ିଥିବା ଜଣାପଡ଼ିଥିଲା। ଏହି ଘଟଣା ପରେ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ବେଳେ ମୁଖ୍ୟାଳୟରୁ ପ୍ରଦାନ କରାଯାଇଥିବା ମାନଚିତ୍ରରେ ତ୍ରୁଟି ଥିବା ଜଣାପଡ଼ିବା ପରେ ଡୋଭାଲଙ୍କୁ ସମ୍ପୂର୍ଣ୍ଣ କ୍ଲିନ୍‌ଚିଟ୍‌ ମିଳିଥିଲା। ଏହି ନିରାଶାଜନକ ପରିସ୍ଥିତିରେ ଜଣେ ତିବ୍ବତୀୟ ଜ୍ଞାନୀ ବ୍ୟକ୍ତିଙ୍କ ୩ଟି ସୂତ୍ର- ‘ନିଜର ସ୍ଥିତି ଜାଣିବା, ଲକ୍ଷ୍ୟସ୍ଥଳ ଜାଣିବା ଏବଂ ସେଠାରେ ପହଞ୍ଚିବାର ମାର୍ଗ ଚିହ୍ନଟ କରିବା’ ତାଙ୍କ ଜୀବନର ଦର୍ଶନ ପାଲଟିଯାଇଥିଲା। ୨୦୧୪ରୁ ଏନ୍‌ଏସ୍‌ଏ ଭାବେ କାର୍ଯ୍ୟରତ ଡୋଭାଲଙ୍କ ନେତୃତ୍ୱରେ ୨୦୧୬ ସର୍ଜିକାଲ ଷ୍ଟ୍ରାଇକ୍, ୨୦୧୯ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ଓ ୨୦୨୫ର ଅପରେସନ ସିନ୍ଦୂର ସଫଳତାର ସହ ସମ୍ପାଦିତ ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.