air pollution: ବାୟୁ ପ୍ରଦୂଷଣ ସହ ଆତ୍ମହତ୍ୟା ପ୍ରବଣତାର ରହିଛି ସମ୍ପର୍କ: ଅଧ୍ୟୟନ

1 day ago 1
ARTICLE AD BOX

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣଓ ଆତ୍ମହତ୍ୟା ପ୍ରବଣତା ମଧ୍ୟରେ ସମ୍ପର୍କ ଥିବା ଏକ ନୂଆ ଅନ୍ତର୍ଜାତୀୟ ଅଧ୍ୟୟନରୁ ଜଣାପଡ଼ିଛି। କେତେକ ପ୍ରଦୂଷକ, ବିଶେଷକରି ବାୟୁରେ ଥିବା ଅତି ସୂକ୍ଷ୍ମ କଣିକା ଓ ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌, ଆତ୍ମହତ୍ୟା, ଆତ୍ମହତ୍ୟା ଉଦ୍ୟମ ଓ ଆତ୍ମଘାତୀ ଚିନ୍ତାଧାରା ସହ ଜଡ଼ିତ ଥିବା ଗବେଷକମାନେ କହିଛନ୍ତି।

ବେଲଫାଷ୍ଟସ୍ଥିତ କ୍ୱିନ୍‌ସ ୟୁନିଭର୍ସିଟିର ଗବେଷକମାନେ ବାୟୁ, ଶବ୍ଦ, ଆଲୋକ ଓ ଜଳ ପ୍ରଦୂଷଣ ମାନସିକ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଇପାରେ, ତାହା ନେଇ ପୂର୍ବରୁ ହୋଇଥିବା ଗବେଷଣାର ସମୀକ୍ଷା କରିଥିଲେ। ଏଥିରେ ୨୯ଟି ଅଧ୍ୟୟନର ମେଟା-ବିଶ୍ଳେଷଣ କରାଯାଇଥିଲା। ଏହା ସହ ୧୬ଟି ଅଧ୍ୟୟନର ଅଲଗା ସମୀକ୍ଷାରୁ ଅନ୍ୟ କେତେକ ପ୍ରଦୂଷକର ସମ୍ଭାବ୍ୟ ପ୍ରଭାବ ମଧ୍ୟ ଯାଞ୍ଚ କରାଯାଇଥିଲା।

ଅଧ୍ୟୟନରେ ବାୟୁରେ ଥିବା ସୂକ୍ଷ୍ମ କଣିକା ଓ ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌ ସହ ଆତ୍ମହତ୍ୟା ମୃତ୍ୟୁ, ଆତ୍ମହତ୍ୟା ଉଦ୍ୟମ ଓ ଆତ୍ମଘାତୀ ଚିନ୍ତାଧାରାର ସମ୍ପର୍କ ମିଳିଛି। ସୂକ୍ଷ୍ମ କଣିକା ଏତେ ଛୋଟ ଯେ ଏହା ଫୁସ୍‌ଫୁସ୍‌ର ଗଭୀର ଅଂଶରେ ପହଞ୍ଚିପାରେ। କେତେକ କଣିକା ରକ୍ତପ୍ରବାହରେ ମଧ୍ୟ ପହଞ୍ଚିପାରେ। ନାଇଟ୍ରୋଜେନ୍‌ଡାଇଅକ୍ସାଇଡ୍‌ ମୁଖ୍ୟତଃ ଯାନବାହନ ଓ ଅନ୍ୟ ଦହନ ପ୍ରକ୍ରିୟାରୁ ନିର୍ଗତ ହୁଏ। ଅନ୍ୟପକ୍ଷରେ, ସଲ୍‌ଫର୍‌ ଡାଇଅକ୍ସାଇଡ୍‌, ଓଜୋନ୍‌ ଓ ଶବ୍ଦ ପ୍ରଦୂଷଣ ସହ ମଧ୍ୟ ଅଧିକ ଆତ୍ମହତ୍ୟା ପ୍ରବଣତାର ସମ୍ଭାବ୍ୟ ସମ୍ପର୍କ କେତେକ ଅଧ୍ୟୟନରେ ଦେଖାଯାଇଛି। କିନ୍ତୁ ଆଲୋକ ଓ ଜଳ ପ୍ରଦୂଷଣ ସହ ଏଭଳି ସମ୍ପର୍କ ବାବଦରେ ପର୍ଯ୍ୟାପ୍ତ ପ୍ରମାଣ ମିଳିନାହିଁ। ଗବେଷକ ଓ ବିଶେଷଜ୍ଞମାନେ ପ୍ରଦୂଷଣ ଓ ଆତ୍ମଘାତୀ ବ୍ୟବହାର ମଧ୍ୟରେ ସମ୍ପର୍କ ଥିବା କହିଛନ୍ତି। କିନ୍ତୁ ପ୍ରଦୂଷଣ ହିଁ ଏହାର ପ୍ରତ୍ୟକ୍ଷ କାରଣ ବୋଲି ପ୍ରମାଣ ମିଳିନାହିଁ। ସାମାଜିକ-ଆର୍ଥିକ ସ୍ଥିତି, ସହରୀ ଜୀବନ, ଶାରୀରିକ ସ୍ୱାସ୍ଥ୍ୟ ଓ ଆବାସ ପରିସ୍ଥିତି ଭଳି ଅନ୍ୟ କାରଣ ମଧ୍ୟ ଏଥିରେ ଭୂମିକା ନେଇପାରେ। ତେଣୁ ଗବେଷକମାନେ ପରିବେଶ ସୁରକ୍ଷା ଓ ମାନସିକ ସ୍ୱାସ୍ଥ୍ୟସେବା ମଧ୍ୟରେ ଅଧିକ ସମନ୍ୱୟ ସହ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି।

ପଶ୍ଚିମବଙ୍ଗର ୧୦ ବିଦ୍ରୋହୀ ଟିଏମ୍‌ସି ବିଧାୟକଙ୍କୁ ବିଧାନସଭାର ନୋଟିସ୍

Read Entire Article
LEFT SIDEBAR AD

Hidden in mobile, Best for skyscrapers.