AIIMS: ଏମ୍ସରେ ସର୍ଜରି ପାଇଁ ୧୩ ବର୍ଷ ଅପେକ୍ଷା ପରେ ରାଜସ୍ଥାନ କିଶୋରୀଙ୍କ ମୃତ୍ୟୁ

2 weeks ago 7
ARTICLE AD BOX

ନୂଆଦିଲ୍ଲୀ: ରାଜସ୍ଥାନର କୋଟାରେ ଜଣେ ୧୫ ବର୍ଷୀୟା କିଶୋରୀ ଦୁଇ ବର୍ଷ ବୟସରୁ ଏକ ଜଟିଳ ଜନ୍ମଗତ ହୃଦ୍‌ ସମସ୍ୟା ପାଇଁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହୋଇ ଆସୁଥିବାବେଳେ ମଙ୍ଗଳବାର ପ୍ରତ୍ୟୁଷରେ ତାଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଛି। ହୃଦ୍‌ ଅସ୍ତ୍ରୋପଚାର ପାଇଁ ଦୀର୍ଘ ବର୍ଷ ଅପେକ୍ଷା କରିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି। ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ତନ୍‌ବୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ୧୩ ବର୍ଷରୁ ଅଧିକ ସମୟ ହେଲା ସେ ଚିକିତ୍ସା ପାଇଁ ଏମ୍ସ ଆସୁଥିଲେ। ତନ୍‌ବୀଙ୍କ ବାପା ମୁକେଶ ପରିୟାନୀ ଅଭିଯୋଗ କରିଥିଲେ ଯେ, ଅସ୍ତ୍ରୋପଚାର ତାରିଖ ସ୍ଥିର କରାଯାଇଥିଲା ଓ ପରେ ପରିବର୍ତ୍ତନ କରାଯାଇଥିଲା କିନ୍ତୁ ସଂଶୋଧନ ପ୍ରକ୍ରିୟା କେବେ କରାଯାଇ ନଥିଲା।

ଦୀର୍ଘ ଦିନ ଧରି ଏମ୍ସ ଆସୁଥିଲେ

ତନ୍‌ବୀଙ୍କ ମୃତ୍ୟୁ ବିଷୟରେ ସିଟି ସେଣ୍ଟରର ସିଟିଭିଏସ୍‌ ବିଭାଗର ପ୍ରଫେସର ଓ ମୁଖ୍ୟ ଡକ୍ଟର ଭି ଦେବଗୌରୁ କହିଛନ୍ତି ଯେ, ତନ୍‌ବୀଙ୍କଠାରେ ୨୦୧୨ ରେ ପଲ୍ମୋନାରୀ ଆଟ୍ରେସିଆ ସହିତ ଭେଣ୍ଟ୍ରିକୁଲାର ସେପ୍ଟାଲ୍ ଡିଫେକ୍ଟ (ଭିସ୍‌ଡି) ରୋଗ ନିର୍ଣ୍ଣୟ କରାଯାଇଥିଲା ଓ ୨୦୧୩ରେ ଅସ୍ତ୍ରୋପଚାର ପାଇଁ ମୂଲ୍ୟାୟନ କରାଯାଇଥିଲା। ସେ କହିଛନ୍ତି ଯେ, ୨୦୧୮ ରେ ଅସ୍ତ୍ରୋପଚାରକୁ ବାଦ୍ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସମ୍ଭାବ୍ୟ ହୃଦୟ-ଫୁସ୍‌ଫୁସ୍‌ ପ୍ରତିରୋପଣ ପାଇଁ ତାଙ୍କୁ ଅଗଷ୍ଟ ୨୪ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେ କହିଛନ୍ତି ଯେ, ପ୍ରତିରୋପଣ ଆରମ୍ଭ ପୂର୍ବରୁ ସୋମବାର ତନବୀଙ୍କର ଏଣ୍ଡୋସ୍କୋପି କରାଯାଇଥିଲା।

ଥକ୍କା ଓ ଦୁର୍ବଳ ଲାଗୁଥିବା ଅଭିଯୋଗ

ମଙ୍ଗଳବାର ଭୋର ୨ଟା ୫୦ ସମୟରେ ସେ ଥକ୍କା ଓ ଦୁର୍ବଳ ଲାଗୁଥିବା ଅଭିଯୋଗ କରିଥିଲେ। ତାଙ୍କ ଅକ୍ସିଜେନ୍ ସାଚୁରେସନ୍ ୪୮% କୁ ହ୍ରାସ ପାଇଲା। ତନ୍‌ବୀଙ୍କୁ ଭୋର ୩ ଟା ୩୦ ରେ ଅକ୍ସିଜେନ୍ ଦେବା ଆରମ୍ଭ କରାଯାଇଥିଲା ଓ ପରେ ତାଙ୍କର ହାଇପୋକ୍ସିକ ସ୍ପେଲ ଯୋଗୁ ହୃଦଘାତ୍‌ ହୋଇଥିଲା। ମଙ୍ଗଳବାର ସକାଳ ୫ଟା ୬ ମିନିଟରେ ତନ୍‌ବୀଙ୍କୁ ମୃତ ଘୋଷଣା କରାଯାଇଥିଲା। ୨୦୧୩ ମସିହାରେ ତନ୍‌ବୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ କାହିଁକି ଅସ୍ତ୍ରୋପଚାର କରାଯାଇ ନଥିଲା ଓ ୨୦୧୮ରେ ଏହାକୁ କାହିଁକି ବାଦ୍ ଦିଆଯାଇଥିଲା ସେ ବିଷୟରେ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଏମସ୍ କିମ୍ବା ଡାକ୍ତରମାନେ ଦେଇ ନଥିଲେ।

ରାଜ୍ୟ ବାର୍ ପରିଷଦ ପାଇଁ ନିର୍ବାଚନ ପ୍ରକ୍ରିୟା ସମାପ୍ତ କରିବା ଏବଂ ପରବର୍ତ୍ତୀ ସମୟରେ ବିସିଆଇର ପୁନର୍ଗଠନ ଉପରେ ଧ୍ୟାନ ଦେଇଛନ୍ତି କୋର୍ଟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.