ARTICLE AD BOX
ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରଭାବରେ ପ୍ରଯୁକ୍ତି ଦୁନିଆରେ ଆଉ ୩୫ ହଜାର ଛଟେଇ ହେବାକୁ ଯାଉଛି। ଏହା ଦ୍ବାରା ପ୍ରଯୁକ୍ତି ଓ ସଫ୍ଟୱେର କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ପ୍ରଭାବିତ ହେବେ। ୨୦୨୦ରେ କରୋନା ମହାମାରୀ ସମୟରେ ବହୁ ପରିମାଣରେ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା ଭାରତୀୟ ସୂଚନା ପ୍ରଯୁକ୍ତି କମ୍ପାନିଗୁଡ଼ିକ ଏବେ କର୍ମଚାରୀ ସଂଖ୍ୟା କମ୍ କରୁଛନ୍ତି।
ବିଗତ ତିନି ବର୍ଷ ଧରି ବ୍ୟବସାୟ ମାନ୍ଦା ରହିଥିବାରୁ ସେମାନେ ଛଟେଇ କରିବାକୁ ବାଧ୍ୟ ହେଉଛନ୍ତି। ଟିମ୍ଲିଜ୍ର ଏକ ରିପୋର୍ଟ ଅନୁସାରେ ଚଳିତ ବର୍ଷ ମେ ସୁଦ୍ଧା ୧୫ ହଜାର ଟେକ୍ କର୍ମଚାରୀ ଛଟେଇ ହୋଇସାରିଛନ୍ତି। ବର୍ଷ ଶେଷ ସୁଦ୍ଧା ଛଟେଇ ହେଉଥିବା କର୍ମଚାରୀ ସଂଖ୍ୟା ୩୫ ହଜାରରେ ପହଞ୍ଚିବା ଆଶଙ୍କା କରାଯାଉଛି। ସିଆଇଇଏଲ୍ ଏଚ୍ଆର୍ ସର୍ଭିସେସ୍ ଆକଳନ କରିଛି ଯେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୨ ହଜାର ଟେକ୍ କର୍ମଚାରୀ ଛଟେଇ ହୋଇଛନ୍ତି। ବର୍ଷ ଶେଷ ସୁଦ୍ଧା ୨୧ ହଜାର କର୍ମଚାରୀ ଛଟେଇ ହେବେ। ୨୦୨୫ ଓ ୨୦୨୬ ଦୁଇ ବର୍ଷରେ ଭାରତୀୟ ପ୍ରଯୁକ୍ତି ଦୁନିଆରେ ଛଟେଇ କର୍ମଚାରୀ ସଂଖ୍ୟା ୪୩ ହଜାରରୁ ଅଧିକ ହେବ। ଆଇଟି ସେବା, ଭିଜୁଆଲ ଇଫେକ୍ଟ, ମିଡିଆ ପରିଚାଳନା ବିଭାଗରେ କାମ କରୁଥିବା କର୍ମଚାରୀମାନେ ଛଟେଇ ହେବାର ଆଶଙ୍କା ଅଧିକ ରହିଛି।
Ai:ବ୍ଲର୍ଗସ୍ ଏଆଇ’ର ୨.୨ ନିୟୁତ ଡଲାର ସଂଗ୍ରହ
୨୦୨୩-୨୪ ଆର୍ଥିକ ବର୍ଷରେ ୬୯ ହଜାର କର୍ମଚାରୀ ଛଟେଇ ହୋଇଥିଲେ। ଏହାପରେ ଆଇଟି କମ୍ପାନିଗୁଡ଼ିକ ପୁଣି ଥରେ ନୂଆ କର୍ମଚାରୀ ନିଯୁକ୍ତି ଆରମ୍ଭ କରିିଥିଲେ। କିନ୍ତୁ ସେମାନେ ସେଭଳି କର୍ମଚାରୀ ସଂଖ୍ୟା ବଢ଼ାଇବା ପୂର୍ବରୁ ଯଥେଷ୍ଟ ସତର୍କତା ଅବଲମ୍ବନ କରୁଛନ୍ତି। କିଛି ହାତଗଣତି ଓ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନୂଆ ନିଯୁକ୍ତି ଦିଆଯାଉଛି। ପାରମ୍ପରିକ ପଦଗୁଡ଼ିକ ସଂଖ୍ୟା କମ୍ ହେବାରେ ଲାଗିଛି। ଆବଶ୍ୟକ ହେଉଥିବା ପଦଗୁଡ଼ିକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଉଛି। ତାହାର ପ୍ରଭାବରେ ଦେଶର ପାଞ୍ଚଟି ପ୍ରମୁଖ ଆଇଟି କମ୍ପାନି ଟିସିଏସ୍, ଇନ୍ଫୋସିସ୍, ଏଚ୍ସିଏଲ୍ ଟେକ୍, ୱିପ୍ରୋ ଓ ଟେକ୍ ମହିନ୍ଦ୍ରାରେ ୭୩୮୯ କର୍ମଚାରୀ କମିଛନ୍ତି। ସେହି ସମୟରେ ଏହି ପାଞ୍ଚ କମ୍ପାନି କିନ୍ତୁ ୧୨,୭୧୮ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ତେବେ ସେହି ବର୍ଷ ଟିସିଏସ୍ ଏହାର ୨୩,୪୬୦ ଓ ଇନ୍ଫୋସିସ୍ ୫୦୦୦ କର୍ମଚାରୀ କମ୍ କରିଥିଲେ।

3 weeks ago
11


