AI+ Smartphone: ଏଆଇ+ ସ୍ମାର୍ଟଫୋନ୍‌ର ସେବା କେନ୍ଦ୍ର ୧୦୦୦ ଟପିବ

22 minutes ago 2
ARTICLE AD BOX

ଭୁବନେଶ୍ବର:ଏଆଇ+ ସ୍ମାର୍ଟଫୋନ୍ ଦେଶବ୍ୟାପୀ ଏହାର ସେବା ନେଟୱର୍କକୁ ୧,୦୦୦ରୁ ଅଧିକ କେନ୍ଦ୍ରକୁ ବୃଦ୍ଧି କରିବାକୁ ଯୋଜନା କରିଛି। ଆସନ୍ତା ଦୀପାବଳିରେ ଦିଲ୍ଲୀରେ କମ୍ପାନି ପ୍ରଥମ ସ୍ୱତନ୍ତ୍ର ଏଆଇ + ସେବା କେନ୍ଦ୍ର ସ୍ଥାପନ କରାଯିବ। କମ୍ପାନି ‘ଏଆଇ+ ସହାୟତା ଆପ୍‌’ ମଧ୍ୟ ଆଣିବାକୁ ଯାଉଛି। ଏଥିରେ ଡିଭାଇସ୍ ସହାୟତା, ସେବା ବୁକିଂ, ଅଭିଯୋଗ ଟିକେଟ୍‌ର ସ୍ଥିତି ଜାଣିବା ଓ ସମସ୍ୟା ସମାଧାନ ସହାୟତା ଭଳି ସୁବିଧା ଗୋଟିଏ ସ୍ଥାନରେ ଉପଲବ୍ଧ ହେବ। କମ୍ପାନିର ବର୍ତ୍ତମାନ ୮୦୦ ସେବା କେନ୍ଦ୍ର ରହିଛି।

ଗ୍ରାହକଙ୍କ ପାଇଁ ସହାୟତାକୁ ଅଧିକ ସୁଗମ

ଏହି ଅବସରରେ ନେକ୍ସଟ କ୍ୱାଣ୍ଟମ ସିଫ୍‌ଟ ଟେକ୍ନୋଲୋଜିର ସିଇଓ ମାଧବ ସେଠ କହିଛନ୍ତି ଯେ ୧,୦୦୦ରୁ ଅଧିକ ସେବା କେନ୍ଦ୍ରରେ ପହଂଚିବା, ଆମର ପ୍ରଥମ ସ୍ୱତନ୍ତ୍ର ସେବା କେନ୍ଦ୍ର ସ୍ଥାପନ କରିବା ଓ ଏଆଇ + ସହାୟତା ଆପ୍ ଆରମ୍ଭ କରିବା ହେଉଛି ଗ୍ରାହକଙ୍କ ପାଇଁ ସହାୟତାକୁ ଅଧିକ ସୁଗମ, ସ୍ୱଚ୍ଛ ଓ ନିର୍ଭରଯୋଗ୍ୟ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସେବା କେନ୍ଦ୍ରରେ ପ୍ରଶିକ୍ଷିତ ବୈଷୟିକ କର୍ମଚାରୀଙ୍କ ସହାୟତା, ଅସଲି ଅତିରିକ୍ତ ଯନ୍ତ୍ରାଂଶ, ମାନକ ମରାମତି ସେବା, ସଫ୍ଟୱେର ସହାୟତା, ୱାରେଂଟି ସେବା ଓ ଏଆଇ+ର ବିଭିନ୍ନ ସ୍ମାର୍ଟଫୋନ୍‌ର ସେଟ୍‌ଅପ୍ ସୁବିଧା ଉପଲବ୍ଧ ହେବ। ସର୍ବାଧିକ ୭ ଦିନ ମଧ୍ୟରେ ସେବା ପ୍ରଦାନ କରିବାକୁ ଏଆଇ + ଲକ୍ଷ୍ୟ ରଖିଛି।

Car Accident: ଅଷ୍ଟ୍ରେଲିଆରେ ଭାରତୀୟ ମହିଳା ଓ ପୁତ୍ରବଧୂଙ୍କର କାର୍‌ ଦୁର୍ଘଟଣାରେ ମୃତ୍ୟୁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.