Agitation: ଯୁଗୀଯୁଗେନ ବନ୍ଧ ନିର୍ମାଣ ଅଭିସନ୍ଧିକୁ ପ୍ରବଳ ବିରୋଧ, ଜଳସେଚନ ଅଫିସ ଘେରିଲା ସଂଗ୍ରାମ ସମିତି

3 days ago 1
ARTICLE AD BOX

ସୁନ୍ଦରଗଡ଼: 'ଆମର ଗାଁ, ଆମର ମାଟି, ନଜର ପକାଲେ ମାରମୁ ଲାଠି'। ତଳସରା ବିଧାନସଭା କ୍ଷେତ୍ର ସବଡ଼େଗା ବ୍ଲକ୍ ହମିରପୁର ପଞ୍ଚାୟତରେ ସରକାରଙ୍କ ଯୁଗୀଯୁଗେନ ବୃହତ୍ ବନ୍ଧନିର୍ମାଣ ମସୁଧାକୁ ଘୋର ବିରୋଧ କରି ସଂଗ୍ରାମ ସମିତିର ଏହି ନାରା ଆଜି ସୁନ୍ଦରଗଡ଼ ସହରରେ ଗର୍ଜି ଉଠିଛି। ବନ୍ଧ ବିରୋଧରେ  ସବଡେଗା ଅଞ୍ଚଳର ଶହଶହ ମହିଳା ଓ ପୁରୁଷ ଏକ ଶୋଭାଯାତ୍ରାରେ ଆସି ଜଳସେଚନ ଅଫିସ ଆଗରେ ଭିକ୍ଷୋଭ କରିଛନ୍ତି। ରାସ୍ତାକୁ ଲୋକେ ଅବରୋଧ କରିଥିବାରୁ ଶଙ୍କରା ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ଏହି ଅବସରରେ ଆନ୍ଦୋଳନକାରୀ ଅନେକ ପ୍ରଶ୍ନ ଉଠାଇଛନ୍ତି। ଓଡ଼ିଶା  ବିଧାନସଭା ଉପବାଚସ୍ପତି ଭବାନୀଶଙ୍କର ଭୋଇ ଓ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଯୁଗୀଯୁଗେନ ବନ୍ଧ ନିର୍ମାଣର କୌଣସି ଯୋଜନା ନାହିଁ, ଏହା ଏକ ଗୁଜବ କହି  ଲୋକଙ୍କୁ ଭ୍ରମିତ କରିଥିବାବେଳେ ଭିତରେ ଭିତରେ ବନ୍ଧ ନିର୍ମାଣ ନେଇ ପ୍ରସ୍ତୁତି ଚଳାଇଥିବା ଅଭିଯୋଗ କରି ଆନ୍ଦୋଳନକାରୀ ବିଭାଗକୁ ଜବାବ ମାଗିଛନ୍ତି। ଯଦି ବନ୍ଧ ନିର୍ମାଣର ଯୋଜନା ନାହିଁ ବିଭାଗ ସେ ଅଞ୍ଚଳରେ ସର୍ବେକ୍ଷଣ କରିଛି କାହିଁକି, ସରକାରଙ୍କୁ ଏ ସମ୍ପର୍କରେ ବିଭାଗ କି ରିପୋର୍ଟ ଦେଇଛି ବୋଲି ପ୍ରଶ୍ନ କରିଛନ୍ତି। 
କୌଣସି ସ୍ଥିତିରେ ଯୁଗୀଯୁଗେନ ବନ୍ଧ ନିର୍ମାଣ କରିବାକୁ ଦିଆଯିବ ନାହିଁ ବୋଲି ସମିତି କହିଆସୁଥିବା ବେଳେ ତେଲିଯୋର ଠାରେ ବନ୍ଧ କରାଯାଉ ବୋଲି ଦାବି ରଖିଛନ୍ତି।

କେନ୍ଦ୍ର ଜଳସମ୍ପଦ ବିଭାଗକୁ ଅନୁମୋଦନ ପାଇଁ ପଠାଯାଇଥିଲା

ସଂଗ୍ରାମ ସମିତି ଦର୍ଶାଇଆସୁଛି ଯେ, ତେଲିଯୋର ପ୍ରକଳ୍ପରେ ୩୧୧୭ ହେକ୍ଟର ଜମି, ୬ଟି ଗାଁ ଆଂଶିକ ବୁଡ଼ିବ ४ ୧୦୭୧୦୭୮୩ ହେକ୍ଟର ଜମି, ୧୦ଟି ଗାଁ ସମ୍ପୂର୍ଣ ଓ ୨୦ଟି ଗାଁ ଆଂଶିକ ବୁଡ଼ିବ ଓ ୪୦ ହଜାର ଲୋକ ବିସ୍ଥାପିତ ହେବେ ଏସ୍ଥିତିରେ ୯.୧୦.୨୦୨୫ରେ ମୁଖ୍ୟମନ୍ତ୍ରୀଙ୍କୁ ତଳସରା କ୍ଷେତ୍ରର ୪ ହଜାର ଲୋକଙ୍କ ସ୍ବାକ୍ଷରରେ ତେଲିଯୋର ବନ୍ଧ ନିର୍ମାଣ ପାଇଁ ଏକ ସ୍ମାରକପତ୍ର ଦିଆଯାଇଥିଲା। ଏପରିକି ବିଭାଗୀୟ ପ୍ରକ୍ରିୟା ମଧ୍ୟରେ ଏ ପ୍ରସ୍ତାବ କେନ୍ଦ୍ର ଜଳସମ୍ପଦ ବିଭାଗକୁ ଅନୁମୋଦନ ପାଇଁ ପଠାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାକୁ ବାଦ୍ ଦେଇ ହଠାତ୍ ଯୁଗୀଯୁଗେନ ବନ୍ଧ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ଚର୍ଚ୍ଚା ରହିଛି। ଏପରିକି ନଦୀ ସର୍ବେକ୍ଷଣ, ଜଙ୍ଗଲ ଜମି ଚିହ୍ନଟ ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ସୂଚନା ରହିଛି।

୨୦୨୩ରୁ ବନ୍ଧ ନିର୍ମାଣ ପାଇଁ ଅତିଗୋପନରେ ସର୍ବେକ୍ଷଣ କାମ ସାରି ଦିଆଯାଇଥିବାବେଳେ ସୁନ୍ଦରଗଡ଼ ଜଳସେଚନ ବିଭାଗ ପ୍ରସ୍ତାବିତ ନଦୀବନ୍ଧ ସମ୍ପର୍କରେ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କୁ ଏକ ରିପୋର୍ଟ ଦେଇଛନ୍ତି। ଯେଉଁଥିରେ ବନ୍ଧପାଇଁ ସର୍ବେକ୍ଷଣ ଆରମ୍ଭ ହୋଇଥିବା ଓ ଆରମ୍ଭରୁ କେହି ବିରୋଧ କରି ନଥିବାବେଳେ ଏବେ ଯୁଗୀ ଯୁଗେନ ସଂଗ୍ରାମ ସମିତି ବିରୋଧ କରୁଥିବା ଉଲ୍ଲେଖ କରଛନ୍ତି। ଯାହାକୁ ସମିତି ତୀବ୍ର ବିରୋଧ କରିଛି।

Suryabanshi Suraj: ତିହିଡ଼ିରେ ବନ୍ୟା ସ୍ଥିତିର ସମୀକ୍ଷା କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

Read Entire Article
LEFT SIDEBAR AD

Hidden in mobile, Best for skyscrapers.