Affair: ସ୍ବାମୀ ସଂଜୟ ଦତ୍ତ ଓ ସୁସ୍ମିତା ସେନ୍‌ଙ୍କୁ ହୋଟେଲ୍‌ରେ ଧରିଥିଲେ ପତ୍ନୀ ରୀୟା

5 days ago 4
ARTICLE AD BOX

ମୁମ୍ବାଇ: ବଲିଉଡର ସଂଜୁବାବା ଓରଫ୍‌ ସଂଜୟ ଦତ୍ତଙ୍କର ଆଜି ଜନ୍ମଦିନ। ସେ ତିନି ଥର ବିବାହ କରିଛନ୍ତି। ସେ ପ୍ରଥମେ ଅଭିନେତ୍ରୀ ରିଚା ଶର୍ମା, ତାପରେ ମଡେଲ୍‌ ରୀୟା ପିଲ୍ଲାଇ ଓ ଏବେ ଅଭିନେତ୍ରୀ ମାନ୍ୟତାଙ୍କ ସହିତ ବେଶ୍ କିଛି ବର୍ଷ ହେବ ବିବାହିତ ଜୀବନ ବିତାଉଛନ୍ତି। 
 

ସଂଜୟ ଦତ୍ତଙ୍କର ଜଣେ ମିସ୍ ୟୁନିଭର୍ସଙ୍କ ସହ ଅ‌ାଫେଆର୍ ଏକଦା ଖୁବ୍‌ ଚର୍ଚ୍ଚାର ବିଷୟ ହୋଇଥିଲା। ସଂଜୁବାବା ଯେଉଁ ମିସ୍ ୟୁନିଭର୍ସଙ୍କ ସହିତ ପ୍ରେମ ସଂପର୍କ ରଖିଥିଲେ,ସେ ହେଲେ ସୁସ୍ମିତା ସେନ୍‌। ସଂଜୟ ଦତ୍ତ ଓ ସୁସ୍ମିତା ସେନଙ୍କର ଦେଖା ସାକ୍ଷାତ୍‌ ପ୍ରଥମେ ଏକ ଷ୍ଟେଜ୍ ସୋ’ରେ ହୋଇଥିଲା। ପ୍ରଥମ ଦେଖାରେ  ହିଁ ସଂଜୟ ସୁସ୍ମିତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ଦୁଇ ତିନି ଥର ସାକ୍ଷାତ ପରେ ଦୁହେଁ ପରସ୍ପରର ନିକଟତର ହୋଇଥିଲେ। 
 

ଖାଲି ସେତିକି ନୁହେଁ,ସଂଜୟ ଦତ୍ତ ଓ ସୁସ୍ମିତା ସେନ୍‌ ହୋଟେଲ୍‌ରେ ବି ଏକାଠି ରହୁଥିଲେ। ସଂଜୁବାବା ରିୟା ପିଲ୍ଲାଇଙ୍କୁ ବିବାହ କରିଥିଲେ।ଏଣୁ ସେ ଲୁଚିଛପି ସୁସ୍ମିତା ସେନ୍‌ଙ୍କ ସହିତ ମିଳାମିଶା କରୁଥିଲେ। ଅଧିକାଂଶ ସମୟରେ ଏ ଦୁଇ କଳାକାର ବିଦେଶରେ ସମୟ କାଟୁଥିଲେ।
 ଥରେ ସଂଜୟ ଦତ୍ତ ଓ ସୁସ୍ମିତା ସେନ୍‌ ନିଉୟର୍କରେ ଏକ ହୋଟେଲ୍‌ରେ ଥାଆନ୍ତି। ସେହି ସମୟରେ ଜଣେ ସାମ୍ବାଦିକ ସୁସ୍ମିତାଙ୍କ ସାକ୍ଷାତକାର ନେବା ଲାଗି ହୋଟେଲରେ ପହଞ୍ଚିଥିଲେ। 
 

ସାମ୍ବାଦିକଙ୍କୁ ମାଡ଼ ମାରିଥିଲେ

ସୁସ୍ମିତା ସେନ୍‌ ଓ ସଂଜୟ ଦତ୍ତ ପରସ୍ପରର ହାତ ଧରି ସାକ୍ଷାତକାର ଦେବାକୁ ଆସିଥିଲେ। ଏହା ଦେଖି ସାମ୍ବାଦିକ ଜଣକ ଉଭୟଙ୍କର ଫଟୋ ଉଠାଇଥିଲେ। ଏହାକୁ ସଂଜୁବାବା ବିରୋଧ କରିଥିଲେ ଓ ସାମ୍ବାଦିକଙ୍କୁ ମାଡ଼ ମାରିଥିଲେ। ଖାଲି ସେତିକି ନୁହେଁ ସାମ୍ବାଦିକଙ୍କ କ୍ୟାମେରା ଭାଙ୍ଗି ଦେଇଥିଲେ। ତା’ ପରଦିନ ସକାଳେ ଖବର କାଗଜରେ ସଂଜୟ ଓ ସୁସ୍ମିତାଙ୍କ ଫଟୋ ଓ ଗତକାଲିର ସବୁ ଘଟଣା ପ୍ରକାଶିତ ହେଲା। ଏହାପରେ ରୀୟା ଉକ୍ତ ହୋଟେଲ୍‌କୁ ଯାଇ ସଂଜୟ ଓ ସୁସ୍ମିତାଙ୍କୁ ଧରିଥିଲେ।

NEET paper leak case: ଏନଇଇଟି ପେପର୍ ଲିକ୍-୨୦୨୬: ୨୦ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ

Read Entire Article
LEFT SIDEBAR AD

Hidden in mobile, Best for skyscrapers.