ARTICLE AD BOX
ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ଆଗକୁ ନେବା ଦିଗରେ ଏକ ବଡ଼ ସଫଳତା ମିଳିଛି। ଅଦାନୀ ଡିଫେନ୍ସ ଆଣ୍ଡ୍ ଏରୋସ୍ପେସ୍, ଇଣ୍ଡୋ-ରସିଆନ୍ ରାଇଫଲ୍ସ ପ୍ରାଇଭେଟ୍ ଲିମିଟେଡ୍ (IRRPL) ସହିତ ୫ ବର୍ଷର ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛି। ଏହି ଚୁକ୍ତି ଅଧୀନରେ ଭାରତରେ ନିର୍ମିତ ହେଉଥିବା ଏକେ-୨୦୩ ରାଇଫଲ୍ ପାଇଁ ଅଦାନୀ ଡିଫେନ୍ସ ୭.୬୨x୩୯ ମିମି କାଲିବରର ଗୋଳାବାରୁଦ ପ୍ରସ୍ତୁତ କରି ଯୋଗାଇଦେବ।
ଆହୁରି ପଢନ୍ତୁ :National Level: ପୁଣି ଜାତୀୟସ୍ତରରେ ଚମକିଲା ରାଉରକେଲା
ଅଦାନୀ ଡିଫେନ୍ସ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଏକେ-୨୦୩ ରାଇଫଲ୍ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ଛୋଟ ଅସ୍ତ୍ରଶସ୍ତ୍ରର ଗୋଳାବାରୁଦ ଯୋଗାଇବ। ଏହାଦ୍ୱାରା ଦେଶ ଭିତରେ ହିଁ ଗୋଳାବାରୁଦର ନିରବଚ୍ଛିନ୍ନ ଯୋଗାଣ ସମ୍ଭବ ହୋଇପାରିବ। ଉଲ୍ଲେଖ ଥାଉ କି ଭାରତ ଏବଂ ରୁଷର ମିଳିତ ଉଦ୍ୟମରେ ଗଠିତ ଇଣ୍ଡୋ-ରସିଆନ୍ ରାଇଫଲ୍ସ (IRRPL) ଉତ୍ତରପ୍ରଦେଶର ଆମେଠି ଜିଲ୍ଲାସ୍ଥିତ କୋରବା ପ୍ଲାଣ୍ଟରେ ଏକେ-୨୦୩ ରାଇଫଲ୍ ତିଆରି କରୁଛି।
ଆହୁରି ପଢନ୍ତୁ :Baisinga police: ଛେଳି ଚୋରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କଲା ବୈଶିଙ୍ଗା ପୁଲିସ
ଉଲ୍ଲେଖ ଥାଉ କି, ଡିସେମ୍ବର ୨୦୨୧ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ୬,୦୧,୪୨୭ଟି ଏକେ-୨୦୩ ରାଇଫଲ୍ ନିର୍ମାଣ ପାଇଁ ଚୁକ୍ତି କରିଥିଲା। ନିକଟରେ ୧୦୦ ପ୍ରତିଶତ ଭାରତୀୟ ଯନ୍ତ୍ରାଂଶ ଏବଂ କଞ୍ଚାମାଲ ବ୍ୟବହାର କରି 'ଶେର' ନାମକ ପ୍ରଥମ AK-203 ରାଇଫଲ୍ ସଫଳତାର ସହ ନିର୍ମାଣ ଓ ପରୀକ୍ଷଣ କରାଯାଇଛି। ଅଦାନୀ ଡିଫେନ୍ସନିଜର କାନପୁର ପ୍ଲାଣ୍ଟରେ ଏହି ଗୋଳାବାରୁଦ ନିର୍ମାଣ କ୍ଷମତା ବିକଶିତ କରିଛି। ଏହି ଚୁକ୍ତି ଫଳରେ ରାଇଫଲ୍ ନିର୍ମାଣ ଏବଂ ସେଥିପାଇଁ ଆବଶ୍ୟକ ଗୋଳାବାରୁଦର ଉତ୍ପାଦନ ଗୋଟିଏ ସମନ୍ୱିତ ସପ୍ଲାଇ ଚେନ୍ ମାଧ୍ୟମରେ ସମ୍ଭବ ହୋଇପାରିବ।

1 week ago
8


