ARTICLE AD BOX
ସୋର: ଖନ୍ତାପଡ଼ା ଥାନା ୧୬ ନମ୍ବର ଜାତୀୟ ରାଜପଥରେ ଠିକାସଂସ୍ଥା ବ୍ରିଜଗୋପାଳ କମ୍ପାନୀର ଜଣେ ଶ୍ରମିକ କାମ କରୁଥିବ ବେଳେ ଏକ ପିକଅପ ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ପଶ୍ଚିମବଙ୍ଗ ଅଂଚଳର ଆଦିତ୍ୟ ରାୟ ବ୍ରିଜଗୋପାଳ ଠିକାସଂସ୍ଥା ଅଧୀନରେ ଶ୍ରମିକ ଭାବେ କାମ କରୁଥିଲେ।
ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ
ଆଜି ଖନ୍ତାପଡ଼ା ନିକଟରେ କାମ କରୁଥିବା ବେଳେ ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିବା ଏକ ପିକଅପ ଆଦିତ୍ୟଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ଜାତୀୟ ରାଜପଥ ପାଟ୍ରୋଲିଂ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆଦିତ୍ୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Death: ବିବାହିତା ମହିଳାଙ୍କୁ ପ୍ରେମ କରି ଘରକୁ ଆଣି ହରଡ଼ଘଣାରେ ପଡ଼ିଲେ, ଜୀବନ ହାରିଲେ ଯୁବକ

2 weeks ago
5


