Accident: ପଥଚାରୀଙ୍କୁ ଧକ୍କା ଦେଲା ବାଇକ୍ ୩ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

3 weeks ago 12
ARTICLE AD BOX

ବିଜୁ ଏକ୍ସପ୍ରେସ ୱେ ଭଷ୍ମା ଥାନା ବଡ଼ବାହାଲ ନିକଟରେ ଏକ୍ ବାଇକ୍ ୨ ପଥଚାରୀଙ୍କୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ବାଇକ୍ ଚାଳକଙ୍କ ସମେତ  ୩ ଗୁରୁତର ଆହତ ହୋଇଥିଲେ।

 (sambad.in) A bike hit two pedestrians and met with an accident Photograph: (sambad.in)

ସୁନ୍ଦରଗଡ଼: ଗତକାଲି ବିଳମ୍ବିତ ରାତିରେ ବିଜୁ ଏକ୍ସପ୍ରେସ ୱେ ଭଷ୍ମା ଥାନାବଡ଼ବାହାଲ ନିକଟରେ ଏକବା ବାଇକ୍ ୨ ପଥଚାରୀଙ୍କୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ବାଇକ୍ ଚାଳକଙ୍କ ସମେତ  ୩ ଗୁରୁତର ଆହତ ହୋଇଥିଲେ। ସୂଚନା ପାଇ ଭଷ୍ମା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ପୁଲିସ ଗାଡ଼ିରେ ସୁନ୍ଦରଗଡ଼ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  

ଛିଟକି ପଡ଼ିଥିଲେ ଚାଳକ

ଚାଳକ ଅତି ବେପରୱା ଭାବେ ଦ୍ରୁତଗତିରେ ବାଇକ (ଓଡି ୧୬କେ-୬୮୭୯) ଚଲାଇ ଆସି ବଡ଼ବାହାଲ ରାସ୍ତାକଡ଼ରେ ଚାଲି ଚାଲି ଯାଉଥିବା ୨ ପଥଚାରୀଙ୍କୁ ଧକ୍କା ଦେବା ପରେ ନିଜେ ଛିଟକି ପଡ଼ିଥିଲେ। ୩ ଜଣ ରାସ୍ତାରେ ପଡ଼ି ଛଟପଟ ହେଉଥିବାବେଳେ ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.