Accident: ନବରଂଗପୁର ଚାଷଜମିରେ ଟ୍ରାକ୍ଟର ଓଲଟି ଛତିଶଗଡ଼ର ଡ୍ରାଇଭର ମୃତ

1 hour ago 1
ARTICLE AD BOX

ଚନ୍ଦାହାଣ୍ଡି (ମହମଦ ହୁସେନ୍‌):ନବରଙ୍ଗପୁରଜିଲ୍ଲାଚନ୍ଦାହାଣ୍ଡି ଥାନା ଅଞ୍ଚଳରେ ଟ୍ରାକ୍ଟର ଓଲଟି ଜରେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ମହେଶ୍ବର ବିଶି। ସେ ଖପରାଡିହି ଗ୍ରାମର ଚାଷୀ ଦୟା ମାଳିଙ୍କ ଚାଷଜମିରେ ଧାନ ରୁଆ ପାଇଁ ଟ୍ରାକ୍ଟରରେ କାଦୁଅ କରିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଥିଲେ।

ଛତିଶଗଡ଼ର ଦେଓଭୋଗ ଥାନା ଅଧୀନ ଅମେଡ଼ ଗ୍ରାମର ମହେଶ୍ୱର ବିଶି ନାମକ ଜଣେ ଟ୍ରାକ୍ଟର ଡ୍ରାଇଭର ଟ୍ରାକ୍ଟର ତଳେ ଚାପି ହୋଇ ଘଟଣାସ୍ଥଳରେ ମୁତ୍ୟୁ ହୋଇଛିl ସେଠାରେ ଥିବା ଲୋକମାନେ ଚନ୍ଦାହାଣ୍ଡି ଥାନାକୁ ଖବର ଦେବା ପରେ ଥାନା ଅଧିକାରୀ ବିମଳ କୁମାର ଲାକ୍ରା  ଘଟଣାସ୍ଥଳକୁ ପହଞ୍ଚି ଦମକଳ ବାହିନୀ ସହାୟତାରେ ମୃତଦେହ ଉଧାର କରି ପରି ପାରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇ ଥିଲେl 

Arrest Of Accused: ଲୋକଙ୍କୁ ଆଣ୍ଠେଇ ଆଣ୍ଠେଇ ରାସ୍ତା ଉପରେ ଚଲେଇବା ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଚନ୍ଦାହାଣ୍ଡି ଥାନା ଘେରାଉ

ମୃତକଙ୍କ ଭାଇ ଲାଲଧର ବିଶିଙ୍କ ଲିଖିତ ଅଭିଯୋଗ ପରେ ପୁଲିସ ଏକ ଦୁର୍ଘଟଣା ମମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଲାଇଛି l ସନ୍ଧ୍ୟା ହେବାରୁ ଶବ ବ୍ୟବଚ୍ଛେଦ ହୋଇ ପାରି ନାହିଁ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.