ARTICLE AD BOX
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି। ଗୋଟିଏ ଦ୍ରୁତଗାମୀ ଟ୍ରକ୍ ଏକ ବାଇକକୁ ଧକ୍କା ଦେଇଥିଲା, ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ହିଁ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି ।
ସୂଚନା ଅନୁସାରେ, ବିଳମ୍ବିତ ରାତିରେ ବାଇକ୍ ଚାଳକ ବାଲେଶ୍ୱର ରେମୁଣା ସ୍ଥିତ ଗୋଲେଇ ଛକ ନିକଟ ଦେଇ ଯାଉଥିଲେ । ଏହି ସମୟରେ ଏକ ଟ୍ରକ୍ ତାଙ୍କ ବାଇକ୍ ଉପରେ ଚଢ଼ିଯାଇଥିଲା । ଟ୍ରକ୍ ତଳେ ବାଇକ୍ଟି ଚାପି ହୋଇଯିବା ସହ ବାଇକ୍ ଆରୋହୀ ଗୁରୁତର ହୋଇପଡ଼ିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । ଉତ୍ତ୍ୟକ୍ତ ଲୋକେ ଟ୍ରକ୍ଟିକୁ ଅଟକାଇଥିଲେ । ଏହାକୁ ନେଇ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା । ଖବର ପାଇ ପୋଲିସ ପହଞ୍ଚି ଭିଡ ନିୟନ୍ତ୍ରଣ କରିବା ସହ ଟ୍ରକ୍ଟିକୁ ଅଟକ ରଖିଛି । ବର୍ତ୍ତମାନ ପୁଲିସ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି ।

3 days ago
4


