ARTICLE AD BOX
ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ସୋର ହୋଟେଲ ସମ୍ମୁଖରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଅନ୍ୟ ଏକ ଟ୍ରକ ଧକ୍କା ଦେବା ଫଳରେ ଟ୍ରକର ଚାଳକ ମୃତ୍ୟୁବରଣ କରିଥିବା ବେଳେ ହେଲପର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି।
truck driver died in accident Photograph: (sambad.in)ସୋର: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ସୋର ହୋଟେଲ ସମ୍ମୁଖରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଅନ୍ୟ ଏକ ଟ୍ରକ ଧକ୍କା ଦେବା ଫଳରେ ଟ୍ରକର ଚାଳକ ମୃତ୍ୟୁବରଣ କରିଥିବା ବେଳେ ହେଲପର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି।
ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ହେଲପର ସ୍ଥାନାନ୍ତରିତ
ସୂଚନା ଅନୁସାରେ ଆଜି ସକାଳେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ସୋର ହୋଟେଲ ସମ୍ମୁଖରେ ଏକ ଟ୍ରକ ଛିଡ଼ା ହୋଇଥିବା ବେଳେ କଲିକତାରୁ ଭଦ୍ରକ ଅଭିମୁଖେ ଯାଉଥିବା ଏକ ଆଇଚର ଗାଡ଼ିର ଚକା ଫାଟିବାରୁ ଛିଡ଼ା ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଗାଡ଼ିର ହେଲପର ଓ ଚାଳକ ଟ୍ରକ ମଧ୍ୟରେ ଚାପି ହୋଇ ଗୁରୁତର ଆହତ ହୋଇଥିଲେ। ଖବର ପାଇ ସୋର ପୁଲିସ ଓ ସୋର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ଚାଳକ ପଞ୍ଜାବ ଲୁଧିଆନା ଅଞ୍ଚଳର କୁଲଦୀପ ସିଂହଙ୍କୁ ମୃତ ଘୋଷଣା କରିଥିଲେ। ସେହି ଅଞ୍ଚଳର ହେଲପର ଜଗଦୀଶ ସିଂଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ପୁଲିସ ଘଟଣା ସ୍ଥଳରୁ ଦୁଇଟି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
Russia Attack: ଜେଲେନସ୍କିଙ୍କ ଚେତାବନୀ ଦେବାର କିଛି ଘଣ୍ଟା ପରେ କିଭ୍ ଉପରେ କ୍ଷେପଣାସ୍ତ୍ର-ବୋମା ବର୍ଷା କଲା ରୁଷ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 month ago
15


