ARTICLE AD BOX
ଫତେଗଡ଼ ସାହିବ: ପଞ୍ଜାବର ଫତେଗଡ଼ ସାହିବ ଜିଲ୍ଲାସ୍ଥିତ ସିରହିନ୍ଦ ଜିଟି ରୋଡ୍ ନିକଟ ଦାଦା ମୋଟର୍ସ ନିକଟରେ ରବିବାର ଭୋର ସମୟରେ ଏକ ଦ୍ରୁତଗାମୀ ଗାଡ଼ି ଧକ୍କାରେ ୩ ଜଣ କାଉଡ଼ିଆଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କର ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ଚାଲିଥିବାବେଳେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ସୂଚନା ଅନୁଯାୟୀ, ରାତି ପ୍ରାୟ ୨.୧୫ ମିନିଟ୍ ସମୟରେ କୋଟକପୁରାର ୬ ଜଣିଆ କାଉଡ଼ିଆ ଦଳ ଉତ୍ତରାଖଣ୍ଡର ଗଙ୍ଗୋତ୍ରୀରୁ ପବିତ୍ର ଜଳ ନେଇ ଫେରୁଥିଲେ। ସେମାନେ ଜାତୀୟ ରାଜପଥ କଡ଼ରେ ଚାଲି ଚାଲି ଯାଉଥିବା ସମୟରେ ପଛପଟୁ ଆସୁଥିବା ଏକ ଦ୍ରୁତଗାମୀ ଗାଡି଼ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ୩ ଜଣ କୋଟକପୁରାର ପର୍ଶୁରାମ ନଗର ନିବାସୀ ମହିନ୍ଦର ପାଲ ଓରଫ ଗଗନ (୪୩), କୋଟକପୁରାର ଦୀପକ କୁମାର (୪୨) ଏବଂ ଡାକ୍ତର ହରପାଲ ଷ୍ଟ୍ରିଟ୍ର ଜଗଦୀଶ ମିତ୍ତଲ ଓରଫ କାଲୁ (୪୦)ଙ୍କର ମୃତ୍ୟୁ ଘଟିଥିବା ବେଳେ ମୁକେଶ କୁମାର ନାମକ ଜଣେ କାଉଡ଼ିଆ ଗୁରୁତର ଆହତ ହୋଇଥିଲେ।
Shravan First Monday: ଶ୍ରାବଣ ପ୍ରଥମ ସୋମବାରରେ ଗୁପ୍ତେଶ୍ୱର ପୀଠରେ ୧୫ ହଜାର କାଉଡ଼ିଆଙ୍କ ସମାଗମ

1 hour ago
2


