ARTICLE AD BOX
ସୁନ୍ଦରଗଡ଼: ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ ୱେ ଷଡ଼ଙ୍ଗୀ ପେଟ୍ରୋଲ ପମ୍ପ ନିକଟରେ ଏକ କାର୍ କୁ ଟ୍ରେଲର ପଛରୁ ଧକ୍କା ଦେଇଛି। ଦୁର୍ଘଟଣାରେ କାର୍ ର ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି।
ଟ୍ରେଲର ଚାଳକ ଗାଡ଼ି ଛାଡ଼ି ଫେରାର
ଆଗପଛ ହୋଇ ଏକ କାର୍ (ଓଡି ୧୬ ଏଲ୍- ୨୪୮୦) ଓ ଏକ ଟ୍ରେଲର୍ (ଓଡି ୧୬ ଏମ୍- ୦୫୬୮) ଆସୁଥିବାବେଳେ ଷଡ଼ଙ୍ଗୀ ପେଟ୍ରୋଲ ପମ୍ପ ନିକଟରେ କାର୍ କୁ ଟ୍ରେଲର୍ ଧକ୍କା ଦେଇଥିଲା। ଧକ୍କାରେ କାର୍ ବୁଲିଯାଇ ଡିଭାଇଡର୍ ରେ ଚଢ଼ି ଯାଇଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ପରେ ଟ୍ରେଲର ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି। ସୂଚନା ପାଇ ଟାଉନଥାନା ଓ ୧୧୨ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିବା ସହ ଟ୍ରାଫିକ ନିୟନ୍ତ୍ରଣ କରିଛି।
Forest Land: ଜଙ୍ଗଲ ଜମି ଉଦ୍ଧାରକୁ ନେଇ ବନ ବିଭାଗ ଓ ଗ୍ରାମବାସୀ ମୁହାଁମୁହିଁ

3 weeks ago
13


